ମେଷ- କୃଷ୍ଣ ପକ୍ଷ ପଞ୍ଚମ ଚନ୍ଦ୍ର ରହିଥିବାରୁ ମାନହାନି ହେବା ସହ ଅଙ୍ଗରେ ଆଘାତ ଲାଗିପାରେ । ମାନସିକ ଅଶାନ୍ତି କିଛି ମାତ୍ରାରେ ଦେଖା ଦେବ । ନୂତନ କାର୍ଯ୍ୟାରମ୍ଭ ପାଇଁ ଦିନଟି ଖୁବ୍ ଭଲ ରହିଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବିଦ୍ୟାର୍ଥୀମାନଙ୍କ ପାଇଁ ଦିନଟି କଷ୍ଟ ଦାୟକ ହେବ ।
ବୃଷ- ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବ । ଧନ ପ୍ରାପ୍ତିର ଯୋଗ ରହିଛି । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଗୃହରେ ଆନନ୍ଦର ମାହୋଲ ଦେଖାଯିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବ୍ୟବସାୟ ମଧ୍ୟମ ଫଳ ଦେବ । ସାମାନ୍ୟ କଳହ ଯୋଗ ମଧ୍ୟ ରହିଛି ।
ମିଥୁନ- ଦିନଟି ଆପଣଙ୍କୁ ଉତ୍ତମ ଫଳ ଦେବ । ମନ ପ୍ରଫୁଲ୍ଲ ରହିବ । ନୂତନ ଯାନବାହାନ କ୍ରୟ କରିପାରନ୍ତି । ଅର୍ଥ ପ୍ରାପ୍ତିର ଯୋଗ ରହିଛି । ବ୍ୟବସାୟରେ ବୃଦ୍ଧି ହେବ । ପରିବାରରେ କିଛି ସ୍ଵାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ ।
କର୍କଟ- ଘାତ ଚନ୍ଦ୍ର ରହିଥିବାରୁ ସ୍ଵାସ୍ଥ୍ୟଗତ ସମସ୍ୟା ଯୋଗୁଁ ଖର୍ଚ୍ଚାନ୍ତ ହେବେ । ଚାକିରି କ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି । ମନ ଅଶାନ୍ତି ରହିବ। ଧୈର୍ଯ୍ୟହରା ହୁଅନ୍ତୁ ନାହିଁ । ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତ ହେବ । ବିଦ୍ୟାର୍ଥୀମାନେ ବନ୍ଧୁଙ୍କୁ ପାଇ ଖୁସି ହେବେ ।
ସିଂହ- ମନ ପ୍ରଫୁଲ୍ଲ ଓ ଉତ୍ସାହିତ ରହିବ । ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ । ସନ୍ତାନଙ୍କ ସ୍ବାସ୍ଥ୍ୟ ପାଇଁ ଚିନ୍ତାରେ ପଡ଼ିପାରନ୍ତି । ସମ୍ପତ୍ତିରେ ବୃଦ୍ଧି ହୋଇପାରେ । ବ୍ୟବସାୟରେ ସାମାନ୍ୟ ମାନ୍ଦାବସ୍ଥା ଦେଖାଦେବ । ବିଦ୍ୟାର୍ଥୀମାନେ ନୂତନ ପ୍ରୟାସ କରିବେ।
କନ୍ୟା- ଦିନଟି ମଧ୍ୟମ ଫଳ ଦେବ । ଅଟକିଥିବା କାର୍ଯ୍ୟର ପୁନଃଆରମ୍ଭ ହେବ । ପତି-ପତ୍ନୀଙ୍କ ମଧ୍ୟରେ ସହଯୋଗ ଦେଖିବାକୁ ମିଳିବ । ମିତ୍ରଙ୍କ ଦ୍ଵାରା ଆୟ ଯୋଗ ମଧ୍ୟ ରହିଛି । ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ ।
