ବାଲିଯାତ୍ରାକୁ ୟୁନେସ୍କୋ ମାନ୍ୟତା ପାଇଁ ପ୍ରୟାସ ଆରମ୍ଭ, ଏବର୍ଷ ୧୪ ଦେଶର ରାଷ୍ଟ୍ରଦୂତ ଓ ଉଚ୍ଚାୟୁକ୍ତ ସ୍ବତନ୍ତ୍ର ଅତିଥି

Published By : Prameya-News7 Bureau | November 16, 2024 IST

କଟକ ୧୬।୧୧: ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବାଲିଯାତ୍ରାର ଶୁଭ ଉଦଘାଟନ କରିଛନ୍ତି । ଏହା ସହ ଚଳିତ ବର୍ଷ ବାଲିଯାତ୍ରା ଆୟୋଜନରେ ଅନେକ କିଛି ନୂଆ ଦେଖିବାକୁ ମିଳିଛି । ବହୁ ବର୍ଷ ପରେ ଜଣେ ମୁଖ୍ୟମନ୍ତ୍ରୀ ବାଲିଯାତ୍ରା ଉଦଘାଟନ କରିବା ପାଇଁ ଆସିବା ସହ ବାଲିଯାତ୍ରା ପଡିଆକୁ ମୁଖ୍ୟମନ୍ତ୍ରୀ ଓ ବିଦେଶର ଅତିଥି ମାନେ ଆସିବା ପାଇଁ ଆୟୋଜନ ବି ବେଶ୍ ନିଆରା ଥିଲା । ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଓ ୧୪ଟି ଦେଶରୁ ଆସିଥିବା ରାଷ୍ଟ୍ରଦୂତ ଓ ଉଚ୍ଚାୟୁକ୍ତ ମାନଙ୍କୁ ସିଲଭର ସିଟି ବୋଟ୍ କ୍ଲବରୁ ସୁନ୍ଦର ଭାବେ ସଜା ହୋଇଥିବା ବୋଇତରେ ଗଡଗଡିଆ ଘାଟକୁ ଅଣାଯାଇଥିଲା । ଓଡ଼ିଶାର ଦକ୍ଷିଣ ପୂର୍ବ ଏସିଆର ବିଭିନ୍ନ ଦେଶ ସହିତ ଥିବା ନୌବାଣିଜ୍ୟ ପରମ୍ପରାର ସ୍ମୃତିକୁ ଉଜ୍ଜିବୀତ କରିବା ପାଇଁ ସମସ୍ତ ଅତିଥି ଗଡଗଡିଆ ଘାଟରେ ଡଙ୍ଗା ଭସାଇଥିଲେ । ପରେ ଦକ୍ଷିଣ ପୂର୍ଵ ଏସିଆର ଇଣ୍ଡୋନେସିଆ, ବାଲି, ଯାଭା, ସୁମାତ୍ରା ଆଦି ଦେଶର ସଂସ୍କୃତିର ଝଲକ ବହନ କରୁଥିବା ଦକ୍ଷିଣ ପୂର୍ବ ଏସିଆ ଗ୍ୟାଲେରୀ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ।  ଗଣକବି ବୈଷ୍ଣବ ପାଣି ମଞ୍ଚରେ ମୁଖ୍ୟମନ୍ତ୍ରୀ ବାଲିଯାତ୍ରାର ଶୁଭ ଉଦଘାଟନ କରିଥିଲେ । ମଞ୍ଚ ଉପରୁ ପୁଣି ଥରେ ବାଲିଯାତ୍ରାକୁ ଅନ୍ତର୍ଜାତୀୟ ମାନ୍ୟତା ପ୍ରଦାନ ଦାବି ଉଠାଇଥିଲେ ବିଧାୟକ ମାନେ । ଏହାସହ ବାଲିଯାତ୍ରା କିଭଳି କ୍ଷୁଦ୍ର ବ୍ୟବସାୟୀ ମାନଙ୍କୁ ଅଧିକରୁ ଅଧିକ ରୋଜଗାରର ସୁଯୋଗ ଦେବ ସେ ନେଇ ବ୍ୟବସ୍ଥା କରିବାକୁ ଦାବି ଉପସ୍ଥାପନ କରିଥିଲେ ବିଧାୟିକା ସୋଫିଆ ଫିର୍ଦୋସ ।

ସେପଟେ କଟକ ବାଲିଯାତ୍ରାକୁ ଅନ୍ତର୍ଜାତୀୟ ସ୍ତରରେ ମାନ୍ୟତା ଦେବା ପାଇଁ ସରକାର ପ୍ରୟାସ ଆରମ୍ଭ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । କଟକ ସାଂସଦ ଭର୍ତ୍ତୃହରି ମହତାବ କଟକ ବାଲିଯାତ୍ରାକୁ ୟୁନେସ୍କୋ ମାନ୍ୟତା ପ୍ରଦାନ ପାଇଁ ପ୍ରୟାସ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି । ନ୍ୟୁଜିଲାଣ୍ଡ, ବାଂଲାଦେଶ, ନେପାଳ, ଶ୍ରୀଲଙ୍କା, ସୋଲୋମନ ଆଇଲାଣ୍ଡ, ଭୁଟାନ, ବ୍ରୁନେଇ ଓ ଫିଜି ସମେତ ଅଧିକାଂଶ ଦକ୍ଷିଣ ପୂର୍ବ ଏସିଆର ରାଷ୍ଟ୍ରଦୂତ, ଉଚ୍ଚାୟୁକ୍ତ ମାନେ ଚଳିତ ବର୍ଷ ବାଲିଯାତ୍ରାରେ ଯୋଗ ଦେଇଛନ୍ତି ।

You Can Read:

୩ ଦିନ ହେଲା ମେଡିକାଲରେ ପଡି ରହିଥିଲା ମୃତଦେହ, ପଚା ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଲା ପୋଲିସ

 

  • odisha
  • OdishaNews
  • Baliyatra
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.