ଜୁନ୍ ୨୬ ତାରିଖ, ବୁଧବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | June 26, 2024 IST

ମେଷ - କର୍ମ କ୍ଷେତ୍ରରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହେବ । ବୈବାହିକ ସୁଖ ବୃଦ୍ଧି ପାଇବ । ମା'ଙ୍କ ସାଥୀ ପାଇବେ ।ବ୍ୟବସାୟରେ ଅସୁବିଧା ହୋଇପାରେ । ପିତାଙ୍କଠାରୁ ଅର୍ଥପ୍ରାପ୍ତି କରି ପାରନ୍ତି । ପ୍ରଗତି ର ରାସ୍ତା ଖୋଲିଯିବ । ବିଦ୍ୟାର୍ଥୀ ମାନେ ଚିନ୍ତାରେ ପଡ଼ିବେ ।

ବୃଷ - ଆଳସ୍ୟର ବଶବର୍ତ୍ତୀ ହୋଇ ସମସ୍ୟାରେ ପଡ଼ିପାରନ୍ତି । ମନ ଅସୁବିଧାରେ ପଡ଼ିବ । ଆତ୍ମନିର୍ଭରଶୀଳ ହୁଅନ୍ତୁ । ଧର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ଚାକିରିରେ କାର୍ଯ୍ୟଭାର ବୃଦ୍ଧି ହୋଇପାରେ । ଆୟ ମଧ୍ୟ ବୃଦ୍ଧି ପାଇବ । ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁ କ୍ରୟ କରିବା ଦ୍ଵାରା ଖର୍ଚ୍ଚ ବୃଦ୍ଧି ପାଇବ । 

ମିଥୁନ - ଶାରୀରିକ କଷ୍ଟ ଅନୁଭବ କରିବେ । ଆତ୍ମନିର୍ଭରଶୀଳ ହୁଅନ୍ତୁ ଧର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ଚାକିରିରେ ପଦୋନ୍ନତି ପାଇଁ ସୁଯୋଗ ହୋଇପାରେ । ଆୟ ବୃଦ୍ଧି ପାଇବ । ପରିଶ୍ରମ ଅଧିକ ହେବ । କର୍ମକ୍ଷେତ୍ରରେ ସଫଳତା ମିଳିବ ।

କର୍କଟ - ମନ ପ୍ରସନ୍ନ ରହିବ ଆତ୍ମବିଶ୍ୱାସରେ ବୃଦ୍ଧି ଘଟିବ । ଚାକିରି ପରିବର୍ତ୍ତନ ପାଇଁ ସୁଯୋଗ ମିଳିପାରେ । କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଆସିବ । ବିଦେଶ ଭ୍ରମଣ ଯୋଗ ରହିଛି । କାର୍ଯ୍ୟାଳୟରେ ଉଚ୍ଚ ପଦାଧିକାରୀଙ୍କ ସହଯୋଗ ହେବ । 

ସିଂହ - ଆଜି ଆପଣଙ୍କର ଘାତଚନ୍ଦ୍ର ଯୋଗୁଁ ମନ ଅଶାନ୍ତ ରହିବ । ଅଯଥା ଚିନ୍ତାରେ ପଡ଼ିବେ । ଅନାବଶ୍ୟକ କ୍ରୋଧ ଏବଂ ବିତର୍କରୁ ଦୂରେଇ ରୁହନ୍ତୁ । ପୈତୃକ ସମ୍ପତ୍ତିରୁ ଟଙ୍କା ହାସଲ କରିପାରନ୍ତି । ବନ୍ଧୁଙ୍କ ସାହାଯ୍ୟରେ ଚାକିରିର ସୁଯୋଗ ପାଇପାରିବେ ।

କନ୍ୟା - ମନ ଖୁସି ରହିବ । ତଥାପି ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ପରିବାରର ସମର୍ଥନ ପାଇବେ । କିଛି ପୁରୁଣା ବନ୍ଧୁଙ୍କୁ ଭେଟିପାରନ୍ତି । ସୁସ୍ୱାଦୁ ଖାଦ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ଛାତ୍ରଛାତ୍ରୀ ମାନେ ଲାଭବାନ ହେବେ ।

