ବ୍ୟାପାରରେ ଅଧିକ ଲାଭ ଯୋଗ ରହିଛି, ପୁରୁଣା ଋଣ ପରିଶୋଧ କରିବାକୁ ସକ୍ଷମ ହେବେ

Published By : Prameya-News7 Bureau | March 09, 2025 IST

ମେଷ- କୌଣସି ସ୍ଥାନରେ ପରାଜୟ ହାସଲ କରିପାରନ୍ତି । ଯାନ ବାହାନରେ ନିହାତି ସତର୍କତା ଅବଲମ୍ବନ କରନ୍ତୁ । ମନ ସାମାନ୍ୟ ଅଶାନ୍ତ ରହିବ । ପତିପତ୍ନୀଙ୍କ ମଧ୍ୟରେ କଳହର ଯୋଗ ରହିଛି। ଯାନବାହାନ କ୍ରୟ କରିପାରନ୍ତି ।

ବୃଷ- ଜୀବନରେ କରିଥିବା ଭଲ କର୍ମ ଗୁଡ଼ିକର ଫଳ ପ୍ରାପ୍ତ ହେବ। ବ୍ୟାପାରରେ ଅଧିକ ଲାଭ ଯୋଗ ରହିଛି । ପୁରୁଣା ଋଣ ପରିଶୋଧ କରିବାକୁ ସକ୍ଷମ ହେବେ। ଅଟକି ରହିଥିବା ଧନ ପ୍ରାପ୍ତ ହେବ। ମନ ପ୍ରଫୁଲ୍ଲ ରହିବ ।

ମିଥୁନ- ଦୁଶ୍ଚିନ୍ତା ଗ୍ରସ୍ତ ହୋଇ ରହିବେ। ଆର୍ଥିକ ବ୍ୟୟ ହେବ। ବହୁ ପରିଶ୍ରମରେ ଅଳ୍ପ ଲାଭ । ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଯିବ। କାର୍ଯ୍ୟ ଅଧାରୁ ଅଟକିଯାଇପାରେ। ବିଦ୍ୟାର୍ଥୀମାନେ ଅଳସୁଆ ହେବେ ।

କର୍କଟ- ଶ୍ରୀ ଚନ୍ଦ୍ର ହେତୁ ପରିବାରରେ ସୁଖ ସମୃଦ୍ଧି ଲାଗି ରହିବ। ଦିନଟି ଖୁସିରେ କଟିବ । ବିଦ୍ୟାର୍ଥୀମାନେ ଲାଭବାନ ହେବେ। ଚାକିରିରେ ଚାପ ବୃଦ୍ଧି ପାଇପାରେ | ଲାଗିଥିବା ସମସ୍ୟାର ସମାଧାନ ହେବ । ବ୍ୟବସାୟରେ   ଅଳ୍ପ ପରିଶ୍ରମରେ ଅଧିକ ଲାଭ ଯୋଗ ରହିଛି ।

ସିଂହ- ପଥରୋଧ ହେବାର ସମ୍ଭାବନା ରହିଛି । ଅନାବଶ୍ୟକ ବ୍ୟୟରେ ପଡ଼ିପାରନ୍ତି। ବ୍ୟବସାୟରେ କ୍ଷତି ସହିବାର ସମ୍ଭାବନା ରହିଛି । ସନ୍ତାନଙ୍କ ସ୍ଵାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତାରେ ରହିବେ। ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଲାଗି ପାରେ ।

କନ୍ୟା- ମନ ପ୍ରସନ୍ନ ରହିବା ସହ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ପାରିବାରିକ ଜୀବନ ସୁଖମୟ ହେବ । ଅଯଥା କଳହ କରନ୍ତୁ ନାହିଁ। ସମାଜରେ ନିଜ ନାମକୁ ପ୍ରତିଷ୍ଠା କରିପାରିବେ। ବ୍ୟବସାୟ ପାଇଁ ଦିନଟି ଭଲ ରହିଛି । ଆଶା ଅନୁସାରେ ଫଳ ପ୍ରାପ୍ତି ହେବ ।

