ନଭେମ୍ବର ୨୫ରେ ବସିବ ସର୍ବଦଳୀୟ ବୈଠକ, ଗୃହ ସୁପରିଚାଳନା ନେଇ ହେବ ଆଲୋଚନା

Published By : Prameya-News7 Bureau | November 19, 2024 IST

ଭୁବନେଶ୍ବର ୧୯।୧୧: ନଭେମ୍ବର ୨୫ ତାରିଖରେ ବସିବ ସର୍ବଦଳୀୟ ବୈଠକ । ଶୀତକାଳିନ ଅଧିବେଶନ ନେଇ ବୈଠକରେ ଆଲୋଚନା ହେବ । ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । 

ବୈଠକ ନେଇ ସଂସଦୀୟ ବ୍ୟାପର ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ କହିଛନ୍ତି, ନଭେମ୍ବର ୨୫ରେ ବସିବ ସର୍ବଦଳୀୟ ବୈଠକ । ୨୬ ତାରିଖରୁ ଆରମ୍ଭ ହେବ ବିଧାନସଭାର ଶୀତକାଳିନ ଅଧିବେଶନ । ସେଥିପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ମନ୍ତ୍ରୀ କହିଛନ୍ତି । ଏହି ଅଧିବେଶନରେ ରାଜ୍ୟ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଏବଂ ବିଲ୍ ପାରିତ ହେବ । ଅନ୍ତରୀଣ ବଜେଟ୍ ମଧ୍ୟ ଉପସ୍ଥାପନ ହେବ । ସର୍ବଦଳୀୟ ବୈଠକରେ ଗୃହ ସୁପରିଚାଳନା ନେଇ ମଧ୍ୟ ଆଲୋଚନା ହେବ । ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇଲେ ମଧ୍ୟ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

You Can Read:

ଅସ୍ତ୍ରୋପଚାର ପାଇଁ ପ୍ରସୂତିଙ୍କ ଠାରୁ ଟଙ୍କା ନେଇ ବନ୍ଧାହେଲେ ଡାକ୍ତର, ଡାକ୍ତରୀ ପତ୍ନୀଙ୍କ କ୍ବାର୍ଟରରେ ମଧ୍ୟ ଛାନଭିନ୍

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.