ପୁଣି ପୁରୀ ସମୁଦ୍ରରେ ଅଘଟଣ, ଗାଧୋଇବାବେଳେ ଭାସିଗଲେ ଯୁବକ

Published By : Prameya-News7 Bureau | November 19, 2024 IST

ପୁରୀ ୧୯/୧୧: ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ । ମନ ହେଲା ସମୁଦ୍ରରେ ଟିକେ ଗାଧୋଇ ଆସିବାକୁ । ହେଲେ ସେହି ସମୁଦ୍ର ଗାଧୁଆ ଯୁବକଙ୍କ ପାଇଁ କାଳ ହୋଇଛି । ସମୁଦ୍ରରେ ଗାଧୋଉ ଥିବାବେଳେ ବୁଡିଯାଇ ନିଖୋଜ ହୋଇଯାଇଛନ୍ତି ଯୁବକ । ନିଖୋଜ ଯୁବକ ଯାଜପୁର ବିଞ୍ଝାରପୁର ବ୍ଲକ ଉତ୍ତମପୁର ଗାଁର ପ୍ରିୟାଂଶୁ ବେହେରା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଲାଇଫ ଗାର୍ଡ ଉଦ୍ଧାର କାମ ଜାରି ରଖିଛନ୍ତି । ଏବେ ସୁଦ୍ଧା ନିଖୋଜ ପ୍ରିୟାଂଶୁଙ୍କର କିଛି ପତ୍ତା ମିଳିନି । 

 

  • puri
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.