ତୁଳା- ଦିନଟି ଉତ୍ତମ ଫଳ ଦେବ । କାର୍ଯ୍ୟ କ୍ଷେତ୍ରରେ ତତ୍ପର ହେବେ । ଆୟ ବୃଦ୍ଧି ହେବ । ପୁରୁଣା ମିତ୍ରଙ୍କୁ ଭେଟି ଆନନ୍ଦ ପାଇବେ । ଅର୍ଥ ନିବେଶ ପାଇଁ ଦିନଟି ଉତ୍ତମ ରହିଛି । ବିଦ୍ୟାର୍ଥୀମାନେ ଅନେକ ଲାଭବାନ ହେବେ ।
ବିଛା- ଆତ୍ମସନ୍ତୋଷ ପ୍ରାପ୍ତ ହେବ । ନିଜକୁ ଦୃଢ଼ ରଖିଲେ ଦିନଟି ବହୁତ ଭଲରେ କଟିବ । ଉନ୍ନତିର ନୂଆ ବାଟ ଦେଖାଯିବ । ଆୟ ବୃଦ୍ଧି ହେବ । ନୂତନ କାର୍ଯ୍ୟ କିମ୍ବା ବ୍ୟବସାୟ ପାଇଁ ଦିନଟି ବହୁତ ଭଲ ରହିଛି । ଛାତ୍ରଛାତ୍ରୀମାନେ ମନରେ ବିଶ୍ୱାସ ରଖନ୍ତୁ ।
ଧନୁ- ଦିନଟି ଆପଣଙ୍କୁ ଏତେ ମାତ୍ରାରେ ଭଲ ଭଲ ଦେବ ନାହିଁ । କାର୍ଯ୍ୟ କ୍ଷେତ୍ରରେ ଦ୍ଵନ୍ଦ ଲାଗି ରହିବ । ମିତ୍ରଙ୍କ ସହଯୋଗ ମିଳିବ ହେଲେ ମଧ୍ୟ ବ୍ୟବସାୟରେ ଅଧିକ ପରିଶ୍ରମ ଯୋଗ ରହିଛି । ପରିବାରରେ କଳହ ହୋଇପାରେ ।
ମକର- ଘାତ ଚନ୍ଦ୍ର ରହିଥିବାରୁ କିଛି ମାନସିକ ସମସ୍ୟା ଦେଖାଦେଇପାରେ । ମନୋବଳ ଦୃଢ଼ ରହିବ । କାର୍ଯ୍ୟରେ ସଫଳତା ଡେରିରେ ମିଳିବ । ବିଦ୍ୟାର୍ଥୀମାନେ ପାଠରେ ମନୋନିବେଶ କରିବେ । ପରିବାରରେ ମନୋମାଳିନ୍ୟ ଲାଗି ରହିବ ।
କୁମ୍ଭ- ଆନନ୍ଦ ଉତ୍ସାହର ସହିତ ଦିନଟି ଅତିବାହିତ ହେବ । ଧନ ପ୍ରାପ୍ତି ଯୋଗ ରହିଛି । ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଦେଇଥିବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ଯୋଗ ଅଛି । ପ୍ରେମ ସମ୍ପର୍କ ନିବିଡ଼ ହେବ । ବ୍ୟବସାୟରେ ଲାଭ ଯୋଗ ରହିଛି ।
ମୀନ- ଧୈର୍ଯ୍ୟହରା ନହେଲେ ଦିନଟି ଉତ୍ତମ ଫଳ ଦେବ । ମନ ପ୍ରସନ୍ନ ରହିବ । ବ୍ୟବସାୟରେ ବୃଦ୍ଧି ହେବ । ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ । ଭ୍ରମଣ ଯୋଗ ରହିଛି । ପରିବାରରେ ଶତ୍ରୁ ଭୟ ଦେଖା ଦେଇପାରେ । ବିଦ୍ୟାର୍ଥୀମାନେ ଉଚ୍ଚାଭିଳାସୀ ହେବେ ।
ଜ୍ୟୋତିର୍ବିଦ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ -8249826682