ଧାର ଦେଇଥିବା ପଇସା ଫେରସ୍ତ ପାଇବେ, ଚାକିରି କ୍ଷେତ୍ରରେ ପ୍ରଶଂସା ମିଳିବ

Published By : Prameya-News7 Bureau | September 26, 2024 IST

ମେଷ - ଆଳସ୍ୟ ବୃଦ୍ଧି ହେବ । ଆର୍ଥିକ ବ୍ୟୟ ଅଧିକ ହେବ । ପରିବାରରେ ଚାହୁଁ ନ ଥିଲେ ମଧ୍ୟ ବାହ୍ୟ ସମସ୍ୟା ଆସି ପହଞ୍ଚିବ । ବ୍ୟବସ୍ଥାରେ ପରିଶ୍ରମ ଅନୁଯାୟୀ ଫଳ ପ୍ରାପ୍ତି ହୋଇ ନ ପାରେ । ଅଙ୍ଗରେ କ୍ଳେଶ ଓ ଆଘାତ ଲାଗିବାର ଯଥେଷ୍ଟ ସମ୍ଭାବନା ରହିଛି ।

ବୃଷ - ଆସନ୍ତାକାଲି ଦିନଟି ଆପଣଙ୍କ ପାଇଁ ବିଶେଷ ଭଲ ରହିଛି । ମନ ପ୍ରଫୁଲ୍ଲିତ ରହିବା ସହ ଶରୀର ସୁସ୍ଥ ରହିବ। ସର୍ବ କାର୍ଯ୍ୟରେ ସିଦ୍ଧି ଘଟିବ । ଧାର ଦେଇଥିବା ପଇସା ଆସନ୍ତାକାଲି ଆପଣ ଫେରସ୍ତ ପାଇବେ । ନୂତନ ବସ୍ତୁ କ୍ରୟ କରିବେ । ଛାତ୍ର ଛାତ୍ରୀ ମାନେ ଉପକୃତ ହେବେ। 

ମିଥୁନ - ଅର୍ଥ ବିଷୟକ ଚିନ୍ତା ଦୂର ହେବ । କର୍ମ ସଂସ୍ଥାନରେ ପ୍ରଶଂସା ମିଳିବ । ପତ୍ନୀଙ୍କ କଥା ମନି ଚାଲିଲେ ଦିନଟି ଅଧିକ ଭଲ ହେବ । ବାକି ଥିବା କାର୍ଯ୍ୟ   କାଲି ସଂପୂର୍ଣ୍ଣ ହେବ । ବ୍ୟବସାୟରେ କିଛି ନୂଆ କରିବାର ଆଶାରେ ରହିବେ । ଛାତ୍ର ଛାତ୍ରୀ ମାନେ ଉନ୍ନତି ପଥ ଅନୁସରଣ କରିବେ ।

କର୍କଟ - ଶ୍ରୀ ଚନ୍ଦ୍ର ହେତୁ କୌଣସି ସ୍ଥାନରୁ ଶୁଭ ଖବର ପ୍ରାପ୍ତ ହେବ। କର୍ମ କ୍ଷେତ୍ରରେ ଏତେ ଭଲ ପ୍ରଦର୍ଶନ କରିବେ ନାହିଁ । ରୋଜଗାର ଅପେକ୍ଷାରେ ଥିବା ବ୍ୟକ୍ତିଙ୍କୁ ଧନ ପ୍ରାପ୍ତିର ସମ୍ଭାବନା ରହିଛି । କ୍ୟାରିୟରକୁ ନେଇ ଛାତ୍ର ଛାତ୍ରୀ ମାନେ ଚିନ୍ତାରେ ରହିବେ ।ବ୍ୟବସାୟୀ ମାନେ ଦୂର ଯାତ୍ରା  କରି ପାରନ୍ତି। 

ସିଂହ  - ନୂତନ କିମ୍ବା ପୁରୁଣା କାର୍ଯ୍ୟରେ ହାନି ଘଟି ପାରେ । ଶତ୍ରୁ ମାନଙ୍କ ଠାରୁ ଦୂରେଇ ରୁହନ୍ତୁ । ମାଲି ମୋକଦ୍ଦମା ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରନ୍ତୁ । ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତ ହେବ । ଜୀବନ ସାଥୀଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ । ଛାତ୍ର ଛାତ୍ରୀ ମାନେ ପାଠରେ ଯଥେଷ୍ଟ ମନଯୋଗ ଦେବେ ।

କନ୍ୟା - ହଠାତ ଧନ ପ୍ରାପ୍ତିର ଯୋଗ ଆପଣଙ୍କର ରହିଛି । ଚାକିରି କ୍ଷେତ୍ରରେ ପ୍ରଶଂସା ମିଳିବ । ଦେହ ମନ ସୁସ୍ଥ ରହିବ। ବ୍ୟବସାୟରେ ବାକି ରହିଥିବା କାର୍ଯ୍ୟର ଆରମ୍ଭ ହେବ । ପାରିବାରିକ ଜୀବନ ସୁଖ ମୟ ହେବ। ଛାତ୍ର ଛାତ୍ରୀ ମାନେ ଖେଳକୁଦରେ ବିଜୟ ହାସଲ କରିବେ ।

ତୁଳା - ନିଜର କାର୍ଯ୍ୟ ଦକ୍ଷତା ଯୋଗୁଁ ଅନେକ ସମ୍ମାନ ପ୍ରାପ୍ତି କରିବେ । ଆର୍ଥିକ ବ୍ୟୟ ହେବା । ବ୍ୟବସାୟରେ ଉନ୍ନତି ଦେଖିବାକୁ ମିଳିବ ବଡ଼ ସଫଳତା ମିଳି ପାରେ । ସ୍ବାସ୍ଥ୍ୟ ଅବସ୍ଥା ମଧ୍ୟମ ରହିବ। ଅଧିକ ପରିଶ୍ରମରେ ଦିନଟି କାଟିବ । ଛାତ୍ର ଛାତ୍ରୀ ମାନେ ସମୟ ନଷ୍ଟ କରିବେ ।

ବିଛା - ଅନ୍ୟ ସ୍ଥାନକୁ ଭ୍ରମଣର ଯୋଗ ରହିଛି। ପତ୍ନୀଙ୍କ ସହଯୋଗ ମିଳିବ । ପୁରୁଣା ବନ୍ଧୁଙ୍କୁ ପାଇ ଖୁସି ହେବେ । ଆର୍ଥିକ ସ୍ଥିତି ମଧ୍ୟମ ରହିବ। ଛାତ୍ର ଛାତ୍ରୀ ମାନଙ୍କ ପାଇଁ ନୂତନ ସ୍ଥାନ ପ୍ରାପ୍ତି ହୋଇ ପାରେ । ପରିଶ୍ରମର ସମୟ ଅଧିକ ରହିବ ।

ଧନୁ - ଶାରୀରିକ ସମସ୍ୟା ଦେଖା ଦେବ । ତଳିପେଟରେ ଯନ୍ତ୍ରଣା ଦେଖା ଦେବ । ଦିନଟି ଏତେ ଉତ୍ତମ ଫଳ ଦେବ ନାହିଁ । ବହୁ ପରିଶ୍ରମରେ ଅଳ୍ପ ଲାଭ ମିଳିବ। ଚାଲୁଥିବ କାର୍ଯ୍ୟ ଅଧାରୁ ଅଟକି ଯାଇ ପାରେ । ବିଦ୍ୟାର୍ଥୀ ମାନେ ଅଳସୁଆ ହେବେ ।

ମକର - ପରିବାରରେ ସୁଖ ସମ୍ମାନ ବୃଦ୍ଧି ହେବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବା ସହିତ ,ଦାମ୍ପତ୍ୟ  ଜୀବନ  ସୁଖ ମୟ ହେବ । ଚାକିରି କ୍ଷେତ୍ରରେ ଉନ୍ନତି ଘଟିବ । ମିତ୍ର ଙ୍କ ଠାରୁ ସାହାଯ୍ୟ ମିଳିବ । ଧନ ପ୍ରାପ୍ତିର ସମ୍ଭାବନା ରହିଛି । କିଛି ନୂଆ କରିବାକୁ ପ୍ରେରଣା ମିଳିବ ।

କୁମ୍ଭ - ଆୟ ବୃଦ୍ଧି ହେବ । ନିଜ କ୍ରୋଧକୁ ନିଜ ଆୟତ୍ତରେ ରଖନ୍ତୁ । ନହେଲେ ଅସୁବିଧା ରେ ସମ୍ମୁଖୀନ ହେବେ । ଚାକିରି କ୍ଷେତ୍ରରେ ଉନ୍ନତି ଘଟିବ । ମିତ୍ରଙ୍କ ଠାରୁ ସାହାଯ୍ୟ ମିଳିବ । ଧନ ପ୍ରାପ୍ତିର ସମ୍ଭାବନା ରହିଛି ।କିଛି ନୂଆ କରିବାକୁ ପ୍ରେରଣା ମିଳିବ । ମାନ ପ୍ରଫୁଳିତ ରହିବ। 

ମୀନ -  ଆୟର ଯୋଗ ରହିଛି । ଛଳନା ଓ ଛନ୍ଦ କପଟର ଶିକାର ହୋଇ ପାରନ୍ତି ।ଲାଗି ରହିଥିବା ମାଲି ମକୋଦ୍ଦମାର କାଲି ଅନ୍ତ ଘଟିବ । ସରକାରୀ ଯୋଜନାର ସଂପୂର୍ଣ୍ଣ ଲାଭ ମିଳିବ ।ଛାତ୍ର ଛାତ୍ରୀ ମାନେ କ୍ୟାରିୟର ପ୍ରତି ଅଧିକ ଯତ୍ନବାନ ହେବେ । ମନରେ ବିଷାଦ ଭାବ ରହିବ ।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.