ତୁଳା- କର୍ତ୍ତବ୍ୟ ନିଷ୍ଠ ହୋଇ କାର୍ଯ୍ୟ କରିବେ। କର୍ମ କ୍ଷେତ୍ରରେ ପଦୋନ୍ନତି ହୋଇପାରେ। ଲାଗି ରହିଥିବା ବିବାଦର ସମାଧାନ ହେବ। ଦର୍ଶନୀୟ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି । ଯାତ୍ରା ଶୁଭ ହେବ। ବିଦ୍ୟାର୍ଥୀମାନେ କର୍ମ ଫଳ ପ୍ରାପ୍ତ କରିବେ ।

ବିଛା- ମନରେ ବିଷାଦ ସୃଷ୍ଟି ହୋଇପାରେ। ଈଶ୍ୱର ବିଶ୍ୱାସୀ ହେବେ। ମନ୍ଦିରକୁ ଦେବ ଦର୍ଶନ ନିମନ୍ତେ ଯାତ୍ରା କରିବେ। କିଛି ପୁରୁଣା ସମସ୍ୟାକୁ ନେଇ ଚିନ୍ତାରେ ରହିପାରନ୍ତି। ବ୍ୟବସାୟ ମଧ୍ୟମ ହେବ। ବିଦ୍ୟାର୍ଥୀମାନେ ଅଳସୁଆ ହେବେ ।

ଧନୁ- ପେଟ ଜନିତ ସମସ୍ୟା ଦେଖାଦେବ। ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ହୋଇପାରେ। ଆର୍ଥିକ ବ୍ୟୟ ହେବ । ସୁଖ ହାନି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ମନ ଅସୁବିଧାରେ ପଡ଼ିବ। ଆତ୍ମବିଶ୍ୱାସର ଅଭାବ ହେବ । ବିଦ୍ୟାର୍ଥୀମାନେ ଅମନଯୋଗୀ ହେବେ ।

ମକର- ଭୋଗ ବିଳାସରେ ଦିନଟି କଟିବ। ସର୍ବ କାର୍ଯ୍ୟ ସିଦ୍ଧି ହେବ। ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ପରିବାରରେ ସମନ୍ୱୟ ରକ୍ଷା କରିବାକୁ ଚେଷ୍ଟା କରନ୍ତୁ । ବନ୍ଧୁ ମିଳନ ହୋଇପାରେ । ଅନାବଶ୍ୟକ ବିବାଦର ପରିସ୍ଥିତି ସୃଷ୍ଟି ହୋଇପାରେ ।

କୁମ୍ଭ- ଦୁଃସାହସିକ ପଦକ୍ଷେପ ନେବେ। ବ୍ୟବସାୟରେ ଲାଭ ହେବ। ମନ ପ୍ରଫୁଲ୍ଲ ରହିବ। ଅବିବାହିତ ବ୍ୟକ୍ତିଙ୍କ ପାଇଁ ପ୍ରସ୍ତାବ ଆସିପାରେ।ବିଦ୍ୟାର୍ଥୀମାନେ ପାଠରେ ଅଧିକ ମନୋନିବେଶ କରିବେ ।

ମୀନ- ଆତ୍ମ ସଞ୍ଜମ ହୋଇ କାର୍ଯ୍ୟ କରନ୍ତୁ । ଅର୍ଥ ବିଷୟକୁ ନେଇ ଚିନ୍ତା ବୃଦ୍ଧି ପାଇବ। ଶତ୍ରୁ ଭୟ ରହିବ। ଆୟ ଠାରୁ ବ୍ୟୟ ଅଧିକ ରହିବ। ଭ୍ରମଣ ଯୋଗୁଁ ଖର୍ଚ୍ଚାନ୍ତ ହେବେ । ଗ୍ୟାସ ଜନିତ ସମସ୍ୟା ହୋଇପାରେ। ବିଦ୍ୟାର୍ଥୀମାନେ ଅବହେଳିତ ହେବେ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ                            

ଯୋଗାଯୋଗ – 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.