‘ମୁଫାସା: ଦ ଲାୟନ କିଙ୍ଗ୍‌’ର ଟ୍ରେଲର ରିଲିଜ, ଆର୍ଯ୍ୟନଙ୍କ ପରେ ଅବରାମ କଲେ ଡେବ୍ୟୁ

Published By : Prameya-News7 Bureau | November 21, 2024 IST

ମୁମ୍ଵାଇ ୨୧।୧୧; ହଲିଉଡ୍‌ର ଲୋକପ୍ରିୟ ଆନିମେଟେଡ୍‌ ଫିଲ୍ମ  ‘ମୁଫାସା: ଦ ଲାୟନ କିଙ୍ଗ୍‌’ର ଟ୍ରେଲର ରିଲିଜ୍‌ ହୋଇଛି । ଫିଲ୍ମର ହିନ୍ଦୀ ସଂସ୍କରଣରେ ଶାହରୁଖ ଖାନ୍‌ ଏବଂ ତାଙ୍କ ଦୁଇ ପୁଅ ଆର୍ୟନ ଓ ଅବରାମ ସ୍ୱର ଦେଇଛନ୍ତି । ସିମ୍ବାର ସ୍ୱର ଦେଇଛନ୍ତି ଆର୍ୟନ । ଶାବକ ମୁଫାସାର ସ୍ୱର ଦେଇଛନ୍ତି ଅବରାମ । ଆସନ୍ତା ଡିସେମ୍ବର  ୨୦ ତାରିଖରେ ଇଂରାଜୀ, ହିନ୍ଦୀ, ତାମିଲ ଓ  ତେଲୁଗୁ ଭାଷାରେ ଫିଲ୍ମଟି ମୁକ୍ତିଲାଭ କରିବ । ତେଲୁଗୁରେ ମହେଶ ବାବୁ ମୁଫାସାର ସ୍ୱର ହେବେ । 

ନିକଟରେ ଘୋଷଣା ହୋଇଛି, ତାମିଲ  ଅଭିନେତା ଅର୍ଜୁନ ଦାସ ତାମିଲରେ ମୁଫାସାର  ସ୍ୱର ହେବେ । ଅନ୍ୟ ଷ୍ଟାର୍‌ମାନେ ମଧ୍ୟ ଫିଲ୍ମରେ ଡବିଂ  କରିଛନ୍ତି । ଫିଲ୍ମରେ ରଫିକୀକୁ ପ୍ରାଇଡ୍‌ ଲ୍ୟାଣ୍ଡ୍‌ସର  ରାଜାଙ୍କ କାହାଣୀ ବର୍ଣ୍ଣନା ପାଇଁ ଯୋଡ଼ାଯାଇଛି । ଏଥିରେ  ଏକ ଅନାଥ ଶାବକ ମୁଫାସା ଓ ଏକ ଦୟାଳୁ ସିଂହ ଟାକାର  କାହାଣୀ ରହିଛି । କିଛି ଖାସ୍‌ ସାଙ୍ଗଙ୍କ ସହ ଯାତ୍ରାରେ ଉଭୟ ନୂଆ  ନୂଆ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.