ଏହି ରାଶିର ବ୍ୟକ୍ତି ମନରୁ ଚିନ୍ତାକୁ ଦୂରୀଭୂତ କରନ୍ତୁ, ଆର୍ଥିକ ସ୍ଥିତି ଦୁର୍ବଳ ରହିବ

Published By : Prameya-News7 Bureau | December 19, 2024 IST

ମେଷ - କୃଷ୍ଣ ପକ୍ଷ ପଞ୍ଚମ ଚନ୍ଦ୍ର ଯୋଗୁଁ ଦିନଟି ଆପଣଙ୍କ ସପକ୍ଷରେ ରହିବ ନାହିଁ । ଅନ୍ୟକୁ ସାହାଯ୍ୟ କରି ଅସୁବିଧାରେ ପଡ଼ି ପାରନ୍ତି । ସମୟ ସହିତ ତାଳ ଦେଇ ଚାଲିବାକୁ ଚେଷ୍ଟା କରନ୍ତୁ । ଛାତ୍ର ଛାତ୍ରୀଙ୍କ ପାଇଁ ଦିନଟି ମଧ୍ୟମ ଫଳ ଦେବ ।

ବୃଷ - ବନ୍ଧୁ ଓ ପରିବାର ବର୍ଗଙ୍କ ସହ ସମୟ ଅତିବାହିତ କରିବେ । କର୍ମ କ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି । ବ୍ୟବସାୟରେ ସଫଳତା ମିଳିବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ମାନସିକ ସ୍ତରରେ କିଛି ମାତ୍ରାରେ ଦ୍ୱେଷ ଦେଖା ଦେବ ।

ମିଥୁନ - ରାଜ ସମ୍ମାନ ପ୍ରାପ୍ତି ହେବ । କାର୍ଯ୍ୟ କ୍ଷେତ୍ରରେ ନିଜକୁ ବ୍ୟସ୍ତ ରଖିବେ। ଅଟକି ଥିବା କାର୍ଯ୍ୟର ଶୁକ୍ରବାର ପୁନଃଆରମ୍ଭ କରିବେ । ଛାତ୍ର ଛାତ୍ରୀ ମାନେ ନିଜ କାର୍ଯ୍ୟ ରେ ମନୋନିବେଶ କରିବେ। ଦମ୍ପତି ମାନଙ୍କ ପାଇଁ ଦିନଟି ବ୍ୟସ୍ତ ବହୁଳ ରହିବ ।

କର୍କଟ - ଆସନ୍ତାକାଲି କର୍କଟ ରାଶିର ଘାତ ଚନ୍ଦ୍ର । ଦିନଟି ଆପଣଙ୍କୁ ମଧ୍ୟମ ଫଳ ଦେବ । ଚିନ୍ତାକୁ ମନରୁ ଦୂରୀଭୂତ କରନ୍ତୁ । ଧନ ଲାଭର ସଂଯୋଗ ରହିଛି । ଖର୍ଚ୍ଚ ମଧ୍ୟ ଅଧିକ ହୋଇ ପାରେ । ଛାତ୍ର ଛାତ୍ରୀ ମାନେ ଭବିଷ୍ୟତ ଚିନ୍ତାରେ ରହିବେ ।

ସିଂହ - ଭାଗ୍ୟ ଆସନ୍ତାକାଲି ଆପଣଙ୍କ ସାଥ ଦେବ । ଶ୍ରୀ ଚନ୍ଦ୍ର ରହିଥିବାରୁ ଧନ ପ୍ରାପ୍ତି ଯୋଗ ରହିଛି । ବୈବାହିକ ସମ୍ପର୍କରେ ମନମାଳିନ୍ୟ ଦେଖିବାକୁ ମିଳିପାରେ ।ଅଯଥା ଖର୍ଚ୍ଚରୁ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରନ୍ତୁ । ବିଦ୍ୟାର୍ଥୀ ମାନେ ଆଶାୟୀ ହେବେ ।

କନ୍ୟା - କିଛି ମାନସିକ ସମସ୍ୟା ଦେଖା ଦେଇ ପାରେ । ମନୋବଳ ଦୃଢ଼ ରହିବେ । କାର୍ଯ୍ୟରେ ସଫଳତା ଡେରିରେ ମିଳିବ । ବିଦ୍ୟାର୍ଥୀ ମାନେ ପାଠରେ ମନୋନିବେଶ କରିବେ । ପରିବାରରେ ମନ ମାଳିନ୍ୟା ଲାଗି ରହିବ ।

