ସେପ୍ଟେମ୍ଵର ୨୫ ତାରିଖ, ବୁଧବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | September 25, 2024 IST

ମେଷ- ତୃତୀୟ ଚନ୍ଦ୍ର ଯୋଗୁଁ ସମ୍ମାନ ପ୍ରାପ୍ତି ହେବ । ବ୍ୟବସାୟିକ କାର୍ଯ୍ୟରେ ଆଗ୍ରହୀ ହେବେ । ବିଦେଶ ଯାତ୍ରା କରିବାକୁ ମନୋନିବେଶ କରିବେ । ପରିବାରରେ ଧାର୍ମିକ କାର୍ଯ୍ୟ ହେବ। ସୁଖଦ ଖବର ମିଳିବ । ବିଦ୍ୟାର୍ଥୀ ମାନେ ବନ୍ଧୁଙ୍କ ସହଯୋଗ ପାଇବେ ।

ବୃଷ- କୃଷ୍ଣ ପକ୍ଷ ଦ୍ଵିତୀୟ ଚନ୍ଦ୍ର ହୋଇଥିବାରୁ ଉଦବେଗଜନକ ପରିସ୍ଥିତି ସୃଷ୍ଟି ହେବ । ମନ ବିଚଳିତ ହୋଇପାରେ । ଆତ୍ମବିଶ୍ୱାସର ଅଭାବ ହେବ । ଚାକିରିରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ହୋଇପାରେ ।  ପରିଶ୍ରମ ଅଧିକ ହେବ । 

ମିଥୁନ- ଶ୍ରୀ ଚନ୍ଦ୍ର ଥିବାରୁ ମିଥୁନ ରାଶିର ବ୍ୟକ୍ତିଙ୍କ ମନ ଖୁସି ହେବ । ତଥାପି  ଧୈର୍ଯ୍ୟ ରଖନ୍ତୁ । ଚାକିରି ସାକ୍ଷାତକାର ଇତ୍ୟାଦିରେ ଆପଣ ସଫଳତା ପାଇବେ । ଆୟ ବୃଦ୍ଧି ପାଇବ | ସୁଖଦ ଖବର ପାଇବେ । ବିଦ୍ୟାର୍ଥୀ ମାନେ ଆଶାନୁରୂପ ଫଳ ପ୍ରାପ୍ତ କରିବେ ।

କର୍କଟ- ଉଦବେଗଜନକ ପରିସ୍ଥିତି ସୃଷ୍ଟି ହେବ । ମନ ବିଚଳିତ ହୋଇପାରେ । ଆତ୍ମବିଶ୍ୱାସର ଅଭାବ ହେବ। ଚାକିରିରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ହୋଇପାରେ । ପରିଶ୍ରମ ଅଧିକ ହେବ । 

ସିଂହ- ସେବା ପୂଜାରେ ମନୋନିବେଶ କରିବେ। ମନ ଅସ୍ଥିର ହୋଇପାରେ। ଶିକ୍ଷାଗତ ଏବଂ ଅନୁସନ୍ଧାନ କାର୍ଯ୍ୟ ପାଇଁ ଅନ୍ୟ କିଛି ସ୍ଥାନକୁ ଯାଇପାରନ୍ତି । ସାଙ୍ଗମାନଙ୍କ ସମର୍ଥନ ପାଇବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । 

କନ୍ୟା-  ଦଶମ ଚନ୍ଦ୍ରଥିବାରୁ ସୁଖ ସମ୍ମାନ ମିଳିବ। ମନରେ ଆଶା ଏବଂ ନିରାଶାର ଭାବନା ରହିପାରେ । ଚାକିରି ପାଇଁ ସାକ୍ଷାତକାର କାର୍ଯ୍ୟରେ ସଫଳତା ପାଇବେ । ଆୟ ବୃଦ୍ଧି ପାଇବ | ଅଧିକାରୀଙ୍କ ସହଯୋଗ ପାଇବେ । ବିଦ୍ୟାର୍ଥୀମାନେ ଲାଭବାନ ହେବେ । ପ୍ରେମ ସମ୍ପର୍କ ନିବିଡ଼ ହେବ ।

ତୁଳା- ଅଧିକ ଆୟର ଯୋଗ ରହିବ, ହେଲେ ମଧ୍ୟ ମନ ଅସ୍ଥିର ରହିବ । ଆତ୍ମବିଶ୍ୱାସର ଅଭାବ ହେବ । ବାର୍ତ୍ତାଳାପରେ ଶାନ୍ତ ରୁହନ୍ତୁ। ବ୍ୟବସାୟରେ ଅସୁବିଧା ହୋଇପାରେ । ପରିବାରରେ ଧାର୍ମିକ କାର୍ଯ୍ୟ ହୋଇପାରେ । ଜୀବନ ଯନ୍ତ୍ରଣାଦାୟକ ହେବ ।

