ଅକ୍ଟୋବର ୦୨ ତାରିଖ, ବୁଧବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | October 02, 2024 IST

Horoscope for Friday

ମେଷ- ଷଷ୍ଠ ଚନ୍ଦ୍ର ଯୋଗୁଁ ସବୁ ପ୍ରକାର ଶୁଭ ଦାୟକ । ବନ୍ଧୁ ମିଳନର ଯୋଗ ରହିବ। ବ୍ୟବସାୟରେ ଇଚ୍ଛାକୃତ ଲାଭ ପାଇବାପରେ ଆପଣ ବହୁତ ଖୁସି ହେବେ। ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ସଚେତନ ରୁହନ୍ତୁ । ବିଦ୍ୟାର୍ଥୀମାନେ ପାଠକୁ ଅଧିକ ଗୁରୁତ୍ଵ ଦେବେ।

ବୃଷ-  ଜୀବନ ଉତ୍ତମ ରହିବ ହେଲେ ମଧ୍ୟ ମନ ସାମାନ୍ୟ ଚିନ୍ତାରେ ରହିପାରେ। ଶାରୀରିକ ଅସୁସ୍ଥତା ମଧ୍ୟ କିଛି ଦେଖାଦେବ। ବ୍ୟବସାୟରେ ଯାତ୍ରା କରିପାରନ୍ତି, ଯାହା ଆପଣଙ୍କୁ ଲାଭଦାୟକ ହେବ। ବିଦ୍ୟାର୍ଥୀମାନେ ଲାଭବାନ ହେବେ ।

ମିଥୁନ- ପର ଚର୍ଚ୍ଚା କରି ସମୟ ନଷ୍ଟ କରିବେ। ଅଙ୍ଗରେ କୌଣସି ଆଘାତ ଲାଗିପାରେ। ଅପଦସ୍ତ ହେବାରୁ ନିଜକୁ ରୋକନ୍ତୁ।   ମାନସିକ ଚିନ୍ତାରେ ରହି ନିଷ୍ପତ୍ତି ନେବେ। ଛାତ୍ରଛାତ୍ରୀମାନେ ବ୍ୟସ୍ତତାରେ ଦିନ କାଟିବେ। ବ୍ୟବସାୟ ମଧ୍ୟମ ଫଳ ଦେବ। ଦାମ୍ପତ୍ୟ ଜୀବନରେ କଳହ ଲାଗିପାରେ ।

କର୍କଟ- ତୃତୀୟ ଚନ୍ଦ୍ର ଯୋଗ ରହିଥିବାରୁ, ଦିନଟି ଖୁସିରେ କଟିବ। ଭ୍ରମଣର ଯୋଗ ରହିବ। କୌଣସି ସ୍ଥାନରୁ ସମ୍ମାନର ଅଧିକାରୀ ହେବେ। ଚାକିରିରେ ପଦୋନ୍ନତି ମିଳିବ।  ଲାଗିଥିବା ସମସ୍ୟାର ସମାଧାନ ହେବ । ବ୍ୟବସାୟରେ  ଅଳ୍ପ ପରିଶ୍ରମରେ ଅଧିକ ଲାଭ ଯୋଗ ରହିଛି । ବିଦ୍ୟାର୍ଥୀ ଉଚ୍ଚଶିକ୍ଷା ଲାଭ କରିବେ।

ସିଂହ- କୌଣସି କାର୍ଯ୍ୟ କିମ୍ବା ବସ୍ତୁକୁ ନେଇ ଆଶାବାଦୀ ହୋଇ ରହିବେ। ଜୀବନରେ କରିଥିବା ଭଲ କର୍ମ ଗୁଡ଼ିକର ଫଳ ପ୍ରାପ୍ତ ହେବ। ଆୟର ଯୋଗ ଉତ୍ତମ ରହିବ। ବ୍ୟାପାରରେ ଅଧିକ ଲାଭ ଯୋଗ ରହିଛି । ପତ୍ନୀଙ୍କ ସହ ଆଲୋଚନା କରି କିଛି ନୂଆ କରିବାକୁ ମନସ୍ଥ କରିବେ ।

କନ୍ୟା- ମନ ପ୍ରସନ୍ନ ଓ ପ୍ରଫୁଲ୍ଲ ରହିବ । ଉତ୍ତମ ଫଳ ଲାଭ ହେବ। ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ଚାକିରିରେ ପଦୋନ୍ନତି ଘଟିବ। ବ୍ୟବସାୟରେ ଅଧିକ ଅର୍ଥ ଲାଭର ଯୋଗ ରହିଛି। ମାନ ସମ୍ମାନ ମିଳିବ। ବିଦ୍ୟାର୍ଥୀମାନେ ଅଧିକ ମନୋନିବେଶ କରିବେ ।