ତୁଳା - କାର୍ଯ୍ୟ କ୍ଷେତ୍ରରେ କିଛି ବଡ଼ ନିଷ୍ପତି ନେଇ ପାରନ୍ତି । ଆର୍ଥିକ ସ୍ଥିତି ଦୁର୍ବଳ ହେବ । ବନ୍ଧୁ ମାନଙ୍କ ସହଯୋଗ ମିଳିବ । ପରିବାରରେ ଚାଲିଥିବା ସମସ୍ୟାର ସମାଧାନ ହୋଇ ଯିବ । ସେବା ପୂଜାରେ ମନୋନିବେଶ କରିବେ ।

ବିଛା - ଶରୀର ପୀଡ଼ା ଅନୁଭବ କରିବେ । ବିରୋଧୀ ମାନେ ହଇରାଣ କରିବାକୁ ପ୍ରୟାସ କରିବେ । କର୍ମ କ୍ଷେତ୍ରରେ ସାବଧାନ ଅବଲମ୍ବନ କରନ୍ତୁ । ଆର୍ଥିକ ଅନଟନ ଦେଖା ଦେଇ ପାରେ ।ବିଦ୍ୟାର୍ଥୀ ମାନେ ଅବହେଳିତ ହେବେ ।

ଧନୁ - ଶରୀରରେ କ୍ଳାନ୍ତି ଅନୁଭବ କରି ପାରନ୍ତି । ଇଚ୍ଛା କରିଥିବା ଜିନିଷ କୁ ପ୍ରାପ୍ତ କରି ପାରନ୍ତି । ମନ ଧ୍ୟାନ ଦେଇ କାର୍ଯ କଲେ ଆଜି ନିତ୍ସ୍ୟ ସଫଳତା ମିଳିବ । ବିଦେଶ ଯାତ୍ରା ର ଯୋଗ ରହିଛି । ଛାତ୍ର ଛାତ୍ରୀ ମାନେ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବେ ।

ମକର - ଦୁଃସାହସ କରି ଅସୁବିଧାରେ ପଡ଼ି ପାରନ୍ତି । ଦିନରେ କିଛି ବାଧା ବିଘ୍ନ ଦେଖା ଦେଇ ପାରେ । କରିଥିବା ଆର୍ଥିକ ଯୋଜନାରୁ ଲାଭ ପ୍ରାପ୍ତ ହେବ । ବିଦ୍ୟାର୍ଥୀ ମାନେ ପାଠରେ ମନୋନିବେଶ କରିବେ ନାହିଁ ।ବ୍ୟବସାୟ ରେ ମଧ୍ୟମ ଫଳ ମିଳିବ । 

କୁମ୍ଭ - ବିବିଧ ପ୍ରକାର ସୁଖ ପ୍ରାପ୍ତି କରିବେ । ଆଲୋଚନା ମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ଚାକିରିରେ ପଦୋନ୍ନତି ଘଟିବ । ବ୍ୟବସାୟ ରେ ଅଧିକ ଅର୍ଥ ଲାଭର ଯୋଗ ରହିଛି । ମନ ସମ୍ମାନ ମିଳିବ । ଭାବିଚିନ୍ତି କାର୍ଯ୍ୟ ନିଷ୍ପତି ନିଅନ୍ତୁ ।

ମୀନ - ଆସନ୍ତକାଲି ଦିନଟି ଆପଣଙ୍କୁ ମଧ୍ୟମ ଫଳ ପ୍ରାପ୍ତ କରାଇବ। ନିର୍ଣ୍ଣୟ ଆପଣଙ୍କ ପକ୍ଷରେ ରହିବ । ସାମାନ୍ୟ ମାନସିକ ଅଶାନ୍ତି ଦେଖା ଦେବ । କିନ୍ତୁ ନିଜ ନିଅନ୍ତ୍ରଣ ଯୋଗୁଁ ତାହା ଆପଣ ସମାଧାନ କରିବାକୁ ସକ୍ଷମ ହେବେ । କୌଣସି ଦ୍ରବ୍ୟ ନଷ୍ଟ ହୋଇ ପାରେ ।

ଜ୍ୟୋତିର୍ବିଦ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ -8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.