କଳାହାଣ୍ଡି ୧୯।୧୧: ବନ୍ଧାହେଲେ ଲାଞ୍ଚୁଆ ଡାକ୍ତର । ଗର୍ଭବତୀ ମହିଳାଙ୍କ ଠାରୁ ଅସ୍ତ୍ରୋପଚାର ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ । ମଙ୍ଗଳବାର କୋର୍ଟ ଚାଲାଣ କରାଯିବା ନେଇ ସୂଚନା ରହିଛି ।
ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ମାଡିଙ୍ଗପଦର ଗାଁର ଲକ୍ଷ୍ମୀପ୍ରିୟା ମାଝିଙ୍କ ପ୍ରସବକାଳୀନ ଅସ୍ତ୍ରୋପଚାର ପାଇଁ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡାକ୍ତର ଅଶୋକ ଦାସ ୬ ହଜାର ଟଙ୍କା ମାଗିଥିଲେ l ଫଳରେ ଲକ୍ଷ୍ମୀପ୍ରିୟାଙ୍କର ସ୍ୱାମୀ ଭିଜିଲାନ୍ସ ବିଭାଗର ଦ୍ଵାରସ୍ଥ ହୋଇଥିଲେ l
ତେବେ ଅଭିଯୋଗ ପାଇଲା ପରେ ଭିଜିଲାନ୍ସ ଟିମ୍ ଯୋଜନା ପ୍ରସ୍ତୁତ କରିଥିଲା । ପୂର୍ବ ଯୋଜନା ମୁତାବକ ଡାକ୍ତର ଜଣଙ୍କ ୬ ହଜାର ଟଙ୍କା ନେବା ବେଳେ ମାଡ଼ିବସିଥିଲା ଭିଜିଲାନ୍ସ ଟିମ୍ l ଡାକ୍ତରଙ୍କ ସରକାରୀ କ୍ୱାର୍ଟର, ଚ୍ୟାମ୍ବର ଏବଂ ତାଙ୍କ ପୈତୃକ ଘର ନୟାଗଡ଼ରେ ଏକକାଳୀନ ଚଢ଼ାଉ ଜାରି ରହିଥିଲା ଭିଜିଲାନ୍ସ । ଏହାସହ ତାଙ୍କ ପତ୍ନୀ ଜଣେ ଡାକ୍ତର । ତାଙ୍କ କ୍ବାର୍ଟରରେ ମଧ୍ୟ ଛାନଭିନ୍ ଚାଲିଛି । ଲାଞ୍ଚୁଆ ଡାକ୍ତରଙ୍କୁ ମଧ୍ୟ ଗିରଫ କରିଛି ଭିଜିଲାନ୍ସ ବିଭାଗ । ମଙ୍ଗଳବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ଏସ୍ପି ପି. ଦ୍ବିବେଦୀ କହିଛନ୍ତି l
You Can Read:
ପୁଣି ପୁରୀ ସମୁଦ୍ରରେ ଅଘଟଣ, ଗାଧୋଇବାବେଳେ ଭାସିଗଲେ ଯୁବକ