ଭୁବନେଶ୍ବର ୭।୫: ଆତଙ୍କବାଦୀଙ୍କ ବିରୋଧରେ ଭାରତର ‘ଅପରେସନ ସିନ୍ଦୂର’ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ଭାରତ ବର୍ଷ ପାଇଁ ଗର୍ବ ଓ ଗୌରବର ଦିନ । ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ପ୍ରତିଶୋଧ ନେଇ ଆତଙ୍କବାଦୀ ଆଡ୍ଡା ଉଡାଯାଇଛି । ଏହା ଦ୍ବାରା ଭାରତୀୟ ସେନାର ପାରଦର୍ଶିତା ବିଶ୍ୱରେ ଜଣାଯାଇଛି । ଜଣେ ଭାରତୀୟଙ୍କୁ ହାତ ଉଠାଇଲେ, ସାରା ଦେଶ ଜବାବ ଦେବ । ‘ଅପରେସନ ସିନ୍ଦୁର’ ଅର୍ଥ ଆତଙ୍କୀବାଦୀ ମାନେ ଯେଉଁ ଭାରତୀୟ ମହିଳାଙ୍କ ସିନ୍ଦୁର ଲିଭାଇଥିଲେ, ତାହାର ଜବାବ । ଏହା ସାମଗ୍ରିକ ଭାବେ ନାରୀ ଶକ୍ତି ଓ କ୍ୟାଲିବରେଟେଡ୍ ମିଲିଟାରୀ ଅପରେସନ । ଯେଉଁଥିରେ କୌଣସି ନାଗରିକ ମରିନାହାନ୍ତି । ଯାହା ଅନ୍ୟ କୌଣସି ଦେଶ କରିନି । ମିଲିଟାରୀ ଦକ୍ଷତାର ପରିଚୟ ଆସିଛି । ବିଶ୍ୱ ଚକିତ ଓ ଆନନ୍ଦିତ କାରଣ ଆତଙ୍କବାଦ ଉପରେ ପାଲଟା ଆକ୍ରମଣ କରିଛି ଭାରତ । ଭାରତର ପ୍ରତିପତି ବଢିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାର ପ୍ରତିଶୋଧ ନେଇଛି ଭାରତ । ଆତଙ୍କବାଦୀଙ୍କ ବିରୋଧରେ ଭାରତୀୟ ସେନା କରିଛି ‘ଅପରେସନ ସିନ୍ଦୂର’ । ଆତଙ୍କବାଦୀଙ୍କ ଆଡ୍ଡା ଉପରେ କରିଛି ମିଜାଇଲ୍ ମାଡ଼ । ପାକ୍ ଅଧିକୃତ କାଶ୍ମୀର (PoK)ର ୯ଟି ଆତଙ୍କୀ ଶିବିର ଉପରେ ଭାରତର ଏୟାର ଷ୍ଟ୍ରାଇକ୍ ।
You Can Read:
ଭାରତୀୟ ସେନା ବଦଲା ନେଇଛନ୍ତି, ସମସ୍ତେ ତାଙ୍କ ସହ ଛିଡ଼ା ହେବା ଆବଶ୍ୟକ : କେ.ଭି. ସିଂହଦେଓ