ପୋଲିସ ପୋଷାକରେ ଚାରଶବିସ୍, ନକଲି DSPଙ୍କ ଠାରୁ ୨ ଲକ୍ଷର ଜାଲ୍‌ନୋଟ୍ ଜବତ

Published By : Prameya-News7 Bureau | March 24, 2025 IST

ଭୁବନେଶ୍ବର ରାଜଧାନୀରେ ନକଲି ପୋଲିସ ବାବୁ । ନକଲି ପୋଲିସ ଡିଏସପିଙ୍କୁ ବନ୍ଧିଲା ପୋଲିସ । ଭୁବନେଶ୍ବର ସହିଦ ନଗର ଥାନା ପୋଲିସ ହେପାଜତରେ ଅଛନ୍ତି ନକଲି ଡିଏସପି । ନକଲି ଡିଏସ୍‌ପି ଜଣଙ୍କ ହେଲେ ମାନସ ରଞ୍ଜନ ସେନାପତି । ତାଙ୍କ ଘର ଭଦ୍ରକ ବାସୁଦେବପୁର ଅଞ୍ଚଳରେ ହୋଇଥିବା ବେଳେ ସେ ଭୁବନେଶ୍ୱର ଖାରବେଳନଗର ଥାନା ଅଞ୍ଚଳରେ ଥିବା ମଧୁସୂଦନ ନଗରରେ ରହୁଥିଲା l 

ତେବେ ଏହି ନକଲି ପୋଲିସ ବାବୁ ଜଣଙ୍କ ନକଲି ପରିଚୟ ପତ୍ର ଦେଖାଇ ନିଜକୁ DSP କହି ଅନେକ ଲୋକଙ୍କୁ ଚାକିରି କରାଇଦେବାକୁ କହି ଠକିଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ପରେ ପରେ ତାଙ୍କୁ ପୋଲିସ ଗିରଫ କରିଛି । ସହିଦନଗର ଅଞ୍ଚଳରୁ ନାଇଟ ବ୍ଲକିଂ ଚେକିଂ ବେଳେ ତାଙ୍କୁ ପୋଲିସ ଧରିଥିବା ଜଣାପଡିଛି ।

ତାଙ୍କ ନିକଟରୁ ପୋଲିସ ୟୁନିଫର୍ମ, ନକଲି ନିଯୁକ୍ତି ପତ୍ର, ୨ ଲକ୍ଷରୁ ଅଧିକ ଜାଲ୍ ନୋଟ୍, ନକଲି ପୋଲିସ ଆଇକାର୍ଡ, କାର୍, ଲାପଟପ୍, ମୋବାଇଲ ଫୋନ ଜବତ ହୋଇଛି l 

You Can Read:

ମହିଳାଙ୍କ ରକ୍ଷା ଓ ସୁରକ୍ଷା ପାଇଁ ସରକାରଙ୍କୁ ଟିକେ ସଦ୍‌ବୁଦ୍ଧି ମିଳୁ, ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରି ଏଭଳି କହିଲେ କଂଗ୍ରେସ ପ୍ରଭାରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.