ମୁମ୍ଵାଇ ୦୭।୦୪; ଆସୁଛି ଦୁଇଟି ବଡ଼ ବଜେଟର ଫିଲ୍ମ । ଚଳିତ ସ୍ବାଧିନତା ଦିବସ ଅବସରରେ ହେବାକୁ ଯାଉଛି ରିଲିଜ। ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମ କୁଲି ଅଗଷ୍ଟ ୧୪ ତାରିଖରେ ରିଲିଜ ହେବାକୁ ଘୋଷଣା କରାଯାଇଛି। ତେବେ ଏହା ପୂର୍ବରୁ ୟଶ ରାଜ ମୁଭିଜ ଦ୍ବାରା ନିର୍ମିତ ହ୍ରିତିକ୍ ଏବଂ ଜୁନିୟର ଏନଟିଆରଙ୍କ ଅଭିନୀତ ଫିଲ୍ମ ’ଓ୍ବାର-୨’ ରିଲିଜ ହେବା ନେଇ ପୂର୍ବରୁ ତାରିଖ ଧାର୍ଯ୍ୟ ହୋଇ ସାରିଛି । ତେବେ ଗୋଟିଏ ଦିନରେ ୨ଟି ବଡ଼ ଫିଲ୍ମ ରିଲିଜ ହେବାକୁ ଥିବାବେଳେ କଡା ଟକ୍କର ହେବ ବୋଲି କୁହାଯାଇଛି।
ତେବେ ଦକ୍ଷିଣରେ ରଜନୀଙ୍କ କ୍ରେଜ୍ ଅଧିକ ରହିଥିବାବେଳେ ଓ୍ବାର ୨ରେ ଜୁନିୟର ଏନଟିଆର ମଧ୍ୟ ଅଭିନୟ କରିଥିବାରୁ ଏହି ଫିଲ୍ମ ଦକ୍ଷିଣ ଭାରତରେ ମଧ୍ୟ ପ୍ରଭାବ ବିସ୍ତାର କରିବ ବୋଲି ଆଶା ରଖାଯାଇଛି ।ସେପଟେ କୁଲିରେ ଏକ ନଜର ଆସିବେ ଅମୀର ଖାନ। ସେ ଏକ ଗେଷ୍ଟ ଆପିଡିଆନ୍ସ ଭାବେ ନଜର ଆସୁଥିବା ଶୁଣିବାକୁ ମିଳୁଛି।
ତେବେ ଦୀର୍ଘଦିନ ଧରି ବଡ଼ ପରଦାରେ ନଜର ଆସି ନଥିବା ଅମୀର ଖାନ ପୁଣିଥରେ ନିଜର ଅଭିନୟର ଜଲଓ୍ବା ଦେଖାଉଥିବାବେଳେ ଉତ୍ତର ଭାରତରେ ମଧ୍ୟ କୁଲିର କ୍ରେଜ୍ ଦେଖିବାକୁ ମିଳିବ । ତେବେ ଉଭୟ ଫିଲ୍ମ ଦମଦାର ସାଙ୍ଗକୁ ହାଇ ବଜେଟରେ ନିର୍ମାଣ ହେଉଛି। ଏଣୁ ଦର୍ଶକେ କେଉଁ ଫିଲ୍ମକୁ ଅଧିକ ଭଲ ପାଇବା ଦେଉଛନ୍ତି ତାହା ସମୟ କହିବ ।