ବିଛା- ସୁଖ ହାନି ଘଟିବ । ନିରାଶା ଏବଂ ଅସନ୍ତୋଷ ମନରେ ରହିବ। ପୁରୁଣା ବନ୍ଧୁଙ୍କୁ ଭେଟିବେ । ଖର୍ଚ୍ଚ ବୃଦ୍ଧି ପାଇବ । ନିଜ ସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଭାଇମାନଙ୍କ ସମର୍ଥନପାଇବେ । ବିଦ୍ୟାର୍ଥୀମାନେ ଅଳସୁଆ ହେବେ ।

ଧନୁ- ସପ୍ତମ ଚନ୍ଦ୍ର ଯୋଗୁଁ ମନ ଖୁସି ରହିବ । ଆତ୍ମବିଶ୍ୱାସ ମଧ୍ୟ ପୂର୍ଣ୍ଣ ହେବ । ଚାକିରିରେ ଅଗ୍ରଗତିର ରାସ୍ତା ଖୋଲିବ । ଆୟ ବୃଦ୍ଧି ପାଇବ । ଶିକ୍ଷାଗତ କାର୍ଯ୍ୟରେ ସଫଳତା ମିଳିବ । ସାଙ୍ଗମାନଙ୍କ ସମର୍ଥନ ପାଇବେ । ଭ୍ରମଣରେ ଯାଇପାରନ୍ତି ।

ମକର- କାର୍ଯ୍ୟ କ୍ଷେତ୍ରରେ ବିଶେଷ ସହାୟତା ମିଳିବ। ବନ୍ଧୁ ମିଳନର ଯୋଗ ରହିଛି । ନିଜ ପରାକ୍ରମ ବଳରେ ଶତ୍ରୁଙ୍କୁ ପରାସ୍ତ କରିବାର କ୍ଷମତା ରଖିବେ । ପରିବାରରେ ସୁଖ ଶାନ୍ତି ଲାଗି ରହିବ । ଛାତ୍ରଛାତ୍ରୀ ମାନେ ବିଶେଷଭାବେ ଉପକୃତ ହେବେ ।

କୁମ୍ଭ- କୃଷ୍ଣ ପକ୍ଷ ପଞ୍ଚମ ଚନ୍ଦ୍ର ଯୋଗୁଁ କଳହର ଯୋଗ ରହିଛି । ଗୃହକୁ ବନ୍ଧୁଙ୍କ ଆଗମନ ହେବ । ବ୍ୟବସାୟରେ ବୃଦ୍ଧି ଘଟିବ ହେଲେ ମଧ୍ୟ କଠିନ ପରିଶ୍ରମ ହେବ। କୌଣସି ଅଟକି ରହିଥିବା ଟଙ୍କା ପାଇପାରନ୍ତି । ନିବେଶ ପାଇଁ ଦିନଟି ଉତ୍ତମ ହେବ ନାହିଁ । ଦୁର୍ଘଟଣାରେ ଶିକାର ହୋଇପାରନ୍ତି ।

ମୀନ- ସର୍ବ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ଗୃହରେ କିଛି ଶୁଭ କାମର ଆରମ୍ଭ ହେବ । କିଛି ନୂତନ ଦ୍ରବ୍ୟ ଲାଭ କରିବେ। ବ୍ୟବସାୟୀମାନଙ୍କ ପାଇଁ ଦିନଟି ବିଶେଷ ଭଲ ରହିଛି । ଲାଭ ଯୋଗ ଅଛି । ଛାତ୍ର ଛାତ୍ରୀ ମାନେ ନିଜର ଲୁଚିଥିବା ପ୍ରତିଭାକୁ ସାମ୍ନାକୁ ଆଣିବେ।


ପଞ୍ଜିକାରେ ଦିନ- ଆଶ୍ୱିନ କୃଷ୍ଣ ପକ୍ଷ, ଅଷ୍ଟମୀ ବୁଧୁବାର, ଅଦ୍ର ନକ୍ଷତ୍ର ମିଥୁନ ଚନ୍ଦ୍ର ୬୦ ଦଣ୍ଡ ଅହୋରାତ୍ର।

ମହେନ୍ଦ୍ର ବେଳା- ପ୍ରାତଃ ୬ |୨୬ ପରେ ଦିନ ୮|୦୨ ମଧ୍ୟେ 

ରହୁକାଳ - ଦିନ ୧୧|୩୬ ରୁ ଦିନ୧|୬ ମଧ୍ୟେ

 

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, 

ଯୋଗାଯୋଗ- 8249826682

  • Horoscope
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.