ନାବାଳିକାଙ୍କୁ ଅପହରଣ କରୁଥିଲେ ଦୁଇ ଯୁବକ, ମାଡିବସିଲେ ଗ୍ରାମବାସୀ

Published By : Prameya-News7 Bureau | February 14, 2025 IST

ପାରାଦୀପ ୧୪।୦୨ : ନାବାଳିକାଙ୍କୁ ଅପହରଣ ଉଦ୍ୟମ । ଅପହରଣ ସମୟରେ ମାଡିବସିଲେ ସ୍ଥାନୀୟ ଗ୍ରାମବାସୀ । ଜଣେ ଯୁବକଙ୍କୁ କାବୁ କରିଥିବା ବେଳେ ଅନ୍ୟ ଜଣେ ଘଟଣାସ୍ଥଳରେ ଫେରାର ମାରିଛନ୍ତି ଅପହରଣକାରୀ । ଜଗତସିଂପୁର ଜିଲ୍ଲା କୁଜଙ୍ଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । 

ନାବାଳିକା ଜଣଙ୍କ ଗାଁ ନିକଟରେ ଏକ ସ୍ଥାନକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଯାଇଥିଲେ । ଏହି ସମୟରେ ଦୁଇ ଜଣ ଯୁବକ ତାଙ୍କୁ ଅପହରଣ କରିବାକୁ ଉଦ୍ୟମ କରିଥିଲେ। ନାବାଳିକା ଜଣଙ୍କ ପାଟି କରିବାରୁ ଘଟଣାସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ତୁରନ୍ତ ଯୁବକ ଦୁଇ ଜଣଙ୍କୁ ଘେରିଯାଇଥିଲେ। ହେଲେ ସେଠାରୁ ଜଣେ ଯୁବକ କୌଶଳକ୍ରମେ ଫେରାର ହୋଇଯାଇଥିବା ବେଳେ ଅନ୍ୟ ଯୁବକଙ୍କୁ ଧରି ପକାଇଥିଲେ ଗ୍ରାମବାସୀ ‌। ଏହାପରେ ଉକ୍ତ ଯୁବକକୁ ପୋଲିସକୁ ହସ୍ତାନ୍ତର କରିଛନ୍ତି ସ୍ଥାନୀୟ ବାସିନ୍ଦା। କୁଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.