ମେଷ- ଆପଣଙ୍କ ପାଇଁ ଖୁସିର ଦିନ ହେବ। ବୁଦ୍ଧି ଏବଂ ବିବେକ ସହିତ ନିଷ୍ପତ୍ତି ନେଇ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିପାରିବେ । ଯଦି ଆପଣଙ୍କର କୌଣସି କାର୍ଯ୍ୟ ଦୀର୍ଘ ସମୟ ଧରି ଅଟକି ରହିଆସିଛି, ତେବେ ଏହା ସମ୍ପୂର୍ଣ୍ଣ ହୋଇପାରିବ ।
ବୃଷ- କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେତୁ ଯାତ୍ରା କରିବାକୁ ପଡ଼ିପାରେ । କାର୍ଯ୍ୟ କ୍ଷେତ୍ରରେ ପ୍ରୟାସ ସଫଳ ହେବ | କିଛି ଗୁରୁତ୍ଵ ପୂର୍ଣ୍ଣ ନିଷ୍ପତ୍ତି ନେବେ । ଦାମ୍ପତ୍ୟ ଜୀବନରେ ଖୁସି ଲାଗି ରହିବ । ବନ୍ଧୁଙ୍କ ସହଯୋଗ ପାଇବେ ।
ମିଥୁନ- ନୂତନ ଚାକିରି ଯୋଗ ରହିଛି । ଧନ ସଞ୍ଚୟ ପାଇଁ ଦିନଟି ଉତ୍ତମ ରହିଛି। ବ୍ୟବସାୟିକ କାର୍ଯ୍ୟକଳାପ ବୃଦ୍ଧି ପାଇବ। ଦାୟିତ୍ବକୁ ଭଲ ଭାବରେ ପୂରଣ କରିବେ। ବିଦ୍ୟାର୍ଥୀ ମାନେ ମନଲଗାଇ ପଢ଼ିବେ ।
କର୍କଟ- ପ୍ରତିଷ୍ଠା ବୃଦ୍ଧି ପାଇବ। ଶାରୀରିକ ଓ ମାନସିକ ଶାନ୍ତି ମିଳିବ। ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବ । ସାନ ଭାଇଭଉଣୀଙ୍କ ସହିତ ସମନ୍ୱୟ ରହିବ । ଭାବନାକୁ ନିଜ ନିୟନ୍ତ୍ରଣରେ ରଖନ୍ତୁ। ବିଦ୍ୟାର୍ଥୀମାନେ ଖୁସି ଖବର ପାଇବେ ।
ସିଂହ- ଚାକିରି ସହ ଜଡ଼ିତ ଅନେକ ନୂତନ ବିକଳ୍ପ ଆପଣ ପାଇପାରିବେ। ଶୀଘ୍ର ନିଷ୍ପତ୍ତି ନେବାଠାରୁ ଦୂରେଇ ରହିବା ଉଚିତ୍। ବ୍ୟବସାୟ ପ୍ରସଙ୍ଗରେ,ଯୋଜନାଗୁଡିକ କାର୍ଯକାରୀ ହେବ। ପ୍ରେମ ସମ୍ପର୍କରେ ଦୃଢ଼ତା ଆସିବ।
କନ୍ୟା- ପରିବାର ସଦସ୍ୟଙ୍କ ସହିତ ଖୁସିର ମୁହୂର୍ତ୍ତ ବିତାଇବେ । ବ୍ୟବସାୟରେ ପ୍ରଗତି ପାଇଁ ଅନେକ ସୁବର୍ଣ୍ଣ ସୁଯୋଗ ପାଇବେ | କର୍ମକ୍ଷେତ୍ରରେ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ସମର୍ଥ ହେବେ । ମାନସିକ ଶାନ୍ତି ବଜାୟ ରହିବ ।
