ଗନ୍ଧମାର୍ଦ୍ଦନ ନିକଟରେ ଆଦାନୀ ଜମି କିଣିବା ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦାବି କଲେ ବିରୋଧୀ, ତର୍କ ବିତର୍କ କରନ୍ତୁ ଉତ୍ତର ଦିଆଯିବ ବୋଲି କହିଲା ବିଜେପି

Published By : Prameya-News7 Bureau | November 20, 2024 IST

ଭୁବନେଶ୍ବର ୨୦।୧୧: ଗନ୍ଧମାର୍ଦ୍ଦନ ପାହାଡ଼ ନିକଟରେ ଆଦାନୀ ଜମି କିଣିବା ପ୍ରସଙ୍ଗରେ ତେଜିଲା ରାଜନୀତି । ମୁହାଁମୁହିଁ ହୋଇଛନ୍ତି ଉଭୟ ଶାସକ ଓ ବିରୋଧୀ । ସରକାରଙ୍କ ସ୍ପଷ୍ଟୀକରଣ ଦାବି କରିଛି ବିଜେଡି । କେଉଁ ଉଦ୍ଦେଶ୍ୟରେ ଆଦାନୀ ଜମି କିଣିଛି ସରକାର ସ୍ପଷ୍ଟୀକରଣ ରଖନ୍ତୁ ବୋଲି ବିଜେଡି ବିଧାୟକ କଳିକେଶ ସିଂଦେଓ କହିଛନ୍ତି । ହାତ ଦେବା ଆଗରୁ ଆଙ୍ଗୁଳି ଦିଆଯାଇଛି କି ବୋଲି ସେ ପ୍ରଶ୍ନ କରିଛନ୍ତି । ଗନ୍ଧମାର୍ଦ୍ଦନକୁ ନେଇ କୌଣସି ଯୋଜନା ଅଛି କି ? ସ୍ପଷ୍ଟୀକରଣ ଦେଲେ ଲୋକଙ୍କ ଆଶଙ୍କା ଦୂର ହେବ । ଚୁପ୍ ରହିଲେ ଦ୍ୱନ୍ଦ୍ବ ବଢିବ । ଗନ୍ଧମାର୍ଦ୍ଦନକୁ ନେଇ ଯଦି କିଛି ନାହିଁ ପ୍ରଥମ ଦିନରୁ ସ୍ପଷ୍ଟ କରିଥାନ୍ତେ । ଲୋକଙ୍କୁ ଦ୍ବନ୍ଦ୍ବରେ ପକାଇ ନଥାନ୍ତେ । ଗନ୍ଧମାର୍ଦ୍ଦନ ପାହାଡ଼ ସ୍ଥାନୀୟ ଲୋକଙ୍କ ଭାବାବେଗ ସହିତ ଜଡ଼ିତ । ଗନ୍ଧମାର୍ଦ୍ଦନ ପାହାଡ଼ର ପବିତ୍ରତା ରହିଛି । ୧୯୮୦ରେ ଗନ୍ଧମାର୍ଦ୍ଦନକୁ ନେଇ ବଡ଼ ଆନ୍ଦୋଳନ ହୋଇଥିଲା । ଲୋକଙ୍କ ଭାବାବେଗ ବିରୁଦ୍ଧରେ କୌଣସି ପଦକ୍ଷେପ ନିଆଗଲେ ସରକାର ସ୍ପଷ୍ଟୀକରଣ ରଖିବାର ଆବଶ୍ୟକତା ଅଛି । ଗନ୍ଧମାର୍ଦ୍ଦନକୁ ନେଇ ଲୋକଙ୍କ ବିରୁଦ୍ଧରେ କିଛି ପଦକ୍ଷେପ ନିଆଗଲେ ଆଇନ ଶୃଙ୍ଖଳା ସ୍ଥିତି ଉପୁଜିବାର ସମ୍ଭାବନା ଅଛି ବୋଲି କଳିକେଶ କହିଛନ୍ତି ।

ସେପଟେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି, ବିଜେଡି ଓ କିଛି ଲୋକ ପ୍ରହେଳିକା ସୃଷ୍ଟି କରୁଛନ୍ତି ୧୯/୧୦/୨୪ରେ ଓଡ଼ିଶା ବାୟୋ ଡ଼ାଇଭରସିଟି ବୋର୍ଡ ଚିଠି କରିସାରିଛି । ଗନ୍ଧମାର୍ଦ୍ଦନ ପର୍ବତରେ ଅନେକ ଔଷଧୀୟ ବୃକ୍ଷ ରହିଛି । ସେ ଅଞ୍ଚଳର ଭାବାବେଗ ସହ ଜଡିତ ଗନ୍ଧମାର୍ଦ୍ଦନ ପର୍ବତ । ୨୪ ବର୍ଷରେ ଯାହା କରିଛନ୍ତି ତାର ଉତ୍ତର ଦେଇନାହାନ୍ତି । ଝାରସୁଗୁଡା ଜିଲ୍ଲାରେ ଆଜି ପରିବେଶ ନଷ୍ଟ କିଏ କରିଛି ବୋଲି ସେ ପ୍ରଶ୍ନ କରିଛନ୍ତି । ପ୍ରଥମ ଥର ପାଇଁ ସରକାର ସବୁ ଦଳ ବିଧାୟକଙ୍କୁ ବସାଇ ପରାମର୍ଶ ନିଆଯାଇଛି । ଇସ୍ୟୁ ନଥିଲେ ଇସ୍ୟୁ କରୁଛନ୍ତି । ପ୍ରମାଣ ଦିଅନ୍ତୁ ଆମେ ବି ପ୍ରମାଣ ଦେବୁ । ତର୍କ ବିତର୍କ କରନ୍ତୁ ଉତ୍ତର ଦିଆଯିବ ବୋଲି ଟଙ୍କଧର କହିଛନ୍ତି ।

ସେପଟେ ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କଲା କଂଗ୍ରେସ । କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, ଗନ୍ଧମାର୍ଦ୍ଦନ ପର୍ବତକୁ ଆଦାନୀକୁ ଦେଲେ ଓଡ଼ିଶାବାସୀ କେବେ କ୍ଷମା ଦେବେନି । କଂଗ୍ରେସ ଏହାକୁ ବରଦାସ୍ତ କରିବନି ଲଢେଇ ହେବ । ଗନ୍ଧମାର୍ଦ୍ଦନ ପର୍ବତ ଯଦି ଯିବ ବିଧାନସଭା ଭାଙ୍ଗିଦେବୁ । ମୁଖ୍ୟମନ୍ତ୍ରୀ ତୁରନ୍ତ ସ୍ପଷ୍ଟୀକରଣ ଦେବା ଦରକାର ବୋଲି ତାରା କହିଛନ୍ତି ।


You Can Read:

କଣ୍ଟାପଡ଼ା ଗାଁ ଅଘଟଣ, ବିଷକ୍ରିୟାରୁ ଦାଦା-ପୁତୁରା ମୃତ !

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.