ଭୁବନେଶ୍ୱର ୨୨/୦୧: ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ୨୮ରେ ଉତ୍କର୍ଷ ଓଡ଼ିଶା ସମ୍ମିଳନୀର କରିବେ ଉଦଘାଟନ । ମାତ୍ର ୨ ଘଣ୍ଟା ରହିବା ପରେ ଉତ୍ତରାଖଣ୍ଡ ଗସ୍ତରେ ଯିବେ ନରେନ୍ଦ୍ର ମୋଦୀ।
ସୂଚନା ଥାଉକି, ଆସନ୍ତା ୨୮ ତାରିଖରେ ଓଡ଼ିଶା ଆସିବେ ମୋଦୀ । ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୮ ତାରିଖ ସକାଳ ସାଢେ ୮ଟାରେ ମୋଦୀ ଦିଲ୍ଲୀରୁ ଭୁବନେଶ୍ବର ବାହାରିବେ । ଦିନ ସାଢେ ୧୦ଟାରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ।
ସେଠାରୁ ସିଧାସଳଖ ଜନତା ମଇଦାନରେ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା ସମ୍ମିଳନୀକୁ ଯିବେ। ୧୦ଟା ୫୫ରେ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା ସମ୍ମିଳନୀ -୨୦୨୫ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । କାର୍ୟ୍ୟକ୍ରମ ସାରି ମଧ୍ୟାନ ୧୨ଟା ୩୫ରେ ଜନତା ମଇଦାନରୁ ଭୁବନେଶ୍ବର ବିମାନ ବନ୍ଦର ଯିବେ । ସେଠାରୁ ଉତ୍ତରାଖଣ୍ଡର ଡେରାଡୁନ ଗସ୍ତରେ ଯିବେ ମୋଦୀ ।