ନଭେମ୍ବର ୧୭ ତାରିଖ, ରବିବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | November 17, 2024 IST

ମେଷ- ପରିଶ୍ରମର ଫଳ ନିଶ୍ଚିନ୍ତ ପ୍ରାପ୍ତି ହେବ। ନିଜ କର୍ମକୁ ନେଇ ଅଧିକ ବ୍ୟସ୍ତରେ ସମୟ କରିବେ। ମୁଣ୍ଡ ବିନ୍ଧା ସମସ୍ୟା ଦେଖାଦେଇପାରେ। ଦମ୍ପତିଙ୍କ ପାଇଁ ଦିନଟି ବହୁତ ଶୁଭ ରହିଛି। ଛାତ୍ରଛାତ୍ରୀଙ୍କ ପାଇଁ ପରିଶ୍ରମ ନେଇ ଫଳ ପ୍ରାପ୍ତି ।

ବୃଷ- ବୃଷ ରାଶି ପାଇଁ ଶ୍ରୀ ଚନ୍ଦ୍ର। ମନରେ କିଛି ନୂଆ କରିବାର ଇଚ୍ଛା ଜାଗ୍ରତ ହେବ। ଜରୁରୀ ବସ୍ତୁ କ୍ରୟ କରିପାରନ୍ତି । ପ୍ରେମ ସମ୍ପର୍କରେ ଅନେକ ଖୁସି ଲାଭ କରିପାରନ୍ତି । ଅଣ୍ଟା ବ୍ୟଥା ଭଳି କିଛି ସମସ୍ୟା ଦେଖାଦେଇପାରେ ।

ମିଥୁନ- ପରିବାର ଲୋକଙ୍କ ସହିତ କିଛି ବିଶେଷ ମୁହୂର୍ତ୍ତ ଅତିବାହିତ କରିପାରନ୍ତି। ବନ୍ଧୁଙ୍କ ସହ ଆମୋଦ ପ୍ରମୋଦରେ ଦିନଟି କାଟିବ । ବ୍ୟବସାୟୀମାନଙ୍କ ପାଇଁ ଦିନଟି ବିଶେଷ ଭଲ ରହିଛି । ଲାଭ ଯୋଗ ଅଛି। ଛାତ୍ରଛାତ୍ରୀମାନେ ନିଜର ଲୁଚିଥିବା ପ୍ରତିଭାକୁ ସାମ୍ନାକୁ ଆଣିବେ। 

କର୍କଟ-  ନୂଆ ଚାକିରି ପ୍ରାପ୍ତ ହୋଇପାରେ । ଆପଣଙ୍କୁ କେହି ନିଜ କର୍ମରୁ ହଟି ଅନ୍ୟ କର୍ମ କରିବା ପାଇଁ ବାଧ୍ୟ କରିପାରନ୍ତି । ସତର୍କ ରୁହନ୍ତୁ। ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ। ବ୍ୟବସାୟଙ୍କୁ ମଧ୍ୟମ ଫଳ ମିଳିବ ।

ସିଂହ- ଚାକିରି କ୍ଷେତ୍ରରେ ଉନ୍ନତି ଯୋଗ ରହିଛି । ଭୂମି କ୍ରୟ କରିବେ । ବ୍ୟବସାୟରେ ସୁଫଳ ମିଳିବ । ଅଳଙ୍କାର କ୍ରୟ କରିପାରନ୍ତି । ଛାତ୍ରଛାତ୍ରୀମାନଙ୍କର ପାଠରେ ମନ ଲାଗିବ ନାହିଁ । ପ୍ରେମ ସମ୍ପର୍କରେ ନିଜକୁ ଭାଗ୍ୟଶାଳୀ ମନେ କରିବେ। ପ୍ରଭୁ ଶନିଦେବ ଆପଣଙ୍କର ମଙ୍ଗଳ କରିବେ ।

କନ୍ୟା- ନିଜକୁ ଭାଗ୍ୟବାନ ମନେ କରିବେ। ସର୍ବ କାର୍ଯ୍ୟରେ ଉନ୍ନତି ଘଟିବ । ସ୍ବାସ୍ଥ୍ୟ ସମସ୍ୟାର ସଂପୂର୍ଣ୍ଣ ନିରାକରଣ ହେବ । ପରିବାରରେ ହସ ଖୁସିର ମାହୋଲ ଲାଗି ରହିବ। ବ୍ୟବସାୟରେ ଅନେକ ଲାଭ ଯୋଗ ରହିଛି । ବିଦ୍ୟାର୍ଥୀମାନେ ସଫଳତା ପ୍ରାପ୍ତ କରିବେ ।

