ମୁମ୍ଵାଇ ୨୦।୧୧; ମହାରାଷ୍ଟ୍ର ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ବଲିଉଡ ତାରକାମାନେ ମଧ୍ୟ ଗୋଟିଏ ପରେ ଗୋଟିଏ ମତଦାନ ବୁଥରେ ପହଞ୍ଚିଛନ୍ତି। ସକାଳ ୭ ଟାରେ ଅକ୍ଷୟ କୁମାର ପ୍ରଥମେ ଭୋଟ୍ ଦେଇଥିଲେ। ଭାରତୀୟ ନାଗରିକତ୍ୱ ପାଇବା ପରେ ବିଧାନସଭା ନିର୍ବାଚନରେ ଏହା ଖିଲାଡି କୁମାରଙ୍କ ପ୍ରଥମ ଭୋଟ୍ ଥିଲା।ତାଙ୍କ ପରେ ଜନ୍ ଆବ୍ରାହମ୍ ଏବଂ ରାଜକୁମାର ରାଓଙ୍କ ସମେତ ଅନେକ ତାରକା ଭୋଟ୍ ଦେବା ପରେ ମତଦାନ ବୁଥରୁ ବାହାରକୁ ଆସୁଥିବା ଦେଖିବାକୁ ମିଳିଥିଲା।
ଅକ୍ଷୟ କୁମାରଙ୍କ ବ୍ୟତୀତ ରାଜକୁମାର ରାଓ ମଧ୍ୟ ଭୋଟ୍ ଦେବାକୁ ଆସିଥିଲେ। ଏହି ସମୟରେ ସେ ସମସ୍ତଙ୍କୁ ଭୋଟ୍ ଦେବାକୁ ପରାମର୍ଶ ଦେଇଥିଲେ ଏବଂ ମତଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।
ଜନ୍ ଅବ୍ରହାମ ମଧ୍ୟ ଭୋଟ୍ ଦେବା ପାଇଁ ସକାଳେ ପହଞ୍ଚିଥିଲେ। ଏହି ସମୟ ମଧ୍ୟରେ ତାଙ୍କୁ କାଜୁଆଲ୍ ଲୁକ୍ ଦେଖିବାକୁ ମିଳିଥିଲା । ସେ କଳା ଟ୍ରାଉଜର ଏବଂ କଳା ଟି-ସାର୍ଟ ସହିତ ଏକ କଳା କ୍ୟାପ୍ ପିନ୍ଧିଥିଲେ ।
ଅମୀର ଖାନଙ୍କ ପୂର୍ବତନ ପତ୍ନୀ ରିନା ଦତ୍ତ ମଧ୍ୟ ଭୋଟ୍ ଦେବା ପରେ ଆଙ୍ଗୁଠିରେ ଚିହ୍ନ ଦେଖାଇଥିବାର ନଜର ଆସିଥିଲେ।
ସଚିନ ତେନ୍ଦୁଲକର ମଧ୍ୟ ତାଙ୍କ ପରିବାର ସହିତ ଭୋଟ୍ ଦେବାକୁ ଆସିଥିଲେ। ସମସ୍ତେ ଗଣମାଧ୍ୟମ ସାମ୍ନାରେ ମଧ୍ୟ ପୋଜ୍ ଦେଇଥିଲେ। ସୁନୀଲ ଶେଟ୍ଟୀ ମଧ୍ୟ ଭୋଟ୍ ଦେଇଥିଲେ ଏବଂ କ୍ୟାମେରା ଆଗରେ ଆଙ୍ଗୁଠି ଦେଖାଇ ଜୋରଦାର ପୋଜ୍ ଦେଇଥିଲେ।
ଭେଟେରାନ ଅଭିନେତ୍ରୀ ଶୁଭା ଖୋଟେ ମଧ୍ୟ ଭୋଟ୍ ଦେବାକୁ ଆସିଥିଲେ। ୮୭ବର୍ଷ ବୟସରେ ମଧ୍ୟ ସେ ଜଣେ ଭାରତୀୟ ନାଗରିକ ହେବାର ଦାୟିତ୍ଵ ପୂରଣ କରିଥିଲେ।
ସଲମାନ ଖାନଙ୍କ ବାପା-ମାଆ ମଧ୍ୟ ଭୋଟ୍ ଦେବାକୁ ଆସିଥିଲେ। ମୁମ୍ଵାଇର ଅନେକ ତାରକା ଏବେ ଯାଏଁ ଭୋଟ ଦେଉଛନ୍ତି ।