ଜୁନ୍ ୨୭ ତାରିଖ, ଗୁରୁବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | June 27, 2024 IST

ମେଷ-  ଏକାଦଶ ଚନ୍ଦ୍ର କାଳ ଭୋଗ ଯୋଗୁଁ ଦିନଟି ବହୁତ ଭଲରେ କଟିବ । ଆରମ୍ଭ କରିଥିବା କାର୍ଯ୍ୟ ଠିକ୍ ସମୟରେ ଶେଷ ହେବ । ଚାକିରୀରେ ପଦୋନ୍ନତି ସମ୍ଭାବନା ଅଛି ।  ଅର୍ଥ ନିବେଶରେ ଲାଭଦାୟକ ହେବ ।

ବୃଷ- ମିଳୁନଥିବା ଧନ ମିଳିବ । ଆପଣଙ୍କ କାର୍ଯ୍ୟରେ ଖୁସି ହୋଇ ବନ୍ଧୁମାନଙ୍କ ଦ୍ଵାରା ପ୍ରଶଂସାର ପାତ୍ର ହେବେ। ପ୍ରେମ ସମ୍ପର୍କ ସୁଦୃଢ ହେବ । ଲୁଚି ରହିଥିବା ଦକ୍ଷତାର ପରିପ୍ରକାଶ ହେବ। ବିଦ୍ୟାର୍ଥୀମାନେ ଉତ୍ତମ ଫଳ ପ୍ରାପ୍ତ କରିବେ ।

ମିଥୁନ- ଘାତ ଚନ୍ଦ୍ର ଯୋଗୁଁ ସତର୍କ ରହିବା ବିଧେୟ । ଜମିଜମାକୁ ନେଇ ରହିଥିବା ବିବାଦର ଅନ୍ତ ଘଟିବ। କର୍ମ ବ୍ୟସ୍ତତାରେ ଦିନଟି କଟିବ । ଚିନ୍ତା ବଢ଼ିପାରେ । ବାଣିଜ୍ୟରେ ମଧ୍ୟମ ଫଳ ପ୍ରାପ୍ତ ହେବ। ଛାତ୍ର ଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ପଛରେ ରହିବେ ।

କର୍କଟ- ଅଷ୍ଟମ ଚନ୍ଦ୍ର ଯୋଗୁଁ ଦିନଟିରେ ଚିନ୍ତାରେ ପଡ଼ିବେ । ଜୀବନ ସାଥିଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନ୍ନତି ଦେଖା ଦେବ । ମିତ୍ରଙ୍କ ଠାରୁ ଉପହାର ମିଳିବ । ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ । ବିଦ୍ୟାର୍ଥୀମାନେ ଅସଫଳ ହେବେ ।

ସିଂହ- ଚାକିରିରେ ସଫଳତା ମିଳିବ । ଦିନଟିରେ ଉନ୍ନତି ଆଶାନୁରୂପ ହେବ । ବିଦେଶ ଯାତ୍ରା ଆପଣଙ୍କ ଲାଭଦାୟକ ସାବ୍ୟସ୍ତ ହେବ । କିଛି ଲୁଚି ରହିଥିବା ମିଥ୍ୟା ସର୍ବ ସମ୍ମୁଖକୁ ଆସିପାରେ । ସନ୍ତାନଙ୍କ ସହ ମନୋମାଳିନ୍ୟ ହୋଇପାରେ । 

କନ୍ୟା-  କର୍ମରେ ଆପଣଙ୍କୁ ମଧ୍ୟମ ଫଳ ପ୍ରାପ୍ତି ଯୋଗ ରହିଛି । ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ଶତ୍ରୁଙ୍କ ଠାରୁ ଦୂରତା ରକ୍ଷା କରନ୍ତୁ ।  ନିବେଶ ପାଇଁ ଦିନଟି ଉତ୍ତମ ରହିଛି । ବିଦ୍ୟାର୍ଥୀ ମାନଙ୍କୁ ପ୍ରଶଂସା ମିଳି ପାରେ ।

