ମାଲକାନଗିରି ୨୮।୩: ମାଲକାନଗିରି-ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ ଠାବ କଲେ ସୁରକ୍ଷା ବାହିନୀ । ଗାଙ୍ଗାଲୁର ଥାନା ଅନ୍ତର୍ଗତ ଚେରପାଲ ପାଲନାର ରାସ୍ତାରୁ ପ୍ରାୟ ୪୫ କିଲୋଗ୍ରାମ ଓଜନର ଆଇଇଡି ଉଦ୍ଧାର କରିବା ପରେ ଏହାକୁ ନିଷ୍କ୍ରିୟ କରିଛନ୍ତି ସୁରକ୍ଷା କର୍ମୀ ।
ସୂଚନାଯୋଗ୍ୟ ଯେ, ସିଆରପିଏଫ୍ ୨୨୨ ବାଟାଲିୟନର ଜବାନ ମାନେ ଶୁକ୍ରବାର ସକାଳେ ପାଲନାର କ୍ୟାମ୍ପରୁ ଏରିଆ ଡମିନେସନ୍ କରିବା ଲାଗି ବାହାରିଥିଲେ । ହେଲେ ଚେରପାଲ ଠାରୁ ଦୁଇ କିଲୋମିଟର ଦୂର ପାଲନାର ରାସ୍ତାରେ ମାଓବାଦୀ ମାନେ ପୂର୍ବରୁ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ଲଗାଇଥିବା ଏକ ବଡ଼ ଲ୍ୟାଣ୍ଡମାଇନ ଠାବ କରିଥିଲେ । ପରେ ବୋମା ନିଷ୍କ୍ରିୟକାରୀ ଟିମ୍ ଏହାକୁ ଅତି ସତର୍କତାର ସହ ନିଷ୍କ୍ରିୟ କରିଛନ୍ତି ।
ବିଜାପୁର ଏସ୍ପିଙ୍କ ସୂଚନା ଅନୁଯାୟୀ, ସୁରକ୍ଷା କର୍ମୀଙ୍କ ଗାଡ଼ିକୁ ଟାର୍ଗେଟ୍ କରିବା ଲାଗି ମାଓବାଦୀ ମାନେ ଚେରପାଲ ପାଲାନାର ରାସ୍ତାରେ ଏହି ୪୫ କିଲୋଗ୍ରାମ ଆଇଇଡି ପୋତିଥିଲେ । ସତର୍କତା ଯୋଗୁଁ ବଡ ଧରଣର ଏକ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସୁରକ୍ଷା କର୍ମୀ ।
You Can Read:
କଲେଜରେ ପାଠପଢା ବନ୍ଦ ପ୍ରତିବାଦରେ ରାସ୍ତା ଅବରୋଧ, ପୋଲିସ ବୁଝାସୁଝା କରିବା ପରେ ହଟିଲା ରାସ୍ତାରୋକ