ନାଗା ଚୈତନ୍ୟଙ୍କ ସହ ଜଡିତ ସମସ୍ତ ସ୍ମୃତିକୁ ହଟାଉଛନ୍ତି ସାମନ୍ଥା, ଭାଇରାଲ ହେଉଛି ଫଟୋ

Published By : Prameya-News7 Bureau | March 17, 2025 IST

ମୁମ୍ଵାଇ ୧୭।୦୩; ସାଉଥ୍‌ ସୁନ୍ଦରୀ ସାମନ୍ଥା ରୁଥ ପ୍ରଭୃ। ନାଗା ଚୈତନ୍ୟଙ୍କ ଠାରୁ ଅଲଗା ହୋଇସାରିଛନ୍ତି । କିନ୍ତୁ ସେମାନଙ୍କ ବିଷୟରେ ଖବର ଆସିବା ବନ୍ଦ ହେଉନାହିଁ । ବିବାହର ୪ବର୍ଷ ପରେ, ଦୁହେଁ ୨୦୨୧ରେ ପରସ୍ପରକୁ ଛାଡପତ୍ର ଦେଇଥିଲେ। ଗତ ବର୍ଷ ନାଗା ଚୈତନ୍ୟ ଅଭିନେତ୍ରୀ ଶୋଭିତାଙ୍କୁ ବିବାହ କରିଥିଲେ। ନାଗାଙ୍କ ଏହି ନିଷ୍ପତ୍ତି ପରେ, ବର୍ତ୍ତମାନ ଲାଗୁଛି ଯେ ସାମନ୍ଥା ତାଙ୍କ ପୂର୍ବ ସ୍ୱାମୀଙ୍କ ସହିତ ଜଡିତ ସମସ୍ତ ସ୍ମୃତିକୁ ହଟାଇବାକୁ ଚାହୁଁଛନ୍ତି। ପୂର୍ବରୁ ସାମନ୍ଥା ଏବଂ ନାଗାଙ୍କ ଟାଟୁ ମ୍ୟାଚିଂ ଥିବା ଦେଖିବାକୁ ମିଳିଥିଲା। ହେଲେ ଏବେ ସାମନ୍ଥାଙ୍କର ସେହି ଟାଟୁ ଫିକା ନଜର ଆସିଛି।

ନିକଟରେ ସାମନ୍ଥା ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର ଆଗାମୀ ଚଳଚ୍ଚିତ୍ରର କିଛି ଫଟୋ ସେୟାର କରିଥିଲେ । ଏହି ଫଟୋ ଗୁଡ଼ିକରେ, ତାଙ୍କ ହାତରେ ଥିବା ଟାଟୁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଯେଉଁଥିରେ ଅଭିନେତ୍ରୀଙ୍କ ହାତରେ ଦୁଇଟି ତୀର ଟାଟୁ ଦେଖିବାକି ମିଳିଛି। ଯାହା ପୂରାପୂରି ଫିକା ହୋଇଯାଇଛି । ଏହି ଟାଟୁ ନାଗାଙ୍କ ଟାଟୁ ସହିତ ମେଳ ଖାଉଛି । ଯାହା ନାଗା ଚୈତନ୍ୟଙ୍କ ସହିତ ତାଙ୍କ ପ୍ରେମର ସଙ୍କେତ ଥିଲା।  କହିବା ଗଲେ ବର୍ଷ ପୂର୍ବେ ଉଭୟ ନିଜ ନିଜ ହାତରେ ସମାନ ଡିଜାଇନର ଟାଟୁ କରିଥିଲେ। 

ସାମନ୍ଥାଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୟୁଜର୍ସମାନେ ଅନୁମାନ କରିଛନ୍ତି ଯେ ଅଭିନେତ୍ରୀ ଏହାକୁ ଲିଭାଇବାକୁ ନିଷ୍ପତ୍ତି ନେଇଛନ୍ତି। ସାମନ୍ଥାଙ୍କ ନୂଆ ପୋଷ୍ଟର କମେଣ୍ଟ ସେସନରେ ଜଣେ ଲେଖିଛନ୍ତି, 'ବହୁତ ଭଲ, କେବେବି ପାର୍ଟନରଙ୍କ ନାମର ଟାଟୁ ବନାଅ ନାହିଁ ।  ଆଉ ଜଣେ ଲେଖିଛନ୍ତି, 'ଏହା ସେମାନଙ୍କ ପାଇଁ ଭଲ। ଅନ୍ୟ ଜଣେ ଲେଖିଛନ୍ତି, 'ଆଶା କରେ ତୁମେ ବି ନୂଆ ଆରମ୍ଭ କରିବ।

କହିବାକୁ ଗଲେ ସାମନ୍ଥା ଏବଂ ନାଗା ୨୦୧୭ ରେ ବିବାହ କରିଥିଲେ। ବିବାହ ପୂର୍ବରୁ ଉଭୟଙ୍କ ଡାହାଣ ହାତରେ ସମାନ ଡିଜାଇନର ଏକ ଟାଟୁ ଥିଲା। ସେଥିରେ ଚୈତନ୍ୟ ତାଙ୍କ ବିବାହ ତାରିଖକୁ ଏକ କୋଡରେ ଯୋଡିଥିଲେ। ଏଥି ସହିତ ସାମନ୍ଥା ତାଙ୍କ ତେଲୁଗୁ ଡେବ୍ୟୁ 'YMC' ଟାଟୁ କରିଥିଲେ। ଯେଉଁଠାରେ ସେ ପ୍ରଥମ ଥର ଚୈତନ୍ୟଙ୍କୁ ଭେଟିଥିଲେ। ଏହା ବ୍ୟତୀତ ସେ ଚୈତନ୍ୟଙ୍କ ପାଇଁ ଆଉ ଏକ ଟାଟୁ କରିଥିଲେ। ଯାହା ସେମାନଙ୍କ ପ୍ରେମର ପ୍ରତୀକ ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.