ତୁଳା- ଦିନଟିରେ ଆର୍ଥିକ ଉନ୍ନତି ହେବ | କୌଣସି ଇଚ୍ଛା ପୂରଣ ହୋଇପାରେ । ଅବିବାହିତ ଲୋକଙ୍କ ପାଇଁ ଦିନଟି ଭଲ ରହିବ। ବିବାହ ପ୍ରସ୍ତାବ ପାଇବାର ମଧ୍ୟ ସମ୍ଭାବନା ଅଛି । ବିଦ୍ୟାର୍ଥୀମାନେ ଲାଭବାନ ହେବେ ।
ବିଛା- ସ୍ବାସ୍ଥ୍ୟାବସ୍ଥା ଉତ୍ତମ ରହିବ ଏବଂ ପାରିବାରିକ ଜୀବନରେ ଖୁସି ଲାଗିରହିବ। ଆୟ ବୃଦ୍ଧିର ଯୋଗ ରହିଛି । ସମାଜରେ ପ୍ରତିଷ୍ଠା ଲାଭ କରିବେ। ବିଦ୍ୟାର୍ଥୀ ନୂତନସ୍ଥାନ ପ୍ରାପ୍ତ କରିବେ । ଦାମ୍ପତ୍ୟ ଜୀବନ ମଧୁର ହେବ ।
ଧନୁ- ନିଜକୁ ଶକ୍ତିରେ ପରିପୂର୍ଣ୍ଣ ଅନୁଭବ କରିବେ। ଯାହାବି କାମ କରିବେ, ସମୟ ପୂର୍ବରୁ ଏହା ସମାପ୍ତ ହେବ । କର୍ମ କ୍ଷେତ୍ରରେ ଅଭିଜ୍ଞତାରୁ ଲାଭ ମିଳିବ। ଭ୍ରମଣ ଯୋଗ ରହିଛି ସ୍ବାସ୍ଥ୍ୟାବସ୍ଥା ଉତ୍ତମ ରହିବ ।
ମକର- ଆପଣଙ୍କୁ କିଛି କାମ ପାଇଁ ଯାତ୍ରା କରିବାକୁ ପଡ଼ିବ | ମାନସିକ ବିଭ୍ରାଟ ହେତୁ କାର୍ଯ୍ୟରେ ଧ୍ୟାନ ଦେବାରେ ଅସୁବିଧା ହେବ । ନିଜ ସାଥୀଙ୍କୁ ହୃଦୟର ଜିନିଷ ଲୁଚାନ୍ତୁ ନାହିଁ । ଚାକିରି ବୃତ୍ତିରେ ବୟସ୍କମାନଙ୍କ ସହଯୋଗ ମିଳିବ । ବିଦ୍ୟାର୍ଥୀ ଲାଭବାନ ହେବେ ।
କୁମ୍ଭ- ମିଶ୍ରିତ ଫଳାଫଳ ଆସିବ, କିନ୍ତୁ ସେଗୁଡ଼ିକ ଆପଣଙ୍କ ସପକ୍ଷରେ ରହିବ । ଅଦରକାରୀ କାର୍ଯ୍ୟକଳାପରେ ଆପଣଙ୍କର ସମୟ ଏବଂ ଶକ୍ତି ନଷ୍ଟ କରନ୍ତୁ ନାହିଁ । ତୁମର ନିଷ୍ପତ୍ତି ଉପରେ ଉପଯୁକ୍ତ ଧ୍ୟାନ ଦିଅ । ନିବେଶ ପାଇଁ ଦିନଟି ଭଲ ରହିଛି ।
ମୀନ- ପରିବାର ସଦସ୍ୟଙ୍କ ସହିତ ସମୟ ବିତାଇବାକୁ ସୁଯୋଗ ପାଇବେ । ରାଜନୈତିକ ବ୍ୟକ୍ତିମାନେ ସମାଜରେ ଏକ ଭଲ ଭାବମୂର୍ତ୍ତି ପାଇବେ । ବ୍ୟବସାୟ ସନ୍ତୋଷ ଜଣକ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।