କଲେଜରେ ପାଠପଢା ବନ୍ଦ ପ୍ରତିବାଦରେ ରାସ୍ତା ଅବରୋଧ, ପୋଲିସ ବୁଝାସୁଝା କରିବା ପରେ ହଟିଲା ରାସ୍ତାରୋକ

Published By : Prameya-News7 Bureau | March 28, 2025 IST

ଭଦ୍ରକ : କଲେଜରେ ପାଠପଢା ବନ୍ଦ ପ୍ରତିବାଦରେ ରାସ୍ତାରୋକ । ଭଦ୍ରକ ଜିଲ୍ଲା ବରପଦା ଇଞ୍ଜିନିୟରିଂ କଲେଜ ଛାତ୍ରଛାତ୍ରୀ ମାନେ ରାସ୍ତାରୋକ କରିଥିଲେ । 

ସୂଚନାଯୋଗ୍ୟ ଯେ, ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ବରପଦା ଛକ ନିକଟରେ ରାସ୍ତା ଅବରୋଧ କରାଯାଇଥିଲା । କଲେଜରେ ପାଠପଢା ବନ୍ଦ ପ୍ରତିବାଦରେ ରାସ୍ତାରୋକ କରିଥିଲେ ଛାତ୍ରଛାତ୍ରୀ । ଦୀର୍ଘ ଦିନ ହେବ କଲେଜରେ ପାଠପଢା ହେଉନଥିବା ନେଇ ପୂର୍ବରୁ ମଧ୍ୟ କଲେଜ ଗେଟ୍‌ରେ ତାଲା ପକାଇଥିଲେ । ପରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ଛାତ୍ରଚାତ୍ରୀଙ୍କୁ ବୁଝାସୁଝା କରିଥିଲେ । ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଛି ।

You Can Read:

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ୨୦ହଜାର ଟଙ୍କା ନେବାବେଳେ ଧରାପଡିଲେ



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.