ସର୍ଭେ ପରେ ଚୂଡ଼ାନ୍ତ ହେବ ରାସନ କାର୍ଡ ହିତାଧିକାରୀଙ୍କ ତାଲିକା, ହଠାତ୍ କଟାଯିବନି କାର୍ଡ

Published By : Prameya-News7 Bureau | March 16, 2025 IST

ଭୁବନେଶ୍ୱର ୧୬।୩: ହଠାତ୍ କଟାଯିବନି ରାସନ କାର୍ଡ । ଫିଲ୍ଡ ଭିଜିଟ୍ ପରେ କଟାଯିବ ରାସନ କାର୍ଡ । ଏଭଳି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି ଯେ, ରାସନ କାର୍ଡର ପ୍ରକୃତ ହିତାଧିକାରୀ ଯାଞ୍ଚ ପାଇଁ ହେବ ଫିଜିକାଲ୍ ସର୍ଭେ । 

ସର୍ଭେ ପରେ ଚୂଡ଼ାନ୍ତ ହେବ ରାସନ କାର୍ଡ ହିତାଧିକାରୀଙ୍କ ତାଲିକା । ଏବେ ସୁଦ୍ଧା ୩୦ ଲକ୍ଷ ୭୩୪ ଲୋକ E-KYC କରିନାହାନ୍ତି । ୩୧ ମାର୍ଚ୍ଚ ପରେ ଜଣାପଡ଼ିବ କେତେ ଲୋକ E-KYC କରିନାହାନ୍ତି । ଏହାପରେ କାହିଁକି ହିତାଧିକାରୀ EKYC କରିନାହାନ୍ତି ଫିଲ୍ଡ ଭିଜିଟ୍ କରି ଦେଖିବେ ବିଭାଗୀୟ ଅଧିକାରୀ । ତେବେ ହଠାତ୍ କାହାର ରାସନ କାର୍ଡ କଟାଯିବନି ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ । 

ସେହିପରି ୬ ଲକ୍ଷ ୩୫ ହଜାର ପୋର୍ଟାଲ ଜରିଆରେ ଆଗରୁ  ଆବେଦନ କରିଛନ୍ତି । ଏବେ ସେମାନଙ୍କ ସର୍ଭେ ଚାଲିଥିବା ବେଳେ ଏପ୍ରିଲ ୧୫ ସୁଦ୍ଧା ସର୍ଭେ କାମ ସରିବ ।   ତାପରେ ନୂଆ ରାସନ କାର୍ଡ ହିତାଧିକାରୀ ପାଇବେ । ସେହିପରି ନୂଆ ପୋର୍ଟାଲରେ ଏବେ ସୁଦ୍ଧା ୫୦ ହଜାର ନୂଆ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି । ସମ୍ପୂର୍ଣ୍ଣ ଆବେଦନ ସରିବା ପରେ ଏହାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ।

You Can Read:

ରାଜ୍ୟରେ ପାଇଲଟ୍ ପ୍ରୋଜେକ୍ଟରେ ଖୋଲିବ ୩୫ ପୋଷଣ କେନ୍ଦ୍ର : ମିଳିବ ଡାଲି, ଅଟା, ତେଲ ଓ ଚାଉଳ..

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.