ଜୟପୁର ୨୦/୫: କଂଗ୍ରେସ ଛାଡିବେ ବରିଷ୍ଠ ନେତା ଜୟରାମ ପାଙ୍ଗୀ । କୋଟିଆକୁ ନେଇ ଦଣ୍ଡକାରଣ୍ୟ ରାଜ୍ୟ ଗଠନ ପାଇଁ କରିବେ ପ୍ରୟାସ । ଆନ୍ଧ୍ରର ୨ଟି ଜିଲ୍ଲା ସହ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ଏଥିରେ ସାମିଲ ପାଇଁ ଯୋଜନା ।
କୋଟିଆ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର କିମ୍ବା ରାଜ୍ୟ ସରକାର ପ୍ରୟାସ କରୁନାହାଁନ୍ତି । କୌଣସି ରାଜନୈତିକ ଦଳରେ ରହି କୋଟିଆ ପାଇଁ ଲଢେ଼ଇ କରିବା ସମ୍ଭବ ନୁହେଁ । ତେଣୁ ସେ କୌଣସି ରାଜନୈତିକ ଦଳରେ ନରହି କୋଟିଆ ପାଇଁ ଲଢେ଼ଇ କରିବେ ବୋଲି କହିଛନ୍ତି । ତେବେ କୋଟିଆ କେବଳ ଏକ ବାହାନା। ପିସିସିର ନୂଆ କମିଟିରେ ଯୁବ ନେତୃତ୍ୱକୁ ସ୍ଥାନ ମିଳିଛି।
ବରିଷ୍ଠ ନେତା ଅଲୋଡ଼ା ହୋଇ ପଡିଛନ୍ତି। ଏହାକୁ ନେଇ ଜୟରାମ ପାଙ୍ଗି ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି। ତେଣୁ ସେ ଦଳ ଛାଡିବା ପାଇଁ କୋଟିଆକୁ ପ୍ରସଙ୍ଗ କରୁଥିବା ଅନୁମାନ କରାଯାଉଛି।