ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ସିଟ୍ ସଉଦା । ଶାସକ- ବିରୋଧୀ ନିଜ ନିଜର ମେଣ୍ଟକୁ ମଜବୁତ୍ କରିବାକୁ ଉଦ୍ୟମ ଚଳାଇଛନ୍ତି । କିଏ ଓ କେଉଁଠୁ କେତେ ଆସନରେ ଲଢ଼ିବ ଏବଂ ସହଯୋଗୀଙ୍କ ପାଇଁ କେତେ ସିଟ୍ ଛାଡ଼ିବ, ଏହାକୁ ନେଇ ଜୋରଦାର ଚର୍ଚ୍ଚା ଜାରି ରହିଛି । ବିହାରରେ ଏନଡିଏ ଆସନ ଭାଗବଣ୍ଟାରେ ଟଣାଓଟରା ଚାଲିଛି । ମାତ୍ର ଏଯାଏଁ ବୁଝାବଣା ହେଇପାରୁନାହିଁ । ତେବେ ଏହି ଗୋଳିଆ ପାଣିରୁ ଫାଇଦା ଉଠାଇବାକୁ ଚେଷ୍ଟା କରିଛି ଇଣ୍ଡିଆ ମେଣ୍ଟ । ରାଜନୀତିର ପଶା ପାଲିରେ ଫାଇଦାର ଗୋଟି ଚଳାଇଛି ଇଣ୍ଡିଆ ଗଠବନ୍ଧନ । ଲୋକ ଜନଶକ୍ତି ପାର୍ଟିକୁ ସିଟ୍ ଅଫର କରିଛି । ସୂଚନା ଅନୁଯାୟୀ, ଚିରାଗ ପାଶଓ୍ବାନଙ୍କୁ ଏନଡିଏ ଠାକୁ ଅଧିକ ଆସନ ଛାଡିବାରୁ ପ୍ରସ୍ତାବ ଦିଆଯାଇଛି । ବିହାରରେ ୮ଟି ଏବଂ ଉତ୍ତରପ୍ରଦେଶରେ 2ଟି ଲୋକସଭା ସିଟ୍ ଦେବାକୁ କୁହାଯାଇଛି ।
wp:embed {"url":"https://www.prameyanews7.com/indian-killed-in-war-against-ukraine/","type":"wp-embed","providerNameSlug":"prameya-news-7"} /wp:embedଇଣ୍ଡିଆ ଗଠବନ୍ଧନର ଏହି ପ୍ରସ୍ତାବ ଚିରାଗ ପାଶଓ୍ବାନଙ୍କ ଲୋକ ଜନଶକ୍ତି ପାର୍ଟିକୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବାକୁ ସହାୟକ ହେବ । ଏନଡିଏ ଦ୍ବାରା ବିହାରରେ ଚିରାଗଙ୍କୁ ମାତ୍ର ୬ଟି ଆସନ ଛାଡ଼ିବାକୁ କୁହାଯାଇଛି । ଏଥିରେ ସର୍ତ୍ତ ମଧ୍ୟ ରଖାଯାଇଛି, ଏହି ଆସନରେ ତାଙ୍କ ଚାଚା ପଶୁପତି ପରାଶଙ୍କ ସହିତ ବୁଝାବଣା କରିବାକୁ ପଡ଼ିବ । ମାତ୍ର ପଶୁପତି ପାରଶଙ୍କ ସହିତ ଚିରାଗଙ୍କ ଭଲ ସମ୍ପର୍କ ନାହିଁ ।
ସୂଚନା ଅନୁଯାୟୀ, ଲୋକ ଜନଶକ୍ତି ପାର୍ଟିଙ୍କୁ ଇଣ୍ଡିଆ ମେଣ୍ଟ ସମସ୍ତ ସିଟ୍ରେ ନିର୍ବାଚନ ଲଢ଼ିବାକୁ ଅଫର କରିଛି, ଯେଉଁ ଆସନରେ ଦଳ ୨୦୧୯ ନିର୍ବାଚନ ଲଢ଼ିଥିଲା । ବିହାରରେ ମୋଟ୍ ୮ ସିଟ୍ ଏବଂ ୟୁପିରେ ୨ଟି ଲୋକସଭା ଆସନ ଛାଡ଼ିବାକୁ ପ୍ରସ୍ତାବ ଦେଇଛି ଇଣ୍ଡିଆ ମେଣ୍ଟ ।