ଭୁବନେଶ୍ବର ୭।୫: ଆତଙ୍କବାଦୀଙ୍କ ବିରୋଧରେ ଭାରତର ‘ଅପରେସନ ସିନ୍ଦୂର’ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ସେମାନେ ଆରମ୍ଭ କରିଛନ୍ତି, ଆମେ ଶେଷ କରିବୁ । ସମଝଦାରୋ କୋ ଇସାରା କାଫି ହୈ । ଭାରତୀୟ ସେନା ବଦଲା ନେଇଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ସେମାନେ ପାତାଳରେ ଥିଲେ ବି ଖୋଜି ବାହାର କରିବୁ । ଆଜି ସେନା ସଫଳ ହୋଇଛନ୍ତି । ବିଶ୍ବର ଅନେକ ଦେଶ ଭାରତ ସହିତ ଛିଡ଼ା ହୋଇଛନ୍ତି । ଆତଙ୍କବାଦ ଘଟଣାକୁ ନେଇ ବିଭିନ୍ନ ଦେଶ ଉଦବେଗ ପ୍ରକାଶ ବି କରିଛନ୍ତି । କେନ୍ଦ୍ରର ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ । ସମସ୍ତେ ଭାରତୀୟ ସେନାଙ୍କ ସହ ଛିଡ଼ା ହେବା ଆବଶ୍ୟକ ବୋଲି କେ.ଭି. ସିଂହଦେଓ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାର ପ୍ରତିଶୋଧ ନେଇଛି ଭାରତ । ଆତଙ୍କବାଦୀଙ୍କ ବିରୋଧରେ ଭାରତୀୟ ସେନା କରିଛି ‘ଅପରେସନ ସିନ୍ଦୂର’ । ଆତଙ୍କବାଦୀଙ୍କ ଆଡ୍ଡା ଉପରେ କରିଛି ମିଜାଇଲ୍ ମାଡ଼ । ପାକ୍ ଅଧିକୃତ କାଶ୍ମୀର (PoK)ର ୯ଟି ଆତଙ୍କୀ ଶିବିର ଉପରେ ଭାରତର ଏୟାର ଷ୍ଟ୍ରାଇକ୍ ।
You Can Read:
ଆତଙ୍କବାଦୀଙ୍କ ବିରୋଧରେ ଭାରତର ‘ଅପରେସନ ସିନ୍ଦୂର’କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