ନୂଆ ଚାକିରି ଆପଣଙ୍କୁ ପ୍ରାପ୍ତ ହୋଇ ପାରେ, ଅଳଙ୍କାର କ୍ରୟ କରି ପାରନ୍ତି

Published By : Prameya-News7 Bureau | July 04, 2024 IST

ମେଷ - ଶୁକ୍ରବାର ଆପଣଙ୍କୁ ପରିଶ୍ରମର ଫଳ ନିଶ୍ଚିନ୍ତ ପ୍ରାପ୍ତି ହେବ । ନିଜ କର୍ମକୁ ନେଇ ଅଧିକ ବ୍ୟସ୍ତରେ ସମୟ କରିବେ । ମୁଣ୍ଡ ବିନ୍ଧା ଭଳି ରୋଗ ଦେଖା ଦେଇ ପାରେ। ଦମ୍ପତିଙ୍କ ପାଇଁ ଦିନଟି ବହୁତ ଶୁଭ  ରହିଛି। ଛାତ୍ର ଛାତ୍ରୀଙ୍କ ପାଇଁ ପରିଶ୍ରମ ନେଇ ଫଳ ପ୍ରାପ୍ତି । 

ବୃଷ - ବୃଷ ରାଶି ପାଇଁ ଆସନ୍ତାକାଲି ଶ୍ରୀ ଚନ୍ଦ୍ର । ମନରେ କିଛି ନୂଆ କରିବାର ଇଚ୍ଛା ଜାଗୃତ ହେବ । ନିଜର ଜରୁରୀ ବସ୍ତୁ ଆପଣ କ୍ରୟ କରି ପାରନ୍ତି । ପ୍ରେମ ସମ୍ପର୍କରେ ଅନେକ ଖୁସି ଲାଭ କରି ପାରନ୍ତି । ଅଣ୍ଟା ବ୍ୟଥା ଭଳି କିଛି ସମସ୍ୟା ଦେଖା ଦେଇ ପାରେ ।

ମିଥୁନ - ପରିବାର ଲୋକଙ୍କ ସହିତ କିଛି ବିଶେଷ ମୁହୂର୍ତ୍ତ ଅତିବାହିତ କରି ପାରନ୍ତି । ବନ୍ଧୁ ମାନଙ୍କ ସହ ଆମୋଦ ପ୍ରମୋଦରେ ଦିନଟି କାଟିବ। ବ୍ୟବସାୟୀ ମାନଙ୍କ ପାଇଁ ଦିନଟି ବିଶେଷ ଭଲ ରହିଛି ।ଲାଭ ଯୋଗ ଅଛି । ଛାତ୍ର ଛାତ୍ରୀ ମାନେ ନିଜର ଲୁଚିଥିବା ପ୍ରତିଭାକୁ ସାମ୍ନାକୁ ଆଣିବେ ।

କର୍କଟ -  ନୂଆ ଚାକିରି ଶୁକ୍ରବାର ଆପଣଙ୍କୁ ପ୍ରାପ୍ତ ହୋଇ ପାରେ । ଆପଣଙ୍କୁ କେହି ନିଜ କର୍ମରୁ ହଟି ଅନ୍ୟ କର୍ମ କରିବା ପାଇଁ ବାଧ୍ୟ କରି ପାରନ୍ତି । ସତର୍କ ରୁହନ୍ତୁ । ଛାତ୍ର ଛାତ୍ରୀ ମାନେ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ । ବ୍ୟବସାୟ ମଧ୍ୟମ ଫଳ ମିଳିବ । 

ସିଂହ - ଚାକିରି କ୍ଷେତ୍ରରେ ଉନ୍ନତି ଯୋଗ ରହିଛି । ଭୂମି କ୍ରୟ କରିବେ । ବ୍ୟବସାୟରେ ସୁଫଳ ମିଳିବ । ଅଳଙ୍କାର କ୍ରୟ କରି ପାରନ୍ତି । ଛାତ୍ର ଛାତ୍ରୀ ମାନଙ୍କର ପାଠରେ ମନ ଲାଗିବ ନାହିଁ । ପ୍ରେମ ସମ୍ପର୍କ ରେ ନିଜକୁ ଭାଗ୍ୟ ଶାଳୀ ମାନେ କରିବେ । ଶନି ଆସନ୍ତାକାଲି ଆପଣଙ୍କର ମଙ୍ଗଳ କରିବେ ।

କନ୍ୟା - ନିଜକୁ ଭାଗ୍ୟବାନ ମନେ କରିବେ । ସର୍ବ କାର୍ଯ୍ୟରେ ଉନ୍ନତି ଘଟିବ । ସ୍ବାସ୍ଥ୍ୟ ସମସ୍ୟାର ଆସନ୍ତାକାଲି ସଂପୂର୍ଣ୍ଣ ନିରାକରଣ ହେବ । ପରିବାରରେ ହସ ଖୁସି ର ମହୋଲ ଲାଗି ରହିବ ।ବ୍ୟବସାୟ ରେ ଅନେକ ଲାଭ ଯୋଗ ରହିଛି । ବିଦ୍ୟାର୍ଥୀ ମାନେ ସଫଳତା ପ୍ରାପ୍ତ କରିବେ।

