ନୟନତାରା-ଧନୁଷଙ୍କ ବିବାଦରେ ଜବାବ୍‌ ରଖିଲେ ଅଭିନେତାଙ୍କ ବାପା, କହିଲେ-ଏସବୁ ପାଇଁ ସମୟ ନାହିଁ…

Published By : Prameya-News7 Bureau | November 20, 2024 IST

ମୁମ୍ଵାଇ ୨୦।୧୧; ଦକ୍ଷିଣର ଦୁଇଟି ବଡ ସୁପରଷ୍ଟାର ନୟନତାରା ଏବଂ ଧନୁଷ। 'ଲେଡି ସୁପରଷ୍ଟାର' ନୟନତାରାଙ୍କ କ୍ୟାରିୟର ଉପରେ ଆଧାରିତ ନେଟଫ୍ଲିକ୍ସ ଡକ୍ୟୁମେଣ୍ଟାରୀ 'ନୟନତାରା: ବିଅଣ୍ଡ୍ ଫେରି ଟେଲ୍' ମୁକ୍ତିଲାଭ କରିଛି। ନଭେମ୍ବର ୧୮ରେ ଏହା ରିଲିଜ୍ ହୋଇଥିଲା। ବର୍ତ୍ତମାନ ତାଙ୍କ ମଧ୍ୟରେ ବିବାଦ ଦେଖା ଦେଇଛି।  ଅଭିନେତ୍ରୀ, ସୁପରଷ୍ଟାର ଧନୁଷଙ୍କୁ ଟାର୍ଗେଟ କରିବା ଖବର ଏବେ ଚାରିଆଡ଼େ ଚର୍ଚ୍ଚା ହେଉଛି । ଇନଷ୍ଟା ପୋଷ୍ଟ ଜରିଆରେ ଆଉ କେତେ ତଳକୁ ଖସିବ ବୋଲି ଧନୁଷଙ୍କୁ ପଚାରିଥିଲେ ନୟନତାରା ।ଏବେ ତାଙ୍କୁ ଜବାବ ଦେଇଛନ୍ତି ଧନୁଷଙ୍କ ବାପା କସ୍ତୁରୀ ରାଜା ।

ଧନୁଷଙ୍କ ପିତା ନୟନତାରାଙ୍କୁ ଉତ୍ତର ଦେଇଥିଲେ

ଧନୁଷଙ୍କ ବିରୋଧରେ ତାଙ୍କ ଅଭିଯୋଗ ଭୁଲ ବୋଲି କସ୍ତୁରୀ ରାଜା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଧନୁଷ ତାଙ୍କର ଆଗାମୀ ଚଳଚ୍ଚିତ୍ରରେ ବ୍ୟସ୍ତ ଅଛନ୍ତି ଏବଂ ଏହି ସବୁ ଜିନିଷ ପାଇଁ ତାଙ୍କ ପାଖରେ ସମୟ ନାହିଁ । ଧନୁଷଙ୍କ ବାପା କହିଛନ୍ତି, 'ଆମ ପାଇଁ କାମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେଉଁମାନେ ଆମକୁ ଫଲୋ କରନ୍ତି କିମ୍ବା ଆମ ପିଠି ପଛରେ ଆମ ବିଷୟରେ କଥାବାର୍ତ୍ତା କରନ୍ତି ସେମାନଙ୍କ ପାଇଁ ଆମର ସମୟ ନାହିଁ । ମୋ ଭଳି ମୋ ପୁଅ ମଧ୍ୟ କେବଳ କାମ ଉପରେ ଧ୍ୟାନ ଦେଇଥାଏ।

ଉଲ୍ଲେଖଯୋଗ୍ୟ, ୩ଦିନ ତଳେ ନୟନତାରା ଇନଷ୍ଟାରେ ପୋଷ୍ଟ କରି ଲେଖିଥିଲେ ଯେ “ଏନଓସି ପାଇଁ ଆପଣଙ୍କ ସହିତ ଦୀର୍ଘ ଦୁଇ ବର୍ଷର ଲଢ଼େଇ ପରେ ଆମେ ହାର୍ ମାନିଛୁ। ଆପଣ 'ନାନୁମ୍ ରାଉଡି ଧାନ'ର କୌଣସି ବି ଦୃଶ୍ୟ ବା ଗୀତ ଦେବା ପାଇଁ ଅନୁମତି ନଦେବାରୁ ଆମେ ଡକ୍ୟୁମେଣ୍ଟାରୀକୁ ପୁଣି ଥରେ ଏଡିଟ୍ କରି ଏହାକୁ ରିଲିଜ୍ କରିବାକୁ ଯାଉଛୁ। ଏବେ ଯାଏ ଆପଣ ଯେତେ ତଳକୁ ଖସିଥିଲେ, ବର୍ତ୍ତମାନ ତା’ଠାରୁ ବି ନିମ୍ନସ୍ତରକୁ ଯାଇଛନ୍ତି। ଫିଲ୍ମର ଅଡିଓ ଲଞ୍ଚ ସମୟରେ ମଞ୍ଚରେ ନିଜ ପ୍ରଶଂସକଙ୍କ ଆଗରେ ଯେଉଁ ମଣିଷ ବୋଲି ଆପଣ ଦେଖାନ୍ତି, ଯଦି ଅସଲ ଜୀବନରେ ତା’ର ଅଧା ବି ହୋଇଥାନ୍ତେ ନା  ଭଲ ହୋଇଥାନ୍ତା। ୧୦କୋଟିର ନୋଟିସ୍ ମିଳିଛି କିନ୍ତୁ ଆମେ ଏହାର ଉଚିତ୍ ଜବାବ ଦେବୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.