କଟକ ବାଲିଯାତ୍ରାରେ କରେଣ୍ଟ ଲାଗି ନାବାଳକଙ୍କ ମୃତ୍ୟୁ ଘଟଣା, କ୍ୟାଣ୍ଟନମେଣ୍ଟ ଥାନାରେ ପରିବାର ଲୋକଙ୍କ ଏତଲା

Published By : Prameya-News7 Bureau | November 18, 2024 IST

Breaking_1

କଟକ୧୮/୧୧: ବାଲିଯାତ୍ରା ବୁଲିବା ବେଳେ କରେଣ୍ଟ ଲାଗି ନାବାଳକଙ୍କ ମୃତ୍ୟୁ ଘଟଣା । କ୍ୟାଣ୍ଟନମେଣ୍ଟ ଥାନାରେ ଏତଲା ଦେଲେ ମୃତକଙ୍କ ପରିବାର ଲୋକ । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ସିସିଟିଭି ଯାଞ୍ଚ ପାଇଁ ଦାବି କରାଯାଇଛି । ଅଘଟଣ ପାଇଁ ଦାୟୀ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକ ।

ରବିବାର କଟକ ବାଲିଯାତ୍ରା ବୁଲିବାକୁ ଆସିଥିଲେ ଜଗତସିଂହପୁର ଅଞ୍ଚଳର ଯୁକ୍ତ ୨ ଛାତ୍ର ବିଶ୍ବ ପ୍ରକାଶ ମନ୍ଥନ । ବୁଲିବା ସମୟରେ ସେ ପଡିଆରେ ଲାଗିଥିବା ଲିଚୁ ଲାଇଟ ଧରି ପକାଇଥିଲେ । ଆଉ କରେଣ୍ଟ ଆଘାତରେ ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଯାହାକୁ ନେଇ ଦେଖାଦେଇଛି ବିବାଦ । 

  • Baliyatra
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.