ତୁଳା - ଆପଣଙ୍କ ଦିନଟି ସଫଳତା ର ସହ ସଂପୂର୍ଣ୍ଣ ହେବ । ପରୋପକାର କରି ନିଜକୁ ଖୁସି ଅନୁଭବ କରିବେ । ଆର୍ଥିକ ସ୍ଥିତି  ସ୍ୱଚ୍ଛଳ ରହିବ। ଛାତ୍ର ଛାତ୍ରୀ ମାନେ କୃତ କାର୍ଯ୍ୟ ହେବେ । ଦମ୍ପତି ମାନେ ଆଲୋଚନା କରି କିଛି ନୂଆ କାର୍ଯ୍ୟ କରିବେ ।

ବିଛା - ଅଜିବପାନଙ୍କ ରାଶି କୁ ଘାତ ଚନ୍ଦ୍ର । କାର୍ଯ୍ୟ କ୍ଷେତ୍ରରେ ଅଶାନ୍ତି ଦେଖା ଦେଇ ପାରେ । ସୁଖ ହାନି ଘଟି ପାରେ । ଅନେକ କାର୍ଯ୍ୟ ଏକ ସହ ଆସି ପହଞ୍ଚିବା ଯୋଗୁଁ ନିଜକୁ ଚିନ୍ତିତ ମାନେ କରି ପାରନ୍ତି । ମାଲି ମକୋଦ୍ଦମାରେ ଜୟଯୁକ୍ତ ହେବେ । ବ୍ୟବସାୟ ମଧ୍ୟମ ଫଳ ଦେବ।

ଧନୁ - ଘଟଣା କିଛି ଆପଣଙ୍କୁ ଆଶ୍ଚର୍ଯ୍ୟ କରି ପାରେ । ବନ୍ଧୁ ଆପଣଙ୍କ ଘରକୁ ଆସି ପାରନ୍ତି । ବାକି ରହିଥିବା କାର୍ଯ୍ୟ ଆସନ୍ତାକାଲି ସଂପୂର୍ଣ୍ଣ ହେବ । ବ୍ୟବସାୟ ରେ ସଫଳତା ମିଳିବ । ମହିଳା ମାନେ ଗୃହ କାର୍ଯ୍ୟ ରେ ଅଧିକ ମନୋନିବେଶ କରିବେ । 

ମକର - ଚିନ୍ତା କରିଥିବା ବିଷୟରେ ପରିବର୍ତ୍ତନ ଆଣି ପାରନ୍ତି । ଅହଙ୍କାରର ବଶବର୍ତ୍ତୀ ହୋଇ କିଛି ଭୁଲ ନିଷ୍ପତି ନେବେ ।  କିଛି ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇ ପାରେ । ଭାଙ୍ଗି ଥିବା ସମ୍ପର୍କ ଯୋଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି । ଛାତ୍ର ଛାତ୍ରୀ  ମାନେ ନୂତନ ଚିନ୍ତାଧାରା ର ବଶବର୍ତ୍ତୀ ହେବେ ।

କୁମ୍ଭ - ସହ କର୍ମୀଙ୍କ ସହ ବିଶେଷ ଆଲୋଚନା କରିବେ । ବ୍ୟବସାୟରେ ବିଶେଷ ଭଲ ଫଳ ପ୍ରାପ୍ତି ହେବ । ପତିପତ୍ନୀଙ୍କ ପାଇଁ ଦିନଟି ବିଶେଷ  ଭଲ ରହିଛି । ସ୍ବାସ୍ଥ୍ୟ ସଂପୂର୍ଣ୍ଣ ସୁସ୍ଥ ରହିବ । ଛାତ୍ର ଛାତ୍ରୀ ମାନେ ଭବିଷ୍ୟତ ଚିନ୍ତା ରେ ରହିବେ ।

ମୀନ - ସବୁ କର୍ମରେ ଆପଣ ସଂପୂର୍ଣ୍ଣ ଯୋଗ ଦାନ ଦେବେ । ଅନେକ ବାଧାବିଘ୍ନର ସାମ୍ନା କରିବାକୁ ପଡ଼ିବ । ଛାତ୍ର ଛାତ୍ରୀଙ୍କ ପାଟି ମଧ୍ୟମ ଫଳ ପ୍ରାପ୍ତ ହେବ । ଉଚ୍ଚ ପଦବୀ ମିଳିବାର ଯୋଗ ଅଛି । ଦମ୍ପତି ମାନେ ଖୁସିରେ ଦିନଟି କାଟିବେ।

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.