ନବ ଦାସ ହତ୍ୟା ମାମଲାରେ ବହୁ ବଡ଼ ବଡ଼ିଆଙ୍କ ସମ୍ପୃକ୍ତି, ପ୍ରକୃତ ତଦନ୍ତ ହେଲେ କଟିବ ମୁଣ୍ଡ ; ପୂର୍ବ ତଦନ୍ତ ପ୍ରକ୍ରିୟାକୁ କାଠଗଡ଼ାକୁ ଟାଣିଲେ ଜୟନାରାୟଣ

Published By : Prameya-News7 Bureau | March 24, 2025 IST

ଭୁବନେଶ୍ବର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟାକାଣ୍ଡ ମାମଲାରେ ବିସ୍ଫୋରକ ବୟାନ ରଖିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । ସେ କହିଛନ୍ତି, ନବ ଦାସ ହାତ୍ୟାକାଣ୍ଡରେ ବହୁତ ବଡ଼ ବଡ଼ ମୁଣ୍ଡ ସଂପୃକ୍ତ ଅଛନ୍ତି । ଯେଉଁମାନେ ଏହି ତଦନ୍ତକୁ ଠିକ୍ ଭାବରେ କରିବାକୁ ଦେଉନାହାନ୍ତି । ତଦନ୍ତ ହେଲେ ସେମାନଙ୍କ ମୁଣ୍ଡ କଟିବ । ସେଥିପାଇଁ ସେମାନେ ତଦନ୍ତକୁ ଦିଗହରା କରିବାରେ ଚାହୁଁଛନ୍ତି । ସରକାର ସ୍ପଷ୍ଟତାର ସହିତ ଆସି ତଦନ୍ତକୁ ଆଉ ଆଗକୁ ନେବା କଥା ବୋଲି ଜୟ ନାରାୟଣ କହିଛନ୍ତି । 

ଆହୁରି ମଧ୍ୟ ନବ ଦାସ ହତ୍ୟାକାଣ୍ଡ ମାମଲାରେ ପୂର୍ବର ତଦନ୍ତ ପ୍ରକ୍ରିୟାକୁ କାଠଗଡ଼ାକୁ ଟାଣିଲେ ଜୟନାରାୟଣ । ଲାଟ୍ରିନ ଭିତରୁ କାଗଜ ବାହାରିବା ଘଟଣାକୁ ଜୟନାରାୟଣ ଡ୍ରାମା ବୋଲି କହିଲେ । ଲାଟ୍ରିନ ଭିତରୁ ତିନି ଦିନ ପରେ କାଗଜ ବାହାରିବ କି ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି । ସେ କହିଲେ ଏସବୁ ବେକାର କଥା କେବଳ ଡ୍ରାମା କରାଯାଉଛି । ସବୁ ପ୍ରସଙ୍ଗକୁ ନେଇ ତଦନ୍ତ ହେବା କଥା ବୋଲି ଜୟନାରାୟଣ କହିଛନ୍ତି ।


You Can Read:

ପୋଲିସ ପୋଷାକରେ ଚାରଶବିସ୍, ନକଲି DSPଙ୍କ ଠାରୁ ୨ ଲକ୍ଷର ଜାଲ୍‌ନୋଟ୍ ଜବତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.