ମେଷ - ରାଶି କୁ ନବମ ଚନ୍ଦ୍ର ,ଶରୀର କଷ୍ଟ ହେବ । ଚିନ୍ତା କରିଥିବା ବିଷୟରେ ପରିବର୍ତ୍ତନ ଆଣି ପାରନ୍ତି । ଅହଙ୍କାରର ବଶବର୍ତ୍ତୀ ହୋଇ କିଛି ଭୁଲ ନିଷ୍ପତି ନେବେ । ମନରେ ବିଷାଦ ଭାବ ସହିତ କିଛି ବିପଦ ର ସୂଚନା ମିଳିପାରେ । ଛାତ୍ର ଛାତ୍ରୀ ମାନେ ନୂତନ ଚିନ୍ତାଧାରା ର ବଶବର୍ତ୍ତୀ ହେବେ ।
ବୃଷ - ରାଶିକୁ ଅଷ୍ଟମ ଚନ୍ଦ୍ର ହୋଇଥିବାରୁ ଦେହ ପୀଡ଼ା ରହିବ । ଆୟ ଠାରୁ ବ୍ୟୟ ବୃଦ୍ଧି ହେବ । ବ୍ୟବସାୟ ରେ ମଧ୍ୟମ ଫଳ ପ୍ରାପ୍ତି ହେବ । ପତିପତ୍ନୀ ଙ୍କ ପାଇଁ ଦିନଟି ଏତେ ଖାସ ହେବ ନାହିଁ । କୌଣସି କାର୍ଯ୍ୟ କୁ ନେଇ ମନସ୍ତାପ କରି ପାରନ୍ତି ।ଛାତ୍ର ଛାତ୍ରୀ ମାନେ ଭବିଷ୍ୟତ ଚିନ୍ତା ରେ ରହିବେ ।
ମିଥୁନ- ସବୁ କର୍ମ ରେ ଆପଣ ସଂପୂର୍ଣ୍ଣ ଯୋଗ ଦାନ ଦେବେ । ଅଟକିଥିବା କାର୍ଯ୍ୟର ଅନ୍ତ ଘଟିବ । ଛାତ୍ର ଛାତ୍ରୀଙ୍କ ପାଇଁ ଉତ୍ତମ ଫଳ ପ୍ରାପ୍ତ ହେବ । ଉଚ୍ଚ ପଦବୀ ମିଳିବାର ଯୋଗ ଅଛି । ଦମ୍ପତି ମାନେ ଖୁସି ରେ ଦିନଟି କାଟିବେ। ବିବିଧ ସୁଖ ପ୍ରାପ୍ତି ର ଯୋଗ ରହିଛି ।
କର୍କଟ - ଚାକିରିରେ ସଫଳତା ମିଳିବ । ଦିନଟିରେ ଉନ୍ନତି ଆଶାନୁରୂପ ହେବ । ବିଦେଶ ଯାତ୍ରା ଆପଣଙ୍କ ଲାଭଦାୟକ ସାବ୍ୟସ୍ତ ହେବ । କିଛି ଲୁଚି ରହିଥିବା ମିଥ୍ୟା ଆସନ୍ତାକାଲି ସର୍ବ ସମ୍ମୁଖକୁ ଆସି ପାରେ । ସୁଖ ସୌଭାଗ୍ୟ ଲାଭ ସହିତ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ନୂତନ ଦ୍ରବ୍ୟ ଲାଭ ଯୋଗ ରହିଛି ।
ସିଂହ - ନକ୍ଷତ୍ର ଓ ତିଥି ଘାତ ରହିଥିବାରୁ ଦିନଟିରେ ଆପଣ ଚିନ୍ତାରେ ପଡ଼ିବେ । ସନ୍ତାନଙ୍କ ସହ ବିବାଦ ହୋଇପାରେ । ଜୀବନ ସାଥିଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଅବନ୍ନତି ଦେଖା ଦେବ । ଆର୍ଥିକ ଚିନ୍ତା ରହିବ , ଧନ ହlନି ଯୋଗ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ । ବିଦ୍ୟାର୍ଥୀ ମାନେ ଅମନ ଯୋଗୀ ହେବେ ।
କନ୍ୟା- ରାଶିକୁ ଚତୁର୍ଥ ଚନ୍ଦ୍ର କାଲା ହେତୁ ଦିନଟି ବାଦ ବିବାଦ ଦେଇ ଗତି କରିବ । କର୍ମ କ୍ଷେତ୍ରରେ ମାନ ହାନି ହେବାର ଯଥେଷ୍ଟ ସମ୍ଭାବନା ରହିଛି ।ସନ୍ତାନଙ୍କ ସ୍ଵାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତାରେ ରହିବେ । ପୈତୃକ ସମ୍ପତି କୁ ନେଇ ବିବାଦ ଲାଗି ପାରେ । ବନ୍ଧୁ ମିଳନର ଯୋଗ ରହିଛି ଓ ଅର୍ଥ ପ୍ରାପ୍ତି ହୋଇପାରେ ।
