ଠକାମୀ ର ଶିକାର ହୋଇ ପାରନ୍ତି, ଧନ ଲାଭର ଯୋଗ ରହିଛି

Published By : Prameya-News7 Bureau | October 03, 2024 IST

ମେଷ - ବନ୍ଧୁଙ୍କ ସାହାଯ୍ୟ ସହଯୋଗ ମିଳିବ କୌଣସି ବି ବ୍ୟବସାୟିକ କାରବାରରୁ ଅର୍ଥ ଉପକୃତ ହେବ | ଅଫିସରେ ସହକର୍ମୀଙ୍କ ସମର୍ଥନ ପାଇବେ । ପାରିବାରିକ ବିବାଦ ସମାପ୍ତ ହେବ | ରୋଗୀମାନେ ସେମାନଙ୍କର ବିଶେଷ ଯତ୍ନ ନେବା ଉଚିତ୍ ।

ବୃଷ -ମନରେ ଉତ୍ଥାନ-ପତନ ହେବ । ଧୈର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ଶିକ୍ଷାଗତ ଏବଂ ଅନୁସନ୍ଧାନ କାର୍ଯ୍ୟ ପାଇଁ ଅନ୍ୟ କିଛି ସ୍ଥାନକୁ ଯାଇପାରନ୍ତି । ପରିବାରଠାରୁ ଦୂରରେ ରହିବାକୁ ପଡିପାରେ। ପରିଶ୍ରମ ଅଧିକ ହେବ ।

ମିଥୁନ - ସମ୍ମାନ ହାନି ଘଟିବ ଅଜଣା ବ୍ୟକ୍ତି ଙ୍କ ପାଇଁ ଠକାମୀ ର ଶିକାର ହୋଇ ପାରନ୍ତି । ଧନ ଲାଭ ର ଯୋଗ ମଧ୍ୟ ରହିଛି ।ଛାତ୍ର ଛାତ୍ରୀ ଙ୍କ ପାଇଁ ଦିନ ଟି ଆଳସ୍ୟ ରେ କ୍କଟିବ ।ଦିନଟି ରେ ଉତ୍ତମ ଫଳ ପ୍ରଦାନ କରିବ ନାହିଁ ।

କର୍କଟ - ଦିନଟିରେ ଶତ୍ରୁ ଙ୍କ ଭୟ ରହିବ ।ଅଦରକାରୀ କାର୍ଯ୍ୟ କଳାପରେ ଆପଣଙ୍କର ସମୟ ଏବଂ ଶକ୍ତି ନଷ୍ଟ କରନ୍ତୁ ନାହିଁ । ତୁମର ନିଷ୍ପତ୍ତି ଉପରେ ଉପଯୁକ୍ତ ଧ୍ୟାନ ଦିଅ । ନିବେଶ ପାଇଁ ଦିନଟି ଭଲ ରହିଛି ।

ସିଂହ - କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ।  ନୂତନ କର୍ମ ସଂସ୍ଥାନ ପାଇଁ ଆଗ୍ରହୀ ହେବେ | ଶିକ୍ଷାଗତ କାର୍ଯ୍ୟ ପାଇଁ ବିଦେଶ ଯିବାର ସମ୍ଭାବନା ଅଛି । ପତି-ପତ୍ନୀଙ୍କଠାରୁ ଅଲଗା ହେବାର ପରିସ୍ଥିତି ସୃଷ୍ଟି ହୋଇ ପାରେ ।

କନ୍ୟା - କର୍ମକ୍ଷେତ୍ରରେ ବିରୋଧା ଭାବ ଦେଖା ଦେବ । ନିଜ ବ୍ୟବହାରରେ ସଂଯମତା ରକ୍ଷା କରନ୍ତୁ । ପରିବାର ଲୋକଙ୍କ ଠାରୁ ଖୁସି ର ବାର୍ତ୍ତା ମିଳିବ । ବ୍ୟବସାୟରେ ଏତେ ଲାଭ ହେବ ନାହିଁ । ପାରିବାରିକ ସମ୍ପର୍କ ସୁଦୃଢ ହେବ ।

