ଫେବ୍ରୁଆରୀ ୨୨ ତାରିଖ, ଶନିବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | February 22, 2025 IST

ମେଷ- ଚାକିରିରେ ଉଚ୍ଚ ସ୍ଥାନ ପ୍ରାପ୍ତି ହେବ। ଭ୍ରମଣ ଯୋଗ ରହିଛି। ଆୟରେ ବୃଦ୍ଧି ହେବ। ପରିବାରରେ ସୁଖ ଶାନ୍ତି ଲାଗି ରହିବ। ବ୍ୟବସାୟରେ ଭଲ ଫଳ ମିଳିବ। ନୂତନ ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ। 

ବୃଷ- ମିଳୁନଥିବା ଅର୍ଥ ହଠାତ୍ ପ୍ରାପ୍ତି ହେବ। ନୂତନ ଯାନବାହାନ କ୍ରୟ କରିବେ। ଛାତ୍ରଛାତ୍ରୀମାନେ ବ୍ୟସ୍ତତାରେ ଦିନ କାଟିବେ। ବ୍ୟବସାୟରେ ଆଗକୁ ବଢ଼ିବେ। ଦମ୍ପତିମାନଙ୍କ ପାଇଁ ଦିନଟି ଉତ୍ତମ ରହିଛି । ଗୁରୁଜନଙ୍କ ସହଯୋଗ ମିଳିବ ।

ମିଥୁନ- କୌଣସି ବାହ୍ୟ ସ୍ଥାନରୁ ସମ୍ମାନ ମିଳିପାରେ । ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ନିହାତି ଆବଶ୍ୟକ । ଚାକିରି କ୍ଷେତ୍ର ସାମାନ୍ୟ ରହିବ। ବ୍ୟବସାୟରେ ନିବେଶ କରନ୍ତୁ ନାହିଁ । ପ୍ରେମ ସମ୍ପର୍କ ନିବିଡ଼ ହେବ । ବିଦ୍ୟାର୍ଥୀ ମାନେ ଉପକୃତ ହେବେ ।

କର୍କଟ- ଦିନଟି ସଂପୂର୍ଣ୍ଣ ଭଲରେ କଟିବ। ସମ୍ମାନ ପ୍ରାପ୍ତିର ଯୋଗ ରହିଛି। ଭ୍ରମଣ ଯୋଗ ରହିଛି। ମନରେ ସାମାନ୍ୟ ଗ୍ଲାନି ଦେଖା ଦେଇପାରେ। ପାରିବାରିକ ଜୀବନ ସୁଖମୟ ହେବ। ବ୍ୟବସାୟରେ ଭଲ ଲାଭ ମିଳିପାରେ । 

ସିଂହ- ଦିନଟି ଅତ୍ୟନ୍ତ ଖୁସି ଖବର ଦେବ । ବ୍ୟବସାୟୀମାନଙ୍କର ନୂତନ ଚୁକ୍ତି ଯୋଗୁ ଲାଭବାନ ହେବାର ସମ୍ଭାବନା ରହିଛି । ମାତା ପିତାଙ୍କ ଆଶୀର୍ବାଦ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବିଦ୍ୟାର୍ଥୀମାନେ ପରୀକ୍ଷାରେ ସଫଳତା ଅର୍ଜନ କରିବେ । 

କନ୍ୟା- ଦିନଟି ଭଲ ଫଳ ପ୍ରଦାନ କରିବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିଛି । ନୂତନ ବ୍ୟବସାୟ ଆରମ୍ଭ କଲେ ଶୁଭ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବ ।

ତୁଳା- ନୂତନ ଚାକିରିରେ ଯୋଗଦାନ ଦେଇଥିବା ବ୍ୟକ୍ତିଙ୍କୁ ନୂଆ ସୁଯୋଗ ସୃଷ୍ଟି ହେବ। ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ । ନୂତନ ବସ୍ତୁ କ୍ରୟ କରିବେ । ଛାତ୍ରଛାତ୍ରୀମାନେ ଉପକୃତ ହେବେ। ବ୍ୟବସ୍ଥା ଆଶାନୁରୂପ ଫଳ ଦେବ ।

ବିଛା- ଆର୍ଥିକ ସ୍ଥିତି   ସ୍ୱଚ୍ଛଳ ରହିବ। ଛାତ୍ରଛାତ୍ରୀମାନେ କୃତକାର୍ଯ୍ୟ ହେବେ। ଦମ୍ପତିମାନେ ଆଲୋଚନା କରି କିଛି ନୂଆ କାର୍ଯ୍ୟ  ଆରମ୍ଭ କରିପାରନ୍ତି । ଭ୍ରମଣର ଯୋଗ ରହିଛି । ପରିବାରରେ ଖୁସିର ମାହୋଲ ରହିବ ।

ଧନୁ- ଦିନଟି ମଧ୍ୟମ ଫଳ ପ୍ରାପ୍ତ କରାଇବ। ବ୍ୟବସାୟରେ କ୍ଷତି ସହିବାର ସମ୍ଭାବନା ରହିଛି । ସନ୍ତାନଙ୍କ ସ୍ଵାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତାରେ ରହିବେ। ପୈତୃକ ସମ୍ପତିକୁ ନେଇ ବିବାଦ ଲାଗିପାରେ । ବନ୍ଧୁ ମିଳନର ଯୋଗ ରହିଛି ।

ମକର- କର୍ମରେ ମଧ୍ୟମ ଫଳ ପ୍ରାପ୍ତି ଯୋଗ ରହିଛି । ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ଶତ୍ରୁଙ୍କ ଠାରୁ ଦୂରତା ରକ୍ଷା କରନ୍ତୁ । ନିବେଶ ପାଇଁ ଦିନଟି ଉତ୍ତମ ରହିଛି । ବିଦ୍ୟାର୍ଥୀମାନଙ୍କୁ ପ୍ରଶଂସା ମିଳିପାରେ ।

କୁମ୍ଭ- ଦିନଟି ମଧ୍ୟମ ଫଳ ପ୍ରାପ୍ତ କରାଇବ। ନିର୍ଣ୍ଣୟ ଆପଣଙ୍କ ପକ୍ଷରେ ରହିବ। ସାମାନ୍ୟ ମାନସିକ ଅଶାନ୍ତି ଦେଖାଦେଇପାରେ। ହେଲେ ତାହା ଆପଣ ସମାଧାନ କରିବାକୁ ସକ୍ଷମ ହେବେ । ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତ ହେବ ।

ମୀନ- କାର୍ଯ୍ୟ କ୍ଷେତ୍ରରେ ନିଜକୁ ବ୍ୟସ୍ତ ରଖିବେ। ଅଟକିଥିବା କାର୍ଯ୍ୟ ପୁନଃଆରମ୍ଭ କରିବେ। ଛାତ୍ରଛାତ୍ରୀମାନେ ନିଜ କାର୍ଯ୍ୟରେ ମନୋନିବେଶ କରିବେ। ଦମ୍ପତିମାନଙ୍କ ପାଇଁ ଦିନଟି ବ୍ୟସ୍ତ ବହୁଳ ରହିବ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682

  • Horoscope
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.