ତୁଳା- ଦ୍ଵାଦଶ ଚନ୍ଦ୍ର ରହିଥିବାରୁ, ଶାରୀରିକ ସମସ୍ୟା ଦେଖାଦେବ। ତଳିପେଟରେ ଯନ୍ତ୍ରଣା ଦେଖାଦେବ। ଆର୍ଥିକ ବ୍ୟୟରେ ଦିନଟି କଟିବ। ବଡ଼ ସଫଳତା ମିଳିନପାରେ। ସ୍ବାସ୍ଥ୍ୟ ଅବସ୍ଥା ମଧ୍ୟମ ରହିବ। ଅଧିକ ପରିଶ୍ରମରେ ଦିନଟି କଟିବ। ବିଦ୍ୟାର୍ଥୀମାନେ ଅମାନଯୋଗୀ ହୋଇପାରନ୍ତି ।

ବିଛା- ଏକାଦଶ ଚନ୍ଦ୍ରରେ ସର୍ବ କାର୍ଯ୍ୟ ସଫଳ ହେବ। ଗୃହରେ  ନୂତନ କାର୍ଯ୍ୟ ଆରମ୍ଭ ହେବ। ଦିନଟିରେ ବହୁତ ଭଲ ଯୋଗ ରହିଛି । ରାଜନୀତିରେ ସଫଳତା ପ୍ରାପ୍ତି ହେବ । ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପ୍ରାପ୍ତ କରିବେ। ବ୍ୟବସାୟରେ ଅଟକି ଥିବା କାର୍ଯ୍ୟ ଆଗକୁ ବଢିବ ।

ଧନୁ- ଦଶମ ଚନ୍ଦ୍ରରେ ସର୍ବ କାର୍ଯ୍ୟ ସଫଳ ହେବ। ଚାକିରି କ୍ଷେତ୍ରରେ ସମ୍ମାନ ଓ ପଦୋନ୍ନତିର ଯୋଗ ରହିଛି । ଗୃହକୁ ବନ୍ଧୁଙ୍କ ଆଗମନ ହୋଇପାରେ। ବ୍ୟବସାୟରେ ଲାଭ ଯୋଗ ରହିଛି । ମିଳୁନଥିବା ଧନ ପ୍ରାପ୍ତି ହେବ। ବିଦ୍ୟାର୍ଥୀମାନେ ଲାଭବାନ ହେବେ ।

ମକର- ଦିନଟି ଆପଣଙ୍କୁ ମଧ୍ୟମ ଫଳ ଦେବ। ଶତ୍ରୁ ଭୟ ରହିବ ।  ଚିନ୍ତାକୁ   ଦୂରୀଭୂତ କରନ୍ତୁ । ଧନ ଲାଭର ସଂଯୋଗ ରହିଛି । ଖର୍ଚ୍ଚ ଅଧିକ ହୋଇପାରେ। ଛାତ୍ର ଛାତ୍ରୀମାନେ ଭବିଷ୍ୟତ ଚିନ୍ତାରେ ରହିବେ । ଦାମ୍ପତ୍ୟ ଜୀବନରେ ମନୋମାଳିନ୍ୟ ଦେଖାଦେଇପାରେ ।

କୁମ୍ଭ- ଦିନଟି ଏତେ ଉତ୍ତମ ଫଳ ଦେବ ନାହିଁ । ଅଙ୍ଗରେ ଆଘାତ ଲାଗିପାରେ । ବ୍ୟବସାୟରେ ଧୀର ବୃଦ୍ଧି ହେବ। ଆୟ ଠାରୁ ବ୍ୟୟ ବଢିବ ରହିବ ।  ଅଧିକ ପରିଶ୍ରମ କରିବାକୁ ପଡିପାରେ । ଭ୍ରମଣ ଯୋଗ ରହିଛି । ପରିବାରରେ ସାମାନ୍ୟ ସ୍ବାସ୍ଥ୍ୟ ଗତ ସମସ୍ୟା ଦେଖାଦେବ  ।

ମୀନ- ସପ୍ତମ ଚନ୍ଦ୍ର ଯୋଗୁଁ   ପରିବାରରେ ସୁଖ ସନ୍ତୋଷ ରହିବ। ଚାକିରିରେ ଉତ୍ତମ ଫଳ ପ୍ରାପ୍ତ ହେବ । ବ୍ୟବସାୟରେ ଆଶା ଅନୁସାରେ ଫଳ ପ୍ରାପ୍ତି ହେବ। ପରିବାର ସହ ସମୟ ଅତିବାହିତ କରିବେ । ଯାନବାହାନରେ ସତର୍କତା ଅବଲମ୍ବନ କରନ୍ତୁ । ବିଦ୍ୟାର୍ଥୀମାନେ ଉପକୃତ ହେବେ ।

 

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ (Astro researcher & gemstone consultant,bhubaneswar)

ଯୋଗାଯୋଗ - 8249826682

  • Horoscope
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.