ତୁଳା - ଆଶାନୁରୂପ ଅର୍ଥ ପ୍ରାପ୍ତିର ଯୋଗ ରହିଛି । ଲାଗି ରହିଥିବା ସମସ୍ୟାର ଆସନ୍ତାକାଲି ସମୂଳ ସମାଧାନ ହେବ। ରାଜନୈତିକ କ୍ଷେତ୍ରଟି ଶୁକ୍ରବାର ଆପଣଙ୍କ ପାଇଁ ବହୁତ୍ ଶୁଭ ଦାୟକ ରହିଛି ।ଜମିବାଡ଼ି ସମ୍ପର୍କିତ କିଛି ଅସୁବିଧା ଦେଖା ଯିବ । ନିବେଶ ପାଇଁ ଦିନଟି ଅନୁକୂଳ ରହିଛି । ଛାତ୍ରଛାତ୍ରୀ ମାନେ ଉପକୃତ ହେବେ।

ବିଛା - ଗୃହରେ ସୁଖ ସମ୍ମାନ ପ୍ରାପ୍ତି ହେବ । ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟରେ ମନୋନିବେଶ କରିବେ । କର୍ମ କ୍ଷେତ୍ରରେ କିଛି ଲାଭ ଦାୟକ ପ୍ରୟାସ କରିବେ ।ବ୍ୟବସାୟୀ ଙ୍କ ପାଇଁ ରୋଜଗାରର ନୂଆ ପନ୍ଥା ଦେଖାଯିବ ।

ଧନୁ - ଭକ୍ତି ଭାବରେ ଦିନଟି କଟିବ । ସେବା ପୂଜା ରେ ମନୋନିବେଶ କରିବେ । ବ୍ୟବସାୟୀ ମାନେ ରିସ୍କ ନେଇ କାର୍ଯ କଲେ ସଫଳତା ମିଳିବ । ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବହୁ ପରିଶ୍ରମ ଲଘୁ କ୍ରିୟା । ରୋଜଗାରର ନୂଆ ପନ୍ଥା ଆସନ୍ତାକାଲି ଆପଣଙ୍କୁ ଦେଖା ଦେବ।

ମକର - ମକର ରାଶି ପାଇଁ ଶୁକ୍ରବାର ଘାତ ଚନ୍ଦ୍ର । ଗୃହରେ ଲାଗି ରହିଥିବା ସମସ୍ୟାର ସମାଧାନ ଖୋଜିବେ। ସନ୍ତାନ ଙ୍କ ସହ ସମୟ ଅତିବାହିତ କରିବେ । ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ବ୍ୟବସାୟୀ ଙ୍କ ପାଇଁ ଦିନଟି ମଧ୍ୟମ ଫଳ ପ୍ରଦାନ କରିବ ।

କୁମ୍ଭ - କାର୍ଯ୍ୟ କ୍ଷେତ୍ରରେ ବିଶେଷ ସହାୟତା ମିଳିବ । ବନ୍ଧୁ ମିଳନର ଯୋଗ ରହିଛି । ନିଜ ପରାକ୍ରମ ବଳରେ ଶତ୍ରୁଙ୍କୁ ପରାସ୍ତ କରିବାର କ୍ଷମତା ରଖିବେ । ପରିବାରରେ ସୁଖ ଶାନ୍ତି ଲାଗି ରହିବ । ଛାତ୍ରଛାତ୍ରୀ ମାନେ ବିଶେଷ ଭାବେ ଉପକୃତ ହେବେ ।

ମୀନ - ଲୁଚି ରହିଥିବା ଦକ୍ଷତା ର ପରିପ୍ରକାଶ ହେବ । ଯଶ ହାନି ଘଟିବାର ସମ୍ଭାବନା ରହିଛି । ପଡୋଶୀଙ୍କ ସହ ମତଭେଦ ହୋଇ ପରେ । ପିତା ମାତାଙ୍କ ସେବାରେ ସମୟ ଅତିବାହିତ ହେବ । ବ୍ୟବସାୟରେ ଅର୍ଥ ଫେରି ପାଇବା ବିଳମ୍ବ ହେବ । ଛାତ୍ରଛାତ୍ରୀ ମାନେ ଆଶାନୁରୂପ ଫଳ ପ୍ରାପ୍ତି କରିବେ ନାହିଁ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.