ଦିନିକିଆ ବିଶ୍ଵକପ୍‌ରେ ୟୁଜବେନ୍ଦ୍ର ଚହଲଙ୍କ ଜାଗାରେ କୁଲଦୀପ ଯାଦବ ପ୍ରଥମ ପସନ୍ଦ, କାରଣ କହିଲେ ସଞ୍ଜୟ ମଞ୍ଜରେକର

Published By : Prameya-News7 Bureau | July 01, 2023 IST

ନୂଆଦିଲ୍ଲୀ: ଦିନିକିଆ କ୍ରିକେଟ୍‌ରେ ୟୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ କୁଲଦୀପ ଯାଦବଙ୍କୁ ଦେଖିବାକୁ ଅଧିକ ପସନ୍ଦ କରିବେ। ଏହା କହିଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟର ସଞ୍ଜୟ ମଞ୍ଜରେକର। ସେ ଏକ ଶୋ ସମୟରେ ଆଗାମୀ ବିଶ୍ଵକପ୍‌ରେ ଭାରତର କମ୍ବିନେସନକୁ ନେଇ ନିଜର ରାୟ ଦେଇଛନ୍ତି। ତାଙ୍କୁ ପ୍ରଶ୍ନ ହୋଇଥିଲା ଯେ, ଚହଲ ଏବଂ କୁଲଦୀପ କଣ ଏକ ସଙ୍ଗେ ଦଳରେ ଖେଳି ପାରିବେ। ଏହା ଉପରେ ମଞ୍ଜରେକର କହିଛନ୍ତି, ଦୁଇ ଖେଳାଳି ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବାର ସମ୍ଭାବନା ବହୁତ କମ।

Kuldeep Yadav Biography | Career, Stats, IPL, Facts, Social Media

ଇଏପିଏନକ୍ରିକଇମ୍ଫୋ ସହ ଆଲୋଚନା ବେଳେ ସଞ୍ଜୟ ମଞ୍ଜରେକର କହିଛନ୍ତି, ଏହା ବିରୋଧୀ ଦଳର ଚୂଡାନ୍ତ ଏକାଦଶ ଏବଂ ରଣନୀତି ଉପରେ ନିର୍ଭର କରେ ଯେ, କୁଲଦୀପ ଏବଂ ଚହଲଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯିବ କି ନାହିଁ। ମଞ୍ଜରେକର କହିଛନ୍ତି, କୁଲଦୀପଙ୍କ ନିକଟରେ ସଂପ୍ରତି ଓ୍ଵିକେଟ୍ ନେବାର କ୍ଷମତା ଅଧିକ ରହିଛି। ଯେତେବେଳେ ବ୍ୟାଟର ବଡ ସଟ୍ ଖେଳୁ ନାହିଁ ସେହି ସମୟରେ କୁଲଦୀପ ବେଶ ଉପଯୋଗୀ ସାବ୍ୟସ୍ତ  ହୋଇ ପାରିବେ।

Watch: Sanjay Manjrekar opens up about commentary, criticism and more in  chat with R Ashwin

ସେ କହିଛନ୍ତି ୟୁଜବେନ୍ଦ୍ର ଚହଲ ଦଳରେ ରହିଥାନ୍ତି। ମାତ୍ର ଯେବେ ୫୦ ଓଭରର କ୍ରିକେଟ୍‌ରେ ସ୍ପିନରଙ୍କ କଥା ଉଠେ ତେବେ ମୁଁ ଚୂଡାନ୍ତ ଏକାଦଶରେ କୁଲଦୀପ ଯାଦବଙ୍କୁ ରଖିବାକୁ ପସନ୍ଦ କରିବି। ଆପଣଙ୍କୁ ଏମିତି ଏକ ସ୍ପିନର ଦରକାର, ଯିଏ ସେହି ବ୍ୟାଟରଙ୍କ ଓ୍ଵିକେଟ୍ ନେଇ ପାରିବ ଯିଏ ବଡ଼ ସଟ୍ ନ ଖେଳି ରକ୍ଷାତ୍ମକ ଶୈଳୀରେ ଖେଳୁଛି।   

Picked again, Kuldeep triggers SL collapse | Cricket - Hindustan Times

ମଞ୍ଜରେକର କହିଛନ୍ତି, ଟି-୨୦ କ୍ରିକେଟ୍‌ରେ  ଓ୍ଵିକେଟ୍ ନେବା ଉପରେ ଅଧିକ ଫୋକସ କରାଯାଏ ନାହିଁ। କାରଣ ବ୍ୟାଟର ବଡ ସଟ୍ ଖେଳିଥାନ୍ତି ଏବଂ ଓ୍ଵିକେଟ୍ ନେବାର ସୁଯୋଗ ଅଧିକ ଥାଏ। କିନ୍ତୁ ୫୦ ଓଭର କ୍ରିକେଟ୍‌ରେ ବ୍ୟାଟର ବଡ ସଟ୍ ପରିବର୍ତ୍ତେ ସିଙ୍ଗଲ ରନ ନେଇଥାନ୍ତି। ଏମିତି ସ୍ଥିତିରେ ଓ୍ଵିକେଟ୍ ନେବାରେ ଅଧିକ ସକ୍ଷମ ଥିବା ବୋଲର  ହେଉଛନ୍ତି କୁଲଦୀପ ଯାଦବ। ଏଥିପାଇଁ ସେ ଚୂଡାନ୍ତ ଏକାଦଶରେ ରିଷ୍ଟ ସ୍ପିନର ହିସାବରେ ମୋର ପ୍ରଥମ ପସନ୍ଦ ବୋଲି ମଞ୍ଜରେକର କହିଛନ୍ତି।

wp:heading {"level":4}

ଏ ଖବର ପଢନ୍ତୁ- କୁଲଦୀପଙ୍କ ନୂଆ ଅବତାର : ସଚିନ ତେନ୍ଦୁଲକରଙ୍କ ଏହି ରେକର୍ଡ ସହ ସମାନ ହେଲେ ଚାଇନାମ୍ୟାନ୍

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.