ତୁଳା - ତୁଳା ରାଶିକୁ ଆସନ୍ତାକାଲି ଘାତ ଚନ୍ଦ୍ର । ମନରେ ସାଧାରଣତଃ ଅଶାନ୍ତି ସୃଷ୍ଟି ହୋଇ ପାରେ ।କାର୍ଯ୍ୟ କ୍ଷେତ୍ରରେ ଅପବାଦ ଭୟ ସୃଷ୍ଟି ହେବ । ଅଟକି ଥିବା କାର୍ଯ୍ୟ ଆଜି ସଂପୂର୍ଣ୍ଣ ହେବ । ଦାମ୍ପତ୍ୟ ଜୀବନ ସାମାନ୍ୟ ବିଗିଡ଼ିବ। ବିଦ୍ୟାର୍ଥୀ ମାନେ ପାଠରେ ମନଯୋଗ ଦେବେ । କଳହ ଠାରୁ ଦୂରେଇ ରୁହନ୍ତୁ ।
ବିଛା- ଦିନଟିରେ ଅର୍ଥ ବ୍ୟୟର ଯୋଗ ରହିଛି । ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ ହୋଇ ପାରେ ।କାର୍ଯ୍ୟ ସଂପୂର୍ଣ୍ଣ କରିବାରେ ସାମାନ୍ୟ ବିଳମ୍ବ ହେବ । ଛାତ୍ର ଛାତ୍ରୀ ମାନେ ପରୀକ୍ଷା ରେ ସଫଳତା ପ୍ରାପ୍ତ କରିବେ । ବ୍ୟବସାୟରେ ସାମାନ୍ୟ ଅର୍ଥାଭାବ ଦେଖା ଦେବ । ମନରେ ବ୍ୟାକୁଳତା ଦେଖା ଦେବ ।
ଧନୁ - ରାଶିକୁ ରବିବାର ଶ୍ରୀ ଚନ୍ଦ୍ର ଯୋଗ ରହିଛି । ଦିନଟି ଉତ୍ତମ ଫଳ ଦେବ । ବ୍ୟବସାୟରେ ଆଶାନୁରୂପ ଫଳ ପ୍ରାପ୍ତ ହେବ। ଚାକିରି କ୍ଷେତ୍ରରେ ନିରବତା ରକ୍ଷା କରିବା ନିହାତି ଆବଶ୍ୟକ । ଦମ୍ପତ୍ତି ମାନଙ୍କର ଦୂର ଯାତ୍ରାର ଯୋଗ ରହିଛି । ବିଦ୍ୟାର୍ଥୀ ମାନେ ପାଠକୁ ଅଧିକ ଗୁରୁତ୍ଵ ଦେବେ ।
ମକର - ଆୟ ଠାରୁ ବ୍ୟୟ ଅଧିକ ରହିବ । ବନ୍ଧନ ଭୟ ରହିଥିବାରୁ ଦୂର ଯାତ୍ରା ନିଷେଧ । ବିଦ୍ୟାର୍ଥୀ ମାନେ ବହୁପରିଶ୍ରମ ରେ ଅଳ୍ପ ବିଶ୍ୟଲଭ କରିବେ ।ଚାକିରି ରେ ବିଳମ୍ବ ଯୋଗ । ଦାମ୍ପତ୍ୟ ଜୀବନରେ ସାମାନ୍ୟ ମନୋମାଳିନ୍ୟ ଦେଖା ଦେବ । ବନ୍ଧୁଙ୍କ ପାଇଁ ଅଯଥା ଖର୍ଚ୍ଚାନ୍ତ ହେବେ ।
କୁମ୍ଭ - ଘାତ ବାର ଓ ଘାତ ଚନ୍ଦ୍ର ରହିଥିବାରୁ ସତର୍କ ହୋଇ ଚଳିବେ । ମିଳୁନଥିବା ଥିବା ଧନକୁ ପାଇ ଖୁସି ହେବେ । କାର୍ଯ୍ୟ କ୍ଷେତ୍ର ରେ ପ୍ରଶଂସା ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବ୍ୟବସାୟ ରେ ଜଗିରଖି କାର୍ଯ୍ୟ କଲେ ଆୟ ଉତ୍ତମ ହେବ । ବିଦ୍ୟାର୍ଥୀ ଙ୍କ ପରିଶ୍ରମ ସଫଳତା ଦେବ । ନୂତନ ସୁଯୋଗ ପ୍ରାପ୍ତି ହେବ ।
ମୀନ- ଦଶମ ଚନ୍ଦ୍ର ହେତୁ ଦିନଟି ବହୁତ୍ ଖୁସି ଖବର ଦେବ ।ଆର୍ଥିକ ସ୍ଥିତି ରେ ସୁଧାର ଆସିବ । ଶତ୍ରୁ ଙ୍କ ପରାଜୟ ହେବ । କର୍ମକ୍ଷେତ୍ର ରେ ନୂତନ ପଦ ପଦବୀ ରେ ଯୋଗଦାନ କରିବେ । ବ୍ୟବସାୟ ଖୁବ୍ ଭଲ ହେବ । ଆଶା କରିଥିବା ଜିନିଷ ସହଜ ରେ ପ୍ରାପ୍ତି ହେବ। ବିଦ୍ୟାର୍ଥୀ ଙ୍କ ପାଇଁ ଦିନ ଟି ଖୁବ୍ ଉତ୍ତମ ରହିଛି ।
ଜ୍ୟୋତିର୍ବିଦ ସିଦ୍ଧାର୍ଥ ଶେଖର ନାୟକ,ଯାଜପୁର
ଯୋଗାଯୋଗ -8249826682