ଭୁବନେଶ୍ୱର ୧୮।୧୧ : ଆଇନମନ୍ତ୍ରୀ ପୃଥ୍ୱରାଜ୍ ହରିଚନ୍ଦନଙ୍କ ବଡ଼ ବୟାନ। ଜାନୁଆରୀ ମାସ ସୁଦ୍ଧା ସରିବ ରତ୍ନଭଣ୍ଡାର ମରାମତି ଏବଂ ଗଣତି ମଣତି କାମ । ଏନେଇ ASI ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଯଥାଶୀଘ୍ର ଏହି କାମ ସାରିବାକୁ ଆମେ ଟାର୍ଗେଟ ରଖିଛୁ। ସେହିପରି ମେଘନାଦ ପାଚେରୀ କାମ ଚାଲିଛି। ଶୁଖିଲା ପରେ ମରାମତି କାର୍ଯ୍ୟ ଆହୁରି ଆଗକୁ ଆଗେଇବ। ଆସନ୍ତା ବୁଧବାର ଏନେଇ ଏକ ବୈଠକ ବସିବାକୁ ଯାଉଛି।