କୁଶାଲ ଟଣ୍ଡନ ଶିବାଙ୍ଗୀ ଜୋଶୀଙ୍କ ସମ୍ପର୍କରେ ଫାଟ, ଇନଷ୍ଟାରେ ଫଲୋଅର୍ସଙ୍କ ସମାଲୋଚନା

Published By : Prameya-News7 Bureau | June 16, 2025 IST

ମୁମ୍ୱାଇ ୧୬/୦୬: ଅଭିନେତ୍ରୀ ଶିବାଙ୍ଗୀ ଜୋଶୀଙ୍କ ସହ ବ୍ରେକ୍‌ଅପ୍‌ ହୋଇଥିବା ନେଇ ସ୍ପଷ୍ଟ  କରିଛନ୍ତି ଅଭିନେତା ତଥା ମଡେଲ କୁଶାଲ ଟଣ୍ଡନ । ଦୀର୍ଘଦିନ ହେଲା  ଏହି ଯୋଡ଼ିଙ୍କ ଫଟୋ ଏବଂ ଉଭୟଙ୍କ ସମ୍ପର୍କ ବେଶ୍‌ ଚର୍ଚ୍ଚାରେ  ଥିଲା । କିଛିଦିନ ତଳେ ଉଭୟେ ଅଲଗା ହୋଇଥିବା  ନେଇ ଗୁଜବ ମଧ୍ୟ ଉଠିଥିଲା । ହେଲେ ଏବେ କୁନାଲ ସେହି ଗୁଜବ ଉପରେ ଷ୍ଟାମ୍ପ୍‌ ମାରିଛନ୍ତି । 

୫ ମାସ  ପୂର୍ବରୁ ଦୁହିଁଙ୍କ ସମ୍ପର୍କରେ ବ୍ରେକ୍‌ ଲାଗିଥିବା କୁନାଲ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ବେହଦ୍‌, ବରସାତେଁ, ବିଗ୍‌ ବସ୍‌ ଏବଂ ଖତ୍‌ରୋଁ କେ ଖିଲାଡି  ଭଳି ଶୋ’ କରିଥିବା କୁନାଲ କିନ୍ତୁ ଏହି ପୋଷ୍ଟକୁ ଡିଲିଟ୍‌ କରିଦେଇଛନ୍ତି । ରବିବାର ନିଜ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ କୁଶାଲ ଲେଖିଥିଲେ, ତାଙ୍କର ଏବଂ  ଶିବାଙ୍ଗୀ ଜୋଶୀଙ୍କ ମଧ୍ୟରେ ୫ ମାସ ପୂର୍ବରୁ ବ୍ରେକ୍‌ଅପ୍‌  ହୋଇସାରିଛି । ସେ ଏବେ ଶିବାଙ୍ଗୀ ସହ ନାହାନ୍ତି । 

ଅର୍ଥାତ  ଟିଭି ସିରିଏଲ ‘ବଡେ ଅଚ୍ଛେ ଲଗ୍‌ତେ ହେଁ ୪’ର ପ୍ରିମିୟର  ପୂର୍ବରୁ ହିଁ ଉଭୟେ ଅଲଗା ହୋଇଯାଇଥିଲେ । ତେବେ  କୁଶାଲ ଶିବାଙ୍ଗୀଙ୍କଠାରୁ ଅଲଗା ହେବାକୁ କୁଶାଲଙ୍କ ପ୍ରଶଂସକ  ପସନ୍ଦ କରୁନାହାନ୍ତି । ଏପରିକି ଅନେକ ସୋସିଆଲ ମିଡିଆ  ବ୍ୟବହାରକାରୀ ଏଥିପାଇଁ କୁଶାଲଙ୍କୁ ସମାଲୋଚନା କରିଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.