ମୁମ୍ଵାଇ ୦୪।୦୩: କ୍ୟାଟ୍ରିନା କୈଫ୍ ବର୍ତ୍ତମାନ ସମୟରେ ବଲିଉଡ୍ର ଆଗଧାଡ଼ିର ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ । ବିଗତ ୨୦ ବର୍ଷ ମଧ୍ୟରେ ସେ ଅନେକଗୁଡିଏ ହିଟ୍ ଫିଲ୍ମ ଦେଇଛନ୍ତି । ସେଥିରେ ତାଙ୍କର ଉଚ୍ଚକୋଟୀର ଅଭିନୟକୁ ଦର୍ଶକୀୟ ସ୍ୱୀକୃତି ବି ମିଳିଛି । ନିକଟରେ ଏକ ସାକ୍ଷାତକାରରେ ସେ ନିଜ ଫିଲ୍ମଗୁଡି଼କ ଲାଗି ନିଜେ ହିଁ ଡବିଂ କରୁଥିବା ଖୁଲାସା କରିଛନ୍ତି । କ୍ୟାଟ୍ରିନା କହିଛନ୍ତି, କ୍ୟାରିୟରର ଆରମ୍ଭ ସମୟରେ ମୋର ଫିଲ୍ମଗୁଡ଼ିକରେ ଜଣେ ଡବିଂ କଳାକାର ମୋ ପାଇଁ ଡବିଂ କରିଥିବା କିଛି ରିପୋର୍ଟରେ ଦାବି କରାଯାଏ ।
କିନ୍ତୁ ତାହା ଠିକ୍ ନୁହେଁ । କାରଣ ମୁଁ କ୍ୟାରିୟର ଆରମ୍ଭ ସମୟରେ ହିଁ ହିନ୍ଦୀ ପ୍ରଶିକ୍ଷଣ ନେବା ଆରମ୍ଭ କରିଦେଇଥିଲି । ଜ୍ୟାକି ଶ୍ରଫ୍ ମୋତେ ହିନ୍ଦୀ ଶିଖିବା ଲାଗି କହିଥିଲେ । ତାହା ମୋ’ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଥିଲା । କାରଣ ସୁଟିଂ ସେଟ୍ରେ ବହୁତ ଲୋକ ହିନ୍ଦୀରେ ଲେଖୁଥିଲେ । ଏଭଳିସ୍ଥଳରେ ମୁଁ ହିନ୍ଦୀ ଶିଖିବା ଉପରେ ଗୁରୁତ୍ୱ ଦେଲି ।
ହିନ୍ଦୀ ଶିଖିବା ଲାଗି ମୋର ସହକଳାକାର ମାନେ ଖୁବ୍ ସହଯୋଗ ବି କଲେ । ସେହି ନିଷ୍ପତ୍ତି ମୋତେ ରକ୍ଷା କରିଦେଲା । ମୋର ସବୁ ଫିଲ୍ମ ଲାଗି ମୁଁ ନିଜେ ହିଁ ଡବିଂ କରିଛି । ଶେଷଥର ଲାଗି କ୍ୟାଟ୍ରିନାଙ୍କୁ ‘ମେରି କ୍ରିସମାସ୍’ରେ ଦେଖିବାକୁ ମିଳିଥିଲା । ସେଥିରେ ତାଙ୍କ ସହିତ ବିଜୟ ସେତୁପତି ସ୍କ୍ରିନ୍ ଶେୟାର କରିଥିଲେ । ଫିଲ୍ମଟି ଉଭୟ ତାମିଲ ଓ ହିନ୍ଦୀ ଭାଷାରେ ରିଲିଜ୍ ହୋଇଥିଲା ।
wp:embed {"url":"https://www.prameyanews7.com/anant-ambani-radhika-merchant-pre-wedding-ceremony-highlights/","type":"wp-embed","providerNameSlug":"prameya-news-7"} /wp:embed