ଭୁବନେଶ୍ବର ୭।୫: ଭାରତୀୟ ସେନାର ସାହସକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ‘ଅପରେସନ ସିନ୍ଦୂର’ ନେଇ ‘ଏକ୍ସ’ ଜରିଆରେ କରିଛନ୍ତି ପ୍ରଶଂସା । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ‘ଆମ ସଂସ୍କୃତିରେ 'ସିନ୍ଦୂର'କେବଳ ପରମ୍ପରା ନୁହେଁ, ଏହା ତ୍ୟାଗ ଏବଂ ସଂକଳ୍ପର ପ୍ରତୀକ । ଏହି ଭାବନା ଆମ ସୈନିକମାନଙ୍କ ମନରେ ମଧ୍ୟ ରହିଛି । ଭାରତ ବର୍ତ୍ତମାନ କେବଳ ପ୍ରତିରକ୍ଷା କରୁନାହିଁ ବରଂ ସଂପୂର୍ଣ୍ଣ ଭାବରେ ଆତଙ୍କବାଦ ଉଚ୍ଛେଦ କରିବାକୁ ଆଗେଇ ଚାଲିଛି । ଆମେ ସେନାର ସାହସକୁ ନମନ କରୁଛୁ । ଆମେ ସେନା ସହିତ ଅଛୁ । ଆମେ ସେନାର ବିଜୟରେ ବିଶ୍ୱାସ କରୁଛୁ । ଜୟ ହିନ୍ଦ୍ । ଭାରତ ମାତା କୀ ଜୟ ।
ଆମ ସଂସ୍କୃତିରେ 'ସିନ୍ଦୂର'କେବଳ ପରମ୍ପରା ନୁହେଁ, ଏହା ତ୍ୟାଗ ଏବଂ ସଂକଳ୍ପର ପ୍ରତୀକ। ଏହି ଭାବନା ଆମ ସୈନିକମାନଙ୍କ ମନରେ ମଧ୍ୟ ରହିଛି।
— Mohan Charan Majhi (@MohanMOdisha) May 7, 2025
ଭାରତ ବର୍ତ୍ତମାନ କେବଳ ପ୍ରତିରକ୍ଷା କରୁନାହିଁ ବରଂ ସଂପୂର୍ଣ୍ଣ ଭାବରେ ଆତଙ୍କବାଦକୁ ଉଚ୍ଛେଦ କରିବାକୁ ଆଗେଇ ଚାଲିଛି।
ଆମେ ସେନାର ସାହସକୁ ନମନ କରୁଛୁ।
ଆମେ ସେନା ସହିତ ଅଛୁ।
ଆମେ ସେନାର ବିଜୟରେ…
ସୂଚନାଯୋଗ୍ୟ ଯେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାର ପ୍ରତିଶୋଧ ନେଇଛି ଭାରତ । ଆତଙ୍କବାଦୀଙ୍କ ବିରୋଧରେ ଭାରତୀୟ ସେନା କରିଛି ‘ଅପରେସନ ସିନ୍ଦୂର’ । ଆତଙ୍କବାଦୀଙ୍କ ଆଡ୍ଡା ଉପରେ କରିଛି ମିଜାଇଲ୍ ମାଡ଼ । ପାକ୍ ଅଧିକୃତ କାଶ୍ମୀର (PoK)ର ୯ଟି ଆତଙ୍କୀ ଶିବିର ଉପରେ ଭାରତର ଏୟାର ଷ୍ଟ୍ରାଇକ୍ ।
You Can Read:
ଭାରତ ମାତା କି ଜୟ ସ୍ଲୋଗାନରେ କମ୍ପିଲା ବିଟାଉନ୍, ସେନାର ସାହସକୁ ସଲାମ କଲା ବଲିଉଡ୍