ଭୁବନେଶ୍ବର ୧୯।୧୧: ଭରତପୁର ଥାନାରେ ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା । ଥାନାରେ ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ତଦନ୍ତ । ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପଚରାଉଚରା କରିବା ବେଳେ ଭାବ ବିହ୍ବଳ ହୋଇ ପଡିଲେ ବାନ୍ଧବୀ । ଥାନା ଭିତରେ ସେଦିନ କ’ଣ ଘଟଣା ହୋଇଥିଲା, ତାର ଭିଡିଓ ଓ ଫଟୋ ଉତ୍ତୋଳନ ସହ ତଦନ୍ତ କରିଛନ୍ତି କମିଶନ । ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ସାମ୍ନାରେ ସେଦିନ ରାତିରେ କ'ଣ ଘଟିଥିଲା ଗୋଟି ଗୋଟି କରି ସବୁ ଘଟଣା କହୁଛନ୍ତି କ୍ୟାପଟେନ ଓ ତାଙ୍କ ବାନ୍ଧବୀ । ପୁରା ଘଟଣାର ସିନ ରିକ୍ରିଏସନ କରାଯାଇଛି । ଥାନାର ଯେଉଁ ଯେଉଁ ସ୍ଥାନରେ ଘଟଣା ଘଟିଥିଲା ତାହାର ଫଟୋ ଓ ଭିଡିଓ ଉତ୍ତୋଳନ କରାଯାଇଛି । ପ୍ରଥମ ପକ୍ଷ ମେଜର ଏବଂ ବାନ୍ଧବୀଙ୍କୁ ପଚରାଉଚରା କରିଥିଲେ ଜଷ୍ଟିସ ଚିତ୍ତରଞ୍ଜନ ଦାସ । ଦିନ ୩ଟାରୁ ଲଗାତାର ଭାବେ ଜଷ୍ଟିସ ଏହି ଘଟଣାର ଯାଞ୍ଚ କରୁଛନ୍ତି । ଥାନା ଭିତରେ କେବଳ ପ୍ରଥମ ପକ୍ଷ ଏବଂ ଦ୍ୱିତୀୟ ପକ୍ଷ ରହିଥିବା ବେଳେ, ଭୁବନେଶ୍ୱର ଡିସିପି ପିନାକ ମିଶ୍ର, କ୍ୟାପଟେନ ଓ ବନ୍ଧବୀଙ୍କ ଓକିଲ ଏପଟେ ଦ୍ୱିତୀୟ ପକ୍ଷଙ୍କ ଓକିଲ ଉପସ୍ଥିତ ରହିଛନ୍ତି । ଦେଢ଼ ଘଣ୍ଟା ଧରି କ୍ୟାପଟେନ ଓ ବାନ୍ଧବୀଙ୍କ ପଚରାଉଚରା କରାଯିବା ପରେ ତାଙ୍କ ସହ କେଉଁ କେଉଁ ସ୍ଥାନରେ ଡିସିଓ ଚାମ୍ବର, ମହିଳା କକ୍ଷ, ପୁରୁଷ କକ୍ଷ ସହ ଅଭ୍ୟର୍ଥନା କକ୍ଷ ନିକଟରେ କ’ଣ ଘଟିଥିଲା ସବୁ କିଛି ବଖାଣିଥିଲେ ଉଭୟ ମେଜର ଓ ବାନ୍ଧବୀ । ଏପଟେ ଦ୍ୱିତୀୟ ପକ୍ଷ ମଧ୍ୟ ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ସମ୍ମୁଖରେ ଭରତପୁର ଥାନାର ପୂର୍ବତନ IIC ଦୀନକୃଷ୍ଣ ମିଶ୍ର, SI ବୈଶାଳିନୀ ପଣ୍ଡା, ASI ସଲିଳମୟୀ ସାହୁ ଓ ସାଗରିକା ରଥ କନଷ୍ଟେବଲ ବଳରାମ ହାଁସଦା ଉପସ୍ଥିତ ରହି ନିଜର ପକ୍ଷ ରଖିଛନ୍ତି ।
You Can Read:
ସିଆରପି-ସିଏମ୍ ନିଯୁକ୍ତିରେ ଅନିୟମିତତା ଅଭିଯୋଗ, ବ୍ଲକ୍ ଘେରାଉ କଲେ ମହିଳା