ବସନ୍ତ ବନ୍ଧୁ ମିଳନ ଉତ୍ସବରେ ନାଚିଲେ ବିଧାୟକ, କର୍ମୀଙ୍କ ଗହଣରେ ହଲାଇଲେ ଅଣ୍ଟା

Published By : Prameya-News7 Bureau | March 17, 2025 IST

ନୀଳଗିରି ୧୭/୦୩: ଦଳରେ କର୍ମୀ ହେଉଛନ୍ତି ସର୍ଵଗ୍ରେ । ଜିତିବା ପରେ ବିଧାୟକ ହେଲେ ମଧ୍ୟ ଦଳରେ ମୁଁ ଦିନେ କର୍ମୀ ଥିଲି। ତେଣୁ ଜାଣିଛି କିଭଳି ନିର୍ବାଚନ ସମୟରେ କଷ୍ଟ କରିବାକୁ ହୁଏ । ତେଣୁ ନେତା ଓ କର୍ମୀଙ୍କ ମଧ୍ୟରେ ଦୂରତା ନରଖି ବନ୍ଧୁତ୍ୱପୂର୍ଣ୍ଣ ମାହୋଲ ତିଆରି କରିଥିଲେ ବିଧାୟକ । ସାରା ନିର୍ବାଚନ ମଣ୍ଡଳୀରେ ବସନ୍ତ ବନ୍ଧୁମିଳନ କରି କର୍ମୀ ସହ ଆଦିବାସୀ ନାଚରେ କାନ୍ଧରେ କାନ୍ଧ ଦେଇ ନାଚିଛନ୍ତି ବାଲେଶ୍ଵର ଜିଲ୍ଲାର ବିଧାୟକ ସନ୍ତୋଷ ଖଟୁଆ।

ବସନ୍ତ ଋତୁର ଆଗମନରେ ନିଳଗିରି ବିଧାୟକ ସନ୍ତୋଷ ଖଟୁଆ ନିଜ ଫାର୍ମ ହାଉସ ପରିସରରେ ଆଡ଼ମ୍ବରପୂର୍ଣ୍ଣ ଭାବେ ବସନ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ଦୀର୍ଘ ୮ମାସ ନିର୍ବାଚନ ବିତି ଯାଇଥିବା ବେଳେ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ପ୍ରକାରର ସମସ୍ୟା, କର୍ମୀ, ଭୋଟର ମାନଙ୍କ ମଧ୍ୟରେ ଭାବ ବିନିମୟ ହୋଇ ପାରିନଥିଲେ । 


ଏହି ବସନ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅବସରରେ ସମସ୍ତଙ୍କ ସହ ଭାବ ବିନିମୟ, ଭାଇଚାରାର ସମ୍ପର୍କ କୁ ନିବିଡ଼ କରିବା ଉଦ୍ଦେଶ୍ୟରେ ଏହି ଉତ୍ସବ କରିବା ମୁଖ୍ୟ ଆଭିମୁଖ୍ୟ ବୋଲି ବିଧାୟକ ସନ୍ତୋଷ ଖଟୁଆ ପ୍ରକାଶ କରିଛନ୍ତି । ଏହି ଅବସରରେ ସମଗ୍ର ନିଳଗିରି ନିର୍ବାଚନ ମଣ୍ଡଳୀରୁ ପ୍ରାୟ ୨ ହଜାରରୁ ଉର୍ଦ୍ଧ୍ବ  ବିଜେପିର ଆଗଧାଡ଼ିର କର୍ମୀ ମାନେ ସାମିଲ ହୋଇଥିଲେ। ଆଦିବାସୀ ନାଚର ତାଳେ କର୍ମୀଙ୍କ ଓ ଧର୍ମପତ୍ନୀଙ୍କ ସହ ବିଧାୟକ ବେଶ ଖୁସିରେ ନାଚିଥିବା ଜଣାପଡିଛି। 

ପରେ ସମସ୍ତ କର୍ମୀଙ୍କ ସହ ପଖାଳ,ବଡିଚୁରା ଶାଗ,ବାଇଗଣ ଭଜା,ମାଛଭଜା ବିଧାୟକ ଖାଇ ଖୁସି ବାଣ୍ଟିଥିଲେ।ପରେ  ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ସମସ୍ତ ମଣ୍ଡଳ ସଭାପତି,ପଂଚାୟତ ପ୍ରମୁଖ,ବିଜେପି ଜିଲ୍ଲାପରିଷଦ ସଭ୍ୟ ଙ୍କ ସମେତ କର୍ମୀମାନେ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.