ଭୁବନେଶ୍ବର ୨୮/୧: ୨ ଦିନିଆ ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଶିଳ୍ପପତିଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନିବେଶକଙ୍କୁ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆହ୍ବାନ କରିବା ସହ ନିବେଶ ପାଇଁ ଏହା ଉପଯୁକ୍ତ ସମୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଖୁବ ଶୀଘ୍ର ଶିଳ୍ପକ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନର ଆଭାସ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଆଜି ଆମ ପାଇଁ ଗର୍ବ ଓ ଗୌରବର ଦିନ। ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଉତ୍କର୍ଷ ଓଡ଼ିଶାର ଶୁଭାରମ୍ଭ ହେଉଛି। ୭ ମାସ ମଧ୍ୟରେ ୫ ଥର ଓଡ଼ିଶା ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ହିଁ ଆପଣଙ୍କ ଓଡ଼ିଶା ପ୍ରତି ଭଲ ପାଇବା । ସବୁ ଗସ୍ତ ରେ ଆପଣ ଓଡ଼ିଶାକୁ କିଛି ନା କିଛି ଉପହାର ଆଣି ଆସିଥାନ୍ତି ଏବଂ ଆଜି ତ ଆମ ପାଇଁ ବିଶେଷ ମୁହୂର୍ତ୍ତ । ଆଜି ଯେଉଁ ଉପହାର ଆଣି ଆସିଛନ୍ତି ତାହା ଆମ ଓଡ଼ିଶାର ଦିଶା ବଦଳାଇ ଦେବ । ପୂର୍ବ ଦୋୟ ଢାଞ୍ଚା ର ଆଜି ଶୁଭାରମ୍ଭ ହେବାକୁ ଯାଉଛି । ସେଥିପାଇଁ ଆମେ ଆପଣଙ୍କ ନିକଟରେ କୃତଜ୍ଞ । ଆପଣଙ୍କ ଉପସ୍ଥିତି ପୁଞ୍ଜି ନିବେଶ କାରୀ ଙ୍କ ମନ ବଳ ବଢାଇବ । ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଦେଶର ଡ୍ରାଇଭିଂ ଇଞ୍ଜିନ ।
ସିଙ୍ଗାପୁର ରାଷ୍ଟ୍ରପତି ଓଡ଼ିଶା ଆସିବା ଏବଂ ୮ ଟି ଏମୟୁ ସ୍ବାକ୍ଷର କରିବା ଆମ ପାଇଁ ବହୁତ ବଡ଼ କଥା । ସମସ୍ତ ଶିଳ୍ପପତି ଙ୍କ ପାଇଁ ଓଡ଼ିଶାର ଦ୍ୱାର ସବୁବେଳେ ଖୋଲା ରହିଛି । ସମସ୍ତେ ଆସନ୍ତୁ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରନ୍ତୁ । ମାଲକାନଗିରି, ରାୟଗଡା, କେନ୍ଦୁଝର ଫୁଡ଼ ପ୍ରୋସେସିଂ ପାଇଁ ସମ୍ଭାବନା ରହିଛି । କେମିକାଲ, ଓ ପେଟ୍ରୋ କେମିକାଲ, ଫାର୍ମା , ସେମିକଣ୍ଡକ୍ଟର, ଆଇଟି ଭଳି ସେକ୍ଟର ଗୁରୁତ୍ବ ରହିଛି । ସ୍କିଲଡ଼ି ଇନ ଓଡ଼ିଶା ଭଳି ପଦକ୍ଷେପ ଆମେ ନେଇଛୁ । ମୁଁ ସମସ୍ତଙ୍କୁ ସ୍ବାଗତ କରୁଛି ସମସ୍ତେ ଆସନ୍ତୁ ଓଡ଼ିଶାରେ ପୁଞ୍ଜି ନିବେଶ କରନ୍ତୁ । ଏହା ପ୍ରକୃଷ୍ଟ ସମୟ। ଆପଣଙ୍କୁ ଓଡ଼ିଶା ସ୍ବାଗତ କରୁଛି ।