ତୁଳା- ଦିନଟି ବହୁତ ଖୁସିରେ କଟିବ । ପରିବାରରେ ସାଧାରଣ ସମସ୍ୟା ସୃଷ୍ଟି ହେବ । ଉଚ୍ଚ ପଦସ୍ଥ ଲୋକଙ୍କ ସହ ମିଳନ ହେବ । ବ୍ୟବସାୟରେ ଲାଭ ଯୋଗ ରହିଛି । ବିଦ୍ୟାର୍ଥୀମାନେ ସଫଳତା ପ୍ରାପ୍ତ   କରିବେ ।

ବିଛା- ବାକିଥିବା କାର୍ଯ୍ୟକୁ ସମୟାନୁସାରେ ପୂରଣ କରନ୍ତୁ । ବନ୍ଧୁଙ୍କ ସହ ଅଧିକାଂଶ ସମୟ କଟିବ । ଜୀବନସାଥୀଙ୍କ ସହଯୋଗ ମିଳିବ । ନୂତନ କାର୍ଯ୍ୟାରମ୍ଭ ପାଇଁ ଦିନଟି ଉପଯୁକ୍ତ ହେବେ । ବଡ଼ ପଦବୀ ପାଇଁ ଆଶାୟୀ ହେବେ। 

ଧନୁ- ଅନ୍ୟଦିନ ତୁଳନାରେ ଦିନଟି ଅଧିକ ଭଲ ଫଳ ପ୍ରଦାନ କରିବ । ସଭା ସମିତିରେ ନେତୃତ୍ୱ ଲାଭ କରିବେ । ପରିବାରରୁ ପ୍ରଶଂସା ମିଳିବ । ପୂର୍ବୁବ୍ରୁ ଥିବା ବିବାଦ ର ଅନ୍ତ ଘଟିବ ।ବିଦ୍ୟାର୍ଥୀ ମାନେ ପରୀକ୍ଷା କୁ ନେଇ ଚିନ୍ତା ରେ ରହିବେ ।

ମକର- ଦିନଟି ଅନୁକୂଳ ରହିବ । ସାମାଜିକ କାର୍ଯ୍ୟରେ ମନୋନିବେଶ କରିବେ । ପରିବାରରୁ ଆର୍ଥିକ ସହାୟତା ମିଳିବ । ମିଛ ପ୍ରତିଶ୍ରୁତି ଦିଅନ୍ତୁ ନାହିଁ । ବିଦ୍ୟାର୍ଥୀମାନଙ୍କ ମନ ଉଣା ରହିବ । ଆର୍ଥିକ ବ୍ୟୟ ସାମାନ୍ୟ ଅଧିକ ରହିବ।

କୁମ୍ଭ- ମିତ୍ରଙ୍କ ଠାରୁ ଭଲ ଖବର ମିଳିବ । ଧନ ସଂପତ୍ତି କ୍ରୟ କରିବେ । ଅନ୍ୟ ଲୋକଙ୍କ କାର୍ଯ୍ୟରେ ସମୟ ନିବେଶ କରିବେ । ସୌଜନ୍ୟ ଭାବ ମନରେ ରହିବେ । ବିଦ୍ୟାର୍ଥୀ ଲାଭବାନ ହେବେ । ସମ୍ମାନ ପ୍ରାପ୍ତି ହେବେ ।

ମୀନ- ଘାତ ଚନ୍ଦ୍ର ଯୋଗୁଁ ସାବଧାନ ରହିବା ବିଧେୟ ହେଲେ ମଧ୍ୟ କୃଷ୍ଣ ପକ୍ଷ ଯୋଗୁଁ ଚନ୍ଦ୍ର ବଳବାନ । ବ୍ୟବସାୟରେ ଲାଭ ଯୋଗ ରହିଛି । କର୍ମ କ୍ଷେତ୍ରରେ ନୂତନ ପଦବୀ ମିଳିପାରେ । ପରିବାରରେ ସାମାନ୍ୟ ମନୋମାଳିନ୍ୟ ଦେଖାଦେବ । ଛାତ୍ର ଛାତ୍ରୀମାନେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକଯାଜପୁର, ଯୋଗାଯୋଗ – 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.