ଅବକାରୀ ବିଭାଗର ଚଢାଉ, ୬୫୦ ଲିଟର ଦେଶୀ ମଦ ଜବତ

Published By : Prameya-News7 Bureau | January 28, 2025 IST

ଭଦ୍ରକ ୨୮।୦୧ : ଆକ୍ସନରେ ଅବକାରୀ ବିଭାଗ । ବିଭିନ୍ନ ସ୍ଥାନରେ ଚଢାଉ କରି ୬୫୦ ଲିଟର ଦେଶୀ ମଦ ସହିତ ଗୋଟିଏ ଅଟୋ ଜବତ ହୋଇଛି । ମଦ କାରବାରରେ ସଂପୃକ୍ତି ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି । ଏହାସହିତ ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ଛାନ୍‌ଭିନ୍‌ ଜାରି ରହିଛି । 

ଖବର ଅନୁଯାୟୀ, ଭଦ୍ରକ ଅବକାରୀ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇ ଭଦ୍ରକ ଟାଉନ୍‌ ଗବସାହି ଏବଂ ଭଦ୍ରକ ଗ୍ରାମାଞ୍ଚଳ ଥାନା ଜଳଙ୍ଗା ଠାରେ ଚଢାଉ ହୋଇଥିଲା । ଏହି ଚଢାଉରେ ଅବକାରୀ ବିଭାଗକୁ ୬୫୦ ଲିଟର ଦେଶୀ ମଦ ସହିତ ଗୋଟିଏ ଅଟୋ ଜବତ ହୋଇଛି।ଏହାସହିତ ଚୋରା ମଦ କାରବାରରେ ସଂପୃକ୍ତି ଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।  ତେବେ ଜବତ ମଦ ଓ ଅଟୋର ଆନୁମାନିକ ମୂଲ୍ୟ ୩ ଲକ୍ଷରୁ ଅଧିକ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଏହି ଚଢାଉରେ ଏସ୍‌ଆଇ କ୍ଷୀରୋଦ ପାତ୍ର, କନେଷ୍ଟବଳ ଅଜିତ କୁମାର ସିଂ, ରୁଦ୍ରନାରାୟଣ ଦାସ, ପରେଶ ଟୁଡୁ, ଜେମାମଣୀ ଜାମୁଡ଼ା ଆଦି ସାମିଲ ଥିଲେ । ଭଦ୍ରକ ଅବକାରୀ ଥାନା ପକ୍ଷରୁ ଦୁଇଟି ଭିନ୍ନ ଭିନ୍ନ ମାମଲା ରୁଜୁ କରାଯାଇଛି ।

ଇସ୍ରୋର ୧୦୦ତମ ମିଶନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ; ଲଞ୍ଚ୍ ପ୍ୟାଡରେ NVS-2 ପ୍ରସ୍ତୁତ 

 

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.