ପୁରୀ ୩୦।୦୧ : ପୁଣି ମାତିଲେ ଚୋର । ପୁରୀର ଏକ ମନ୍ଦିର ଭିତରୁ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟିନେଲେ ଲୁଟେରା । ପୁରୀ ସଦର ଶାସନ ଦାମୋଦରପୁର ଅଞ୍ଚଳରେ ଥିବା ଏକ ମନ୍ଦିରରେ ଘଟିଛି ଏହି ଘଟଣା । ଲୁଟ୍ ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ଖବର ଅନୁଯାୟୀ, ପୁରୀ ସଦର ଶାସନ ଦାମୋଦରପୁର ଶିରିଡ଼ି ସାଇ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୁତ୍ତ ମାନେ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟିବା ସହ ସିସିଟିଭି କ୍ୟାମେରା ଭାଙ୍ଗି ଦେଇଛନ୍ତି। ମନ୍ଦିର ଗ୍ରୀଲ୍ ତାଲା ଭାଙ୍ଗି ଏଭଳି କାଣ୍ଡ ଭିଆଇଛନ୍ତି । ସେପଟେ ଲୁଟ୍ ସଂପର୍କରେ ଖବର ପାଇ ସଦର ଥାନା ପୋଲିସ ସହ ସାଇଣ୍ଟିଫିକ୍ ଟିମ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ ।
ସେହିପରି କିଛି ଦିନ ତଳେ ପୁରୀ ଶିରୁଳି ମହାବୀର ମନ୍ଦିରରୁ ଲୁଟ୍ ହୋଇଥିଲା । ମନ୍ଦିର ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ ଦୁର୍ବୁତ୍ତ। ଏହି ଲୁଟ୍ ଘଟଣାକୁ ନେଇ ମନ୍ଦିର ସେବାୟତମାନେ ଚନ୍ଦନପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ହେଲେ ଏବେ ଯାଏଁ ପୋଲିସ କାହାକୁ ଗିରଫ କରିନାହିଁ ।