ଅକ୍ଟୋବର ୦୩ ତାରିଖ, ଗୁରୁବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | October 03, 2024 IST

Horoscope for Friday

ମେଷ- ମେଷ ରାଶି ପାଇଁ ଷଷ୍ଠ ଚନ୍ଦ୍ର । ଦିନଟିରେ ବହୁତ ଭଲ ଯୋଗ ରହିଛି । ରାଜନୀତିରେ ସଫଳତା ପ୍ରାପ୍ତି ହେବ । ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପ୍ରାପ୍ତ କରିବେ। ବ୍ୟବସାୟରେ ଅଟକିଥିବା କାର୍ଯ୍ୟ ଆଗକୁ ବଢିବ ।

ବୃଷ- ଶୁକ୍ଳ ପକ୍ଷ ପଞ୍ଚମ ଚନ୍ଦ୍ର ରହିଥିବାରୁ ଦିନଟି ଉତ୍ତମ ଫଳ ଦେବ । କୌଣସି ସ୍ଥାନରୁ ସମ୍ମାନ ଲାଭର ଯୋଗ ରହିଛି । ବ୍ୟବସାୟରେ ଆଶାନୁରୂପ ଫଳ ପ୍ରାପ୍ତ ହେବ । ଚାକିରି କ୍ଷେତ୍ରରେ ନିରବତା ରକ୍ଷା କରିବା ନିହାତି ଆବଶ୍ୟକ । ଘାତ ଚନ୍ଦ୍ର ରହିଥିବାରୁ ଦୂର ଯାତ୍ରା କରିବା ପୂର୍ବରୁ ସତର୍କତା ଅବଲମ୍ବନ କରନ୍ତୁ ।

ମିଥୁନ- ଦିନଟି ଆଶାନୁରୂପ ଫଳ ଦେବ ନାହିଁ । ଚାକିରି କ୍ଷେତ୍ରରେ ମାନହାନି ହୋଇପାରେ । ବନ୍ଧୁଙ୍କ ସହ କଳହ ଯୋଗ ରହିଛି । ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ । ଛାତ୍ରଛାତ୍ରୀମାନେ ସଫଳତା ପ୍ରାପ୍ତ କରିବେ । କିଛି ଖୁସି ଖବର ମିଳିବ । ଯାନ ବାହନରେ ସାତର୍କତା ନିହାତି ଆବଶ୍ୟକ ।

କର୍କଟ- ତୃତୀୟ ଚନ୍ଦ୍ର କାଳ ଭୋଗ ହେତୁ ଦିନଟି ଶୁଭରେ କଟିବ । ଦାମ୍ପତ୍ୟ ଜୀବନରେ ଶାନ୍ତି ଦେଖାଦେବ । ଧାର୍ମିକ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି । ଆୟର ଯୋଗ ରହିଛି । ବ୍ୟବସାୟରେ ଅଟକିଥିବା କାର୍ଯ୍ୟ ପୁଣି ଆରମ୍ଭ ହେବ । ଚାକିରିରେ ଉନ୍ନତି ଯୋଗ ସହ ସମ୍ନାନ ପ୍ରାପ୍ତି ହେବ ।

ସିଂହ- ଶୁକ୍ଳ ପକ୍ଷରେ ଦ୍ଵିତୀୟ ଚନ୍ଦ୍ର ଶୁଭ, ତେଣୁ ଅଟକିଥିବା ଧନ ପାଇ ଖୁସି ହେବେ । କାର୍ଯ୍ୟ କ୍ଷେତ୍ରରେ ପ୍ରଶଂସା ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବ୍ୟବସାୟରେ ଜଗିରଖି କାର୍ଯ୍ୟ କଲେ ଆୟ ଉତ୍ତମ ହେବ । ବିଦ୍ୟାର୍ଥୀଙ୍କ ପରିଶ୍ରମ ସଫଳତା ଦେବ । ମନରେ ସାମାନ୍ୟ ସନ୍ଦେହ ସୃଷ୍ଟି ହୋଇପାରେ ।

କନ୍ୟା- ଶ୍ରୀ ଚନ୍ଦ୍ର ରହିଥିବାରୁ ଦିନଟି ବହୁତ ଖୁସି ଖବର ଦେବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଶତ୍ରୁଙ୍କ ପରାଜୟ ହେବ । କର୍ମକ୍ଷେତ୍ରରେ ନୂତନ ପଦ ପଦବୀରେ ଯୋଗଦାନ କରିବେ । ବ୍ୟବସାୟ ଖୁବ୍ ଭଲ ହେବ । ବିଦ୍ୟାର୍ଥୀମାନଙ୍କ ପାଇଁ ଦିନଟି ଫଳପ୍ରଦ ହେବ ।