ତୁଳା - ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବେ । କଳା କିମ୍ବା ସଙ୍ଗୀତ ପ୍ରତି ପ୍ରବୃତ୍ତିରେ ଆଗ୍ରହ ବଢିବ ପାରିବାରିକ ଜୀବନ ସୁଖମୟ ହେବ । ବ୍ୟବସାୟରେ ଅସୁବିଧା ହୋଇପାରେ, ସତର୍କ ରୁହନ୍ତୁ । ଶିକ୍ଷାଗତ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ ।

 ବିଛା - କୌଣସି କାର୍ଯ୍ୟକୁ ନେଇ ମନରେ ଉତ୍ସାହ ସୃଷ୍ଟି ହୋଇପାରେ ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ନିଜ ସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବ୍ୟବସାୟରେ ଲାଭ ସୁଯୋଗ ମିଳିବ । ଯାନବାହାନ ପାଇଁ ଖର୍ଚ୍ଚାନ୍ତ ହୋଇପାରନ୍ତି ।

ଧନୁ - କାର୍ଯ୍ୟରେ ବିଳମ୍ବ ହେବ । ତଥାପି, ବ୍ୟସ୍ତ ନହୋଇ ଶାନ୍ତ ରୁହନ୍ତୁ ଚାକିରିରେ ଥିବା ଅଧିକାରୀମାନଙ୍କ ସହିତ ଅନାବଶ୍ୟକ ବିତର୍କରୁ ଦୂରେଇ ରୁହନ୍ତୁ । ପ୍ରଗତି ପାଇଁ ସୁଯୋଗ ମିଳିପାରିବ । ଆୟ ବୃଦ୍ଧି ପାଇବ । କାର୍ଯ୍ୟଭାରରେ ମଧ୍ୟ ବୃଦ୍ଧି ଘଟିବ । ଲାଭ ଯୋଗ ରହିଛି ।

ମକର - ମକର ରାଶିରେ ଆଜି ଶ୍ରୀଚନ୍ଦ୍ର ଯୋଗୁଁ, ମନ ଶାନ୍ତ ରହିବ ବୈବାହିକ ସୁଖ ବୃଦ୍ଧି ପାଇବ । ଚାକିରିରେ ଆପଣଙ୍କୁ ବିଦେଶ ଯିବାକୁ ପଡିପାରେ । ଯାନର ଆନନ୍ଦ ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ସାମାନ୍ୟ ଅଧିକ ପରିଶ୍ରମ ହେବ । ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

କୁମ୍ଭ - ଅଯଥା ଧନ କ୍ଷୟର ଯୋଗ ରହିଛି । ଅତ୍ୟଧିକ କ୍ରୋଧ ଏବଂ ଉତ୍ସାହରୁ ଦୂରେଇ ରୁହନ୍ତୁ । ମନ ବିଚଳିତ ହୋଇପାରେ । ଆପଣ ନିଜ ପରିବାର ସହିତ ଏକ ଧାର୍ମିକ ସ୍ଥାନକୁ ଯାଇପାରନ୍ତି । ଆପଣଙ୍କ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନିଅନ୍ତୁ । ସନ୍ତାନଙ୍କ ପାଇଁ ଚିନ୍ତା ବଢ଼ିବାରେ ।

ମୀନ - ଉତ୍ତମ ଆୟ ର ଯୋଗ ରହିଛି । ଆତ୍ମବିଶ୍ୱାସ ପୂର୍ଣ୍ଣ ହେବ, କିନ୍ତୁ ସଂଯମ ରୁହନ୍ତୁ । ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ଚାକିରିରେ ପଦୋନ୍ନତି ପାଇଁ ସୁଯୋଗ ମିଳିପାରେ । ଆୟ ବୃଦ୍ଧି ପାଇବ ଖର୍ଚ୍ଚ ମଧ୍ୟ ବୃଦ୍ଧି ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକଯାଜପୁର, ଯୋଗାଯୋଗ – 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.