ତୁଳା- ଦିନଟି ସଫଳତାର ସହ ସଂପୂର୍ଣ୍ଣ ହେବ। ପରୋପକାର କରି ଖୁସି ଅନୁଭବ କରିବେ। ଆର୍ଥିକ ସ୍ଥିତି  ସ୍ୱଚ୍ଛଳ ରହିବ । ଛାତ୍ରଛାତ୍ରୀମାନେ କୃତ କାର୍ଯ୍ୟ ହେବେ । ଦମ୍ପତିମାନେ ଆଲୋଚନା କରି କିଛି ନୂଆ କାର୍ଯ୍ୟ କରିବେ ।

ବିଛା- ରାଶିକୁ ଘାତ ଚନ୍ଦ୍ର। କାର୍ଯ୍ୟ କ୍ଷେତ୍ରରେ ଅଶାନ୍ତି ଦେଖା ଦେଇପାରେ । ସୁଖ ହାନି ଘଟିପାରେ । ଅନେକ କାର୍ଯ୍ୟ ଏକ ସହ ଆସି ପହଞ୍ଚିବା ଯୋଗୁଁ ନିଜକୁ ଚିନ୍ତିତ ମନେ କରିପାରନ୍ତି । ମାଲିମୋକଦ୍ଦମାରେ ଜୟଯୁକ୍ତ ହେବେ । ବ୍ୟବସାୟ ମଧ୍ୟମ ଫଳ ଦେବ।

ଧନୁ- ଘଟଣା କିଛି ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ । ବନ୍ଧୁ ଆପଣଙ୍କ ଘରକୁ ଆସିପାରନ୍ତି । ବାକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ । ବ୍ୟବସାୟରେ ସଫଳତା ମିଳିବ। ମହିଳାମାନେ ଗୃହ କାର୍ଯ୍ୟରେ ଅଧିକ ମନୋନିବେଶ କରିବେ ।

ମକର- ଚିନ୍ତା କରିଥିବା ବିଷୟରେ ପରିବର୍ତ୍ତନ ଆଣିପାରନ୍ତି । ଅହଙ୍କାରର ବଶବର୍ତ୍ତୀ ହୋଇ କିଛି ଭୁଲ ନିଷ୍ପତ୍ତି ନେବେ। ଅଳପ କିଛି ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ । ଭାଙ୍ଗିଥିବା ସମ୍ପର୍କ ଯୋଡ଼ି ହେବ। ଯଥେଷ୍ଟ ସମ୍ଭାବନା ରହିଛି । ଛାତ୍ରଛାତ୍ରୀମାନେ ନୂତନ ଚିନ୍ତାଧାରାର ବଶବର୍ତ୍ତୀ ହେବେ ।

କୁମ୍ଭ- ସହ କର୍ମୀଙ୍କ ସହ ବିଶେଷ ଆଲୋଚନା କରିବେ । ବ୍ୟବସାୟରେ ବିଶେଷ ଭଲ ଫଳ ପ୍ରାପ୍ତି ହେବ । ପତି ପତ୍ନୀ ଙ୍କ ପାଇଁ ଦିନଟି ବିଶେଷ  ଭଲ ରହିଛି । ସ୍ବାସ୍ଥ୍ୟ ସଂପୂର୍ଣ୍ଣ ସୁସ୍ଥ ରହିବ । ଛାତ୍ରଛାତ୍ରୀମାନେ ଭବିଷ୍ୟତ ଚିନ୍ତାରେ ରହିବେ ।

ମୀନ- ସବୁ କର୍ମରେ ଆପଣ ସଂପୂର୍ଣ୍ଣ ଯୋଗଦାନ ଦେବେ । ଅନେକ ବାଧା ବିଘ୍ନର ସାମ୍ନା କରିବାକୁ ପଡ଼ିବ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ମଧ୍ୟମ ଫଳ ପ୍ରାପ୍ତ ହେବ । ଉଚ୍ଚ ପଦବୀ ମିଳିବାର ଯୋଗ ଅଛି । ଦମ୍ପତିମାନେ ଖୁସିରେ ଦିନଟି କାଟିବେ।

 

  • Horoscope
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.