ନଭେମ୍ବର ୨୧ ତାରିଖ, ଗୁରୁବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | November 21, 2024 IST

ମେଷ- ଆଳସ୍ୟ ବୃଦ୍ଧି ହେବ। ଆର୍ଥିକ ବ୍ୟୟ ଅଧିକ ହେବ। ପରିବାରରେ ଚାହୁଁନଥିଲେ ମଧ୍ୟ ବାହ୍ୟ ସମସ୍ୟା ଆସି ପହଞ୍ଚିବ। ବ୍ୟବସ୍ଥାରେ ପରିଶ୍ରମ ଅନୁଯାୟୀ ଫଳ ପ୍ରାପ୍ତି ହୋଇନପାରେ। ଅଙ୍ଗରେ କ୍ଳେଶ ଓ ଆଘାତ ଲାଗିବାର ଯଥେଷ୍ଟ ସମ୍ଭାବନା ରହିଛି ।

ବୃଷ- ଦିନଟି ଆପଣଙ୍କ ପାଇଁ ବିଶେଷ ଭଲ ରହିଛି । ମନ ପ୍ରଫୁଲ୍ଲିତ ରହିବା ସହ ଶରୀର ସୁସ୍ଥ ରହିବ। ସର୍ବ କାର୍ଯ୍ୟରେ ସିଦ୍ଧି ଘଟିବ । ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ । ନୂତନ ବସ୍ତୁ କ୍ରୟ କରିବେ। ଛାତ୍ରଛାତ୍ରୀମାନେ ଉପକୃତ ହେବେ। 

ମିଥୁନ- ଅର୍ଥ ବିଷୟକୁ ନେଇ ଚିନ୍ତା ଦୂର ହେବ। କର୍ମ ସଂସ୍ଥାନରେ ପ୍ରଶଂସା ମିଳିବ। ପତ୍ନୀଙ୍କ କଥା ମାନି ଚାଲିଲେ ଦିନଟି ଅଧିକ ଭଲ ହେବ । ବାକିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ବ୍ୟବସାୟରେ କିଛି ନୂଆ କରିବାର ଆଶାରେ ରହିବେ । ଛାତ୍ରଛାତ୍ରୀମାନେ ଉନ୍ନତି ପଥ ଅନୁସରଣ କରିବେ ।

କର୍କଟ- ଶ୍ରୀ ଚନ୍ଦ୍ର ହେତୁ କୌଣସି ସ୍ଥାନରୁ ଶୁଭ ଖବର ପ୍ରାପ୍ତ ହେବ। କର୍ମ କ୍ଷେତ୍ରରେ ଏତେ ଭଲ ପ୍ରଦର୍ଶନ କରିବେ ନାହିଁ। ରୋଜଗାର ଅପେକ୍ଷାରେ ଥିବା ବ୍ୟକ୍ତିଙ୍କୁ ଧନ ପ୍ରାପ୍ତିର ସମ୍ଭାବନା ରହିଛି। କ୍ୟାରିୟରକୁ ନେଇ ଛାତ୍ରଛାତ୍ରୀମାନେ ଚିନ୍ତାରେ ରହିବେ। ବ୍ୟବସାୟୀମାନେ ଦୂର ଯାତ୍ରା କରିପାରନ୍ତି। 

ସିଂହ- ନୂତନ କିମ୍ବା ପୁରୁଣା କାର୍ଯ୍ୟରେ ହାନି ଘଟିପାରେ । ଶତ୍ରୁମାନଙ୍କ ଠାରୁ ଦୂରେଇ ରୁହନ୍ତୁ । ମାଲିମୋକଦ୍ଦମାକୁ ସମୂର୍ଣ୍ଣ କରିବାକୁ ଚେଷ୍ଟା କରନ୍ତୁ। ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତ ହେବ। ଜୀବନ ସାଥିଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ। ଛାତ୍ରଛାତ୍ରୀମାନେ ପାଠରେ ଯଥେଷ୍ଟ ମନଯୋଗ ଦେବେ ।

କନ୍ୟା- ହଠାତ୍ ଧନ ପ୍ରାପ୍ତିର ଯୋଗ ଆପଣଙ୍କର ରହିଛି। ଚାକିରି କ୍ଷେତ୍ରରେ ପ୍ରଶଂସା ମିଳିବ। ଦେହ ମନ ସୁସ୍ଥ ରହିବ। ବ୍ୟବସାୟରେ ବାକି ରହିଥିବା କାର୍ଯ୍ୟର ଆରମ୍ଭ ହେବ। ପାରିବାରିକ ଜୀବନ ସୁଖ ମୟ ହେବ। ଛାତ୍ରଛାତ୍ରୀମାନେ ଖେଳକୁଦରେ ବିଜୟ ହାସଲ କରିବେ।

ତୁଳା- ନିଜର କାର୍ଯ୍ୟ ଦକ୍ଷତା ଯୋଗୁଁ ଅନେକ ସମ୍ମାନ ପ୍ରାପ୍ତି କରିବେ। ଆର୍ଥିକ ବ୍ୟୟ ହେବ। ବ୍ୟବସାୟରେ ଉନ୍ନତି ଦେଖିବାକୁ ମିଳିବ ବଡ଼ ସଫଳତା ମିଳିପାରେ । ସ୍ବାସ୍ଥ୍ୟାବସ୍ଥା ମଧ୍ୟମ ରହିବ । ଅଧିକ ପରିଶ୍ରମରେ ଦିନଟି କାଟିବ। ଛାତ୍ରଛାତ୍ରୀମାନେ ସମୟ ନଷ୍ଟ କରିବେ ।

ବିଛା- ଅନ୍ୟ ସ୍ଥାନକୁ ଭ୍ରମଣର ଯୋଗ ରହିଛି ପତ୍ନୀଙ୍କ ସହଯୋଗ ମିଳିବ। ପୁରୁଣା ବନ୍ଧୁଙ୍କୁ ପାଇ ଖୁସି ହେବେ । ଆର୍ଥିକ ସ୍ଥିତି ମଧ୍ୟମ ରହିବ । ଛାତ୍ରଛାତ୍ରୀମାନଙ୍କ ପାଇଁ ନୂତନ ସ୍ଥାନ ପ୍ରାପ୍ତି ହୋଇପାରେ। ପରିଶ୍ରମ ସମୟ ଅଧିକ ରହିବ ।

ଧନୁ- ଶାରୀରିକ ସମସ୍ୟା ଦେଖା ଦେବ। ତଳିପେଟରେ ଯନ୍ତ୍ରଣା ଦେଖାଦେବ। ଦିନଟି ଏତେ ଉତ୍ତମ ଫଳ ଦେବ ନାହିଁ। ବହୁ ପରିଶ୍ରମରେ ଅଳ୍ପ ଲାଭ । ଚାଲୁଥିବା କାର୍ଯ୍ୟ ଅଧାରୁ ଅଟକି ଯାଇପାରେ । ବିଦ୍ୟାର୍ଥୀମାନେ ଅଳସୁଆ ହେବେ ।

ମକର- ପରିବାରରେ ସୁଖ ସମ୍ମାନ ବୃଦ୍ଧି ହେବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବା ସହିତ, ଦାମ୍ପତ୍ୟ   ଜୀବନ  ସୁଖମୟ ହେବ । ଚାକିରି କ୍ଷେତ୍ରରେ ଉନ୍ନତି ଘଟିବ। ମିତ୍ରଙ୍କ ଠାରୁ ସାହାଯ୍ୟ ମିଳିବ। ଧନ ପ୍ରାପ୍ତିର ସମ୍ଭାବନା ରହିଛି । କିଛି ନୂଆ କରିବାକୁ ପ୍ରେରଣା ମିଳିବ ।

କୁମ୍ଭ- ଆୟ ବୃଦ୍ଧି ହେବ। ନିଜ କ୍ରୋଧକୁ ନିଜ ଆୟତ୍ତରେ ରଖନ୍ତୁ। ନହେଲେ ଅସୁବିଧାରେ ସମ୍ମୁଖୀନ ହେବେ। ଚାକିରି କ୍ଷେତ୍ରରେ ଉନ୍ନତି ଘଟିବ। ମିତ୍ରଙ୍କ ଠାରୁ ସାହାଯ୍ୟ ମିଳିବ। ଧନ ପ୍ରାପ୍ତିର ସମ୍ଭାବନା ରହିଛି। କିଛି ନୂଆ କରିବାକୁ ପ୍ରେରଣା ମିଳିବ। ମନ ପ୍ରଫୁଳିତ ରହିବ। 

ମୀନ-  ଆୟର ଯୋଗ ରହିଛି। ଛଳନା ଓ ଛନ୍ଦ କପଟର ଶିକାର ହୋଇପାରନ୍ତି। ଲାଗି ରହିଥିବା ମାଲିମୋକଦ୍ଦମାର ଅନ୍ତ ଘଟିବ । ସରକାରୀ ଯୋଜନାର ସଂପୂର୍ଣ୍ଣ ଲାଭ ମିଳିବ। ଛାତ୍ରଛାତ୍ରୀମାନେ କ୍ୟାରିୟର ପ୍ରତି ଅଧିକ ଯତ୍ନବାନ ହେବେ। ମନରେ ବିଷାଦଭାବ ରହିବ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ -8249826682

  • Horoscope
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.