ଶପଥ ନେବେ ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି, ଜଷ୍ଟିସ ଗବାଇଙ୍କୁ ଶପଥ ପାଠ କରାଇବେ ରାଷ୍ଟ୍ରପତି

Published By : Prameya-News7 Bureau | May 14, 2025 IST

ନୂଆଦିଲ୍ଲୀ ୧୪/୦୫: ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ୍ ବିଆର ଗବାଇ। ସୁପ୍ରିମକୋର୍ଟର ୫୨ ତମ ପ୍ରଧାନ ବିଚାରପତି ଭାବେ ଶପଥ ନେବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇବେ । ଗତକାଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନାଙ୍କ ଶେଷ କାର୍ଯ୍ୟ ଦିବସ ଥିଲା ।  

ଆଇନଜୀବୀ ଓ ବିଚାପତିଙ୍କ ପକ୍ଷରୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହା ପରେ ଆଜି ଜଷ୍ଟିସ୍ ବିଆର ଗୱାଇ ପ୍ରଧାନ ବିଚାପତି ଭାବେ ଶପଥ ନେବେ । ଜଷ୍ଟିସ୍ ବି.ଆର୍. ଗୱାଇଙ୍କ ଜନ୍ମ ୨୪ ନଭେମ୍ବର ୧୯୬୦ରେ ଅମରାବତୀରେ ହୋଇଥିଲା । ସେ ୧୬ ମାର୍ଚ୍ଚ ୧୯୮୫ରେ ବାରରେ ଯୋଗ ଦେଇଥିଲେ। 

also read..

ଜଷ୍ଟିସ ଗବାଇ ହେବେ ପରବର୍ତ୍ତୀ ସିଜେଆଇ, ଆଇନ ମନ୍ତ୍ରାଳୟକୁ ସୁପାରିଶ୍ କଲେ ପ୍ରଧାନ ବିଚାରପତି


ଜଷ୍ଟିସ୍ ଗବାଇ  ଦେଶର ୫୨ତମ ପ୍ରଧାନ ବିଚାରପତି ହେବେ। ସୁପ୍ରିମକୋର୍ଟର ପରବର୍ତ୍ତୀ ସିଜେଆଇ ଲାଗି ଜଷ୍ଟିସ୍ ଗବାଇଙ୍କ ନାମକୁ ସିଜେଆଇ ସଞ୍ଜିବ ଖାନ୍ନା ଆଇନ ମନ୍ତ୍ରଣାଳୟକୁ ପଠାଇଥିଲେ। ଆଇନ ମନ୍ତ୍ରାଳୟ ସିଜେଆଇ ସଞ୍ଜିବ ଖାନ୍ନାଙ୍କୁ ପରବର୍ତ୍ତୀ ସିଜେଆଇଙ୍କ ନାମ ସୁପାରିଶ କରିବାକୁ କହିଥିଲେ । ସେହି ଆଧାରରେ ନିଷ୍ପତ୍ତି ହୋଇଛି । ଜଷ୍ଟିସ ଗବାଇଙ୍କ ନାମରେ ବାଜିଥିଲା ମୋହର ।  

କହିବାକୁ ଗଲେ ସଞ୍ଜୀବ ଖାନ୍ନା ଗତ ବର୍ଷ ନଭେମ୍ବର ୧୧ ତାରିଖରେ ଭାରତର ୫୧ତମ CJI ଭାବରେ ଶପଥ ନେଇଥିଲେ। ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ପାଠ କରାଇଥିଲେ। ସେ ପୂର୍ବତନ CJI DY ଚନ୍ଦ୍ରଚୂଡ଼ଙ୍କ ସ୍ଥାନ ନେଇଥିଲେ। ଡିୱାଇ ଚନ୍ଦ୍ରଚୂଡ଼ ନଭେମ୍ବର ୧୦ରେ ଅବସର ନେଇଛନ୍ତି। ପରେ ୧୩ ମଇ ୨୦୨୫ ପର୍ଯ୍ୟନ୍ତ ପଦବୀରେ ରହିଥିଲେ ଜଷ୍ଟିସ ସଞ୍ଜୀବ ଖାନ୍ନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.