ୟୁସିସିକୁ କେରଳ ମୁଖ୍ୟମନ୍ତ୍ରୀଙ୍କ ବିରୋଧ, କହିଲେ-ଏହା ବିଜେପିର ନିର୍ବାଚନୀ ଏଜେଣ୍ଡା

Published By : Prameya-News7 Bureau | June 30, 2023 IST

ନୂଆଦିଲ୍ଲୀ, ୩୦/୦୬: ଦେଶରେ ସମାନ ନାଗରିକ ସଂହିତା (ୟୁସିସି)କୁ ନେଇ ରାଜନୀତି ଜୋର୍‌ ଧରିଛି। ଅନେକ ବିରୋଧୀ ଦଳ ଏହାକୁ ତୀବ୍ର ବିରୋଧ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହି କ୍ରମରେ ଏବେ କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟ ମଧ୍ୟ ୟୁସିସିକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ ଏହାକୁ ବିଜେପିର ନିର୍ବାଚନୀ ଏଜେଣ୍ଡା ବୋଲି ଟାର୍ଗେଟ କରିଛନ୍ତି। ଏହା ସହ ସେ କେନ୍ଦ୍ର ସରକାରଙ୍କୁ ଏହା ସମ୍ବନ୍ଧରେ ଉଠାଯାଇଥିବା ପଦକ୍ଷେପକୁ ଫେରାଇନେବାକୁ ଅପିଲ୍‌ କରିଛନ୍ତି।

ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟୀ (ମାକପା) ନେତା ବିଜୟନ କହିଛନ୍ତି ଯେ, ‘‘କେନ୍ଦ୍ରର ଏହି ପଦକ୍ଷେପକୁ ଦେଶର ସାସ୍କୃତିକ ବିବିଧତାକୁ ନଷ୍ଟ କରି ବହୁମତର ସାଂପ୍ରଦାୟିକ ଏଜେଣ୍ଡା ‘ଗୋଟିଏ ଦେଶ, ଗୋଟିଏ ସଂସ୍କୃତି’କୁ ଲାଗୁ କରିବାର ଯୋଜନ ଭଳି ଦେଖାଯାଇପାରେ।’’ ସେ ଆହୁରି କହିଛନ୍ତି ‘‘କେନ୍ଦ୍ର ସରକାର ଏବଂ ବିଧି ଆୟୋଗକୁ ସମାନ ନାଗରିକ ସଂହିତାର ପାଇଁ ନିଆଯାଇଥିବା ପଦକ୍ଷେପକୁ ଫେରାଇ ନେବା ଦରକାର।’’ ଏମିତି କରି ସାଂପ୍ରଦାୟିକ ବିଭାଜନକୁ ବଢ଼ାଇବା ପାଇଁ ଏକ ନିର୍ବାଚନୀ ଚାଲ।

ସୂଚନାଥାଉକି, ପିଏମ ମୋଦୀ ଜୁନ ୨୭ରେ ଭୋପାଳରେ ବିଜେପିର ଏକ କାର୍ଯ୍ୟକ୍ରମରେ ୟୁସିସିକୁ ନେଇ ପ୍ରତିକ୍ରିୟା ରଖିଥିଲେ। ଯେଉଁଥିର ସେ କହିଥିଲେ ଯେ, ଦେଶ ବ୍ୟକ୍ତିଗତ ମାମଲାକୁ ନିୟନ୍ତ୍ରିତ କରୁଥିବା ଦୁଇ ଆଇନ ସହ କିଭଳି କାମ କରିପାରିବ ? ପିଏମ ମୋଦୀ ବିରୋଧୀ ଦଳ ଉପରେ ଏହି ପ୍ରସଙ୍ଗରେ ମୁସଲିମ ସମୁଦାୟଙ୍କୁ ଉସ୍କେଇବାର ଅଭିଯୋଗ ଆଣିଥିଲେ।

ଆହୁରି ପଢ଼ନ୍ତୁ: ୟୁନିଫର୍ମ ସିଭିଲ କୋଡ଼କୁ ଆପ୍‌ର ସମର୍ଥନ, ୟୁସିସି ବ୍ୟବସ୍ଥା ଦେଶ ପାଇଁ ଦରକାର ବୋଲି କହିଲା ଦଳ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.