ତୁଳା- ଅର୍ଥ ନିବେଶ ପାଇଁ ଦିନଟି ଅଶୁଭ ଅଟେ । ସନ୍ତାନଙ୍କ ପାଇଁ ସାମାନ୍ୟ ଚିନ୍ତାରେ ରହିବେ । ପ୍ରେମ ସମ୍ପର୍କରେ ନୂତନ ଆଶା ଉଜୀବିତ ହେବ । କିଛି ଗୁରୁତ୍ଵପୂର୍ଣ୍ଣ ନିଷ୍ପତି ନେଇପାରନ୍ତି । ବ୍ୟୟର ପରିମାଣ ଅଧିକ ରହିବ । ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । ବିଦ୍ୟାର୍ଥୀମାନେ ଅମନଯୋଗୀ ହେବେ ।

ବିଛା- ଏକାଦଶ ଚନ୍ଦ୍ର ହେତୁ ଦିନଟି ଭଲ ଫଳ ଦେବ । ନୂଆ ବ୍ୟବସାୟ ଆରମ୍ଭ କରିବା ଦିନଟି ଶୁଭ ରହିଛି । ରାଜନୀତିରେ ସମ୍ମାନିତ ହେବାର ଯୋଗ ଅଛି । କାର୍ଯ୍ୟ କ୍ଷେତ୍ରରେ ଦାୟିତ୍ବବାନ ହେବେ । ଗୃହରେ ପୂଜା ପାଠର ଆୟୋଜନ ହେବ । ଭ୍ରମଣ କରିବା ପାଇଁ ଦିନଟି ଉତ୍ତମ ସାବ୍ୟସ୍ତ ହେବ।

ଧନୁ- ଦଶମ ଚନ୍ଦ୍ର କାଳ ଭୋଗ ହେତୁ ଚାକିରି କ୍ଷେତ୍ରରେ ନିଶ୍ଚିନ୍ତ ଶୁଭ ଖବର ମିଳିବ। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଅତି ଉତ୍ତମ ରହିଛି । ବ୍ୟବସାୟରେ ଧନ ପ୍ରାପ୍ତିର ଯୋଗ ରହିଛି । ବନ୍ଧୁଙ୍କ ଦ୍ଵାରା ଆୟର ଅବସର ପ୍ରାପ୍ତ ହେବ । ବିବାହ ପ୍ରସ୍ତାବ ଆସିବ । ମହିଳାମାନଙ୍କୁ ସବୁ କ୍ଷେତ୍ରରେ ଜଗି ରଖି କାମ କରିବାକୁ ପଡ଼ିବ।

ମକର- ସ୍ବାସ୍ଥ୍ୟ କ୍ଷେତ୍ରରେ ସମସ୍ୟା ଦେଖାଦେବ । ଭ୍ରମଣର ଯୋଗ ରହିଛି । ଚାକିରିରେ ସ୍ଥାନ ପରିବର୍ତ୍ତନ ହେବ । ପୁରୁଣା ବନ୍ଧୁଙ୍କ ସହ ମିଳନ ହେବ । ବ୍ୟବସାୟ ମଧ୍ୟମ ଫଳ ଦେବ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ପୁରୁଣା ଧନ ଫେରି ପାଇପାରନ୍ତି ।

କୁମ୍ଭ- ଭାଗ୍ୟର ସାଥ ମିଳିବ । ଘାତ ବାର ହେତୁ ଦୂର ଯାତ୍ରା କରିବା ପୂର୍ବରୁ ସତର୍କ ରହିବେ । ଯେକୌଣସି କ୍ଷେତ୍ରରୁ ଶୁଭ ସମାଚାର ମିଳିବ । ଜୀବନ ସାଥିଙ୍କ ସହଯୋଗ ମିଳିବ । ମାଲି ମୋକଦ୍ଦମାରେ ଜୟଯୁକ୍ତ ହେବେ । ବିଦ୍ୟାର୍ଥୀମାନେ ପ୍ରଗତି କରିବେ । 

ମୀନ- ପରିବାରରେ ଖୁସି ଦେଖିବାକୁ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଅନିଚ୍ଛା ସତ୍ତ୍ୱେ ଖର୍ଚ୍ଚ ବୃଦ୍ଧି ହେବ । ନିଜ ସ୍ବାସ୍ଥ୍ୟ ର ଧ୍ୟାନ ରଖନ୍ତୁ।ଦୂର ଯାତ୍ରା କରିବେ । ଗୃହ ରେ ଧାର୍ମିକ କାର୍ଯ୍ୟ ର ଆୟୋଜନ ହେବ । ନୂତନ ଦ୍ରବ୍ୟ କିମ୍ବା ବାତୁ କ୍ରୟ କରି ପାରନ୍ତି ।

 

ପଞ୍ଜିକାରେ ଦିନ- ଆଶ୍ୱିନ ଶୁକ୍ଳ ପକ୍ଷ ପ୍ରତିପଦ। ଗୁରୁବାର, ହସ୍ତା କନ୍ୟା ଚନ୍ଦ୍ର ନିଶାର୍ଦ୍ଧ ୫|୬ ପର୍ଯ୍ୟନ୍ତ 

ମାହେନ୍ଦ୍ର ବେଳା - ଦିବା ୪।୪୦ ଗତେ ସନ୍ଧ୍ୟା ୫।୨୭ ମଧ୍ୟେ

 

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ (Astro researcher & gemstone consultant,bhubaneswar)

ଯୋଗାଯୋଗ - 8249826682

